ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ନିଜର ବିବାଦୀୟ ବୟାନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସେ ନିଜ ଚିନ୍ତାଧାରାକୁ ଦୁନିଆ ସାମ୍ମନାରେ ରଖିବାକୁ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ । ବର୍ତ୍ତମାନ ତାଙ୍କ ଫିଲ୍ମର ସୁଟିଂକୁ ନେଇ କଙ୍ଗନା ଭୋପାଳରେ ଅଛନ୍ତି ।
ଏଭଳି ପରିସ୍ଥିତିରେ କଙ୍ଗନା ସେଠାରେ ପହଞ୍ଚି ଗଣମାଧ୍ୟମ ସହିତ କଥାବାର୍ତ୍ତା କରିଥିଲେ । ବାର୍ତ୍ତାଳାପରେ କଙ୍ଗନା ଲଭ୍ ଜିହାଦ୍ ଆକ୍ଟକୁ ସମର୍ଥନ କରୁଥିବା ଜଣାପଡିଛି ।
ଯେତେବେଳେ କଙ୍ଗନାଙ୍କୁ ଏ ବିଷୟରେ ପଚରାଗଲା, ସେ କହିଥିଲେ, ଯେଉଁମାନେ ଧୋକା ଖାଉଛନ୍ତି, ସେମାନଙ୍କ ପାଇଁ ଏହି ନିୟମ ବହୁତ ଭଲ । ଅନେକ ଲୋକ ମଧ୍ୟ ଏହି ନିୟମକୁ ନେଇ ଅସୁବିଧାରେ ପଡିଛନ୍ତି, କିନ୍ତୁ ଲୋକମାନେ ବୁଝିବା ଉଚିତ୍ ଯେ କେବଳ ସେହିମାନଙ୍କ ପାଇଁ ଆଇନ ତିଆରି ହୋଇଛି । ଇଣ୍ଟରକାଷ୍ଟ ମ୍ୟାରେଜ କୁ ନେଇ ଏହା ଲାଗୁ ହୋଇ ନାହିଁ । ଏହା କେବଳ ସେହିମାନଙ୍କ ପାଇଁ ଲାଗୁ ହୋଇଛି, ଯେଉଁମାନେ ଲଭପାଇବା କିମ୍ବା ବିବାହ ନାମରେ ଧୋକା ଖାଇଛନ୍ତି ।
ମଧ୍ୟପ୍ରଦେଶ ସରକାର ଲଭ୍ ଜିହାଦ ବିରୋଧରେ ଫ୍ରିଡମ୍ ଅଫ୍ ରିଲିଜିଅନ ଅର୍ଡିନାନ୍ସକୁ ମଜୁରୀ ଦେଇଛନ୍ତି, ଯେଉଁଥିରେ ଠକେଇ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଜରିମାନା ଏବଂ କଠୋର ଦଣ୍ଡ ମିଳିବ । ନିକଟରେ କଙ୍ଗନା ଦେଶଦ୍ରୋହ ମାମଲାରେ ଜାନୁଆରୀ 8 ରେ ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ପହଞ୍ଚିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ