ETV Bharat / sitara

'ଗୁଞ୍ଜନ ସକ୍ସେନା' ପାଇଁ କଙ୍ଗନାଙ୍କ ଟାର୍ଗେଟରେ କରଣ ଜୋହର

କଙ୍ଗନା ବର୍ତ୍ତମାନ କରଣ ଜୋହରଙ୍କ ଫିଲ୍ମ 'ଗୁଞ୍ଜନ ସକ୍ସେନା: ଦ କାର୍ଗିଲ ଗର୍ଲ' କୁ ସମାଲୋଚନା କରି ଅନେକ ଟ୍ୱିଟ କରିଛନ୍ତି । ଏଥିସହ କଙ୍ଗନା ଏକ ସାୟରୀ ମାଧ୍ୟମରେ କରଣଙ୍କୁ ନିନ୍ଦା କରିଛନ୍ତି । ଅଧିକ ପଢନ୍ତୁ...

kangana ranaut targets karan johar for gunjan saxena film
'ଗୁଞ୍ଜନ ସକ୍ସେନା' ପାଇଁ କରଣ ଜୋହରଙ୍କୁ ଟାର୍ଗେଟ କଲେ କଙ୍ଗନା
author img

By

Published : Aug 16, 2020, 7:03 PM IST

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ବୟାନ ହେତୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ କଙ୍ଗନା ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ଚଳଚ୍ଚିତ୍ର ଗୁଞ୍ଜନ ସାକ୍ସେନାଙ୍କୁ ଏକ କବିତା ମାଧ୍ୟମରେ ନିନ୍ଦା କରିଛନ୍ତି ।

କଙ୍ଗନାଙ୍କ ସୋସିଆଲ ମିଡିଆ ଟିମ ଟ୍ୱିଟ୍ କରି କହିଛନ୍ତି, କରଣ ଜୋହରଙ୍କ ପାଇଁ ସାଏରୀ । ଅର୍ଜ କିଆ ହେ, ହମେ ନ୍ୟାସନାଲିଜିମ କି ଦୁକାନ ଚଲାନି ହେଁ, ପାକିସ୍ତାନ ସେ ବାର ବାଲୀ ଫିଲ୍ମ ବହତ ପ୍ୟଏସା କମାତି ହେଁ, ହମ ଭି ବନାୟେଙ୍ଗେ ମଗର ଉସକା ଭିଲେନ ଭି ହିନ୍ଦୁସ୍ତାନୀ ହେଁ । ଅବ ଥାର୍ଡ ଜେଣ୍ତର ଭି ଆର୍ମି ମେ ଆ ଗୟା ହେଁ, ମଗର କରଣ ଜୋହର ତୁ କବ ସମଝେଗା ଏକ ସେନାନୀ ସିର୍ଫ ସେନାନୀ ହେଁ ।

ଏହାପୂର୍ବରୁ କଙ୍ଗନା ଜାନଭୀ କପୁରଙ୍କ ଅଭିନୀତ ଚଳଚ୍ଚିତ୍ର 'ଗୁଞ୍ଜନ ସକ୍ସେନା: ଦ କାର୍ଗିଲ ଗର୍ଲ' ଉପରେ ମନ୍ତବ୍ୟ ଦେଇଥିଲେ ।

କଙ୍ଗନା ଟ୍ୱିଟ୍‌ରେ କଙ୍ଗନା ଲେଖିଛନ୍ତି, ଗୁଞ୍ଜନ ଫିଲ୍ମର ଅନେକ ସ୍ଥାନରେ ସେ କହିଛନ୍ତି ଯେ, ସେ ନିଜ ଦେଶକୁ ଭଲ ପାଆନ୍ତି ନାହିଁ, ସେ କେବଳ ଏକ ବିମାନ ଉଡ଼ାଇବାକୁ ଚାହାଁନ୍ତି । ଏହି ଚଳଚ୍ଚିତ୍ରରେ ଗୁଞ୍ଜନ ସାକ୍ସେନାର ପ୍ରକୃତ ଦେଶପ୍ରେମ ଦେଖାଯାଇ ନାହିଁ । ସେ କେବଳ କୁହନ୍ତି- "ପାପା ମୋ ଆପକୋ ନିରାଶ ହୋନେ ନେହିଁ ଦୁଙ୍ଗି" । ଯାହା ଦ୍ବାରା ଫିଲ୍ମର ଶେଷରେ ଦେଖିବାକୁ ମିଳିଛି ଯେ, "ଗୁଞ୍ଜନ ଜିତିଛନ୍ତି, କିନ୍ତୁ ଭାରତ ନୁହେଁ " ।

ଏହି ଫିଲ୍ମରେ ଜେଣ୍ତ ବାଏସକୁ ନେଇ କରଣ ଜୋହରଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି ।

ଚଳଚ୍ଚିତ୍ର 'ଗୁଞ୍ଜନ ସକ୍ସେନା: ଦ କାର୍ଗିଲ ଗର୍ଲ' ପ୍ରଥମ ଭାରତୀୟ ବାୟୁସେନା ମହିଳା ପାଇଲଟ ଗୁଞ୍ଜନ ସାକ୍ସେନାଙ୍କ ଉପରେ ଆଧାରିତ । ଯିଏ 1999 କାର୍ଗିଲ ଯୁଦ୍ଧରେ ଅଂଶଗ୍ରହଣ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.