ETV Bharat / sitara

ସ୍ବପ୍ନ ପୁରା କରିବାକୁ କଙ୍ଗନାଙ୍କ ପଙ୍ଗା, ଦେଖନ୍ତୁ ଟ୍ରେଲର - ‘ପଙ୍ଗା’ର ଦମଦାର ଟ୍ରେଲର ରିଲିଜ

ଆସନ୍ତା ବର୍ଷ ଜାନୁଆରୀ 24ରେ ରିଲିଜ ହେବାକୁ ଯାଉଛି କଙ୍ଗନା ରଣାୱତଙ୍କ ଚର୍ଚ୍ଚିତ ଫିଲ୍ମ ‘ପଙ୍ଗା’ । ଏବେ ରିଲିଜ ହୋଇଯାଇଛି ଫିଲ୍ମର ଟ୍ରେଲର । ସ୍ବପ୍ନ ପୁରା କରିବା ପଛରେ ଦୌଡୁଛନ୍ତି କଙ୍ଗନା ।

angana ranaut starrer panga
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
author img

By

Published : Dec 24, 2019, 7:15 PM IST

ମୁମ୍ବାଇ: କଙ୍ଗନା ରଣାୱତଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ପଙ୍ଗା’ର ଦମଦାର ଟ୍ରେଲର ରିଲିଜ ହୋଇଯାଇଛି । ‘ଜଜମେଣ୍ଟାଲ ହେ କ୍ୟା’ ଫ୍ଲପ ହେବା ପରେ କଙ୍ଗନା ଭିନ୍ନ ଧରଣର କାହାଣୀ ନେଇ ପରଦାକୁ ଫେରିବେ । ଟ୍ରେଲରେ ଜଣେ ମା'କାହାଣୀକୁ ଉପସ୍ଥାପନ କରାଯାଇଛି ।

  • " class="align-text-top noRightClick twitterSection" data="">

ପଙ୍ଗା ଫିଲ୍ମର କାହାଣୀ ଜଣେ ମା'ର ଭୂମିକା ସହ ଜଣେ ଖେଳାଲିର ସଂଘର୍ଷମୟ କାହାଣୀକୁ ନେଇ ପର୍ଯ୍ୟବେଶିତ । ସବୁଥର ପରି ଏଥର ମଧ୍ୟ କଙ୍ଗନାଙ୍କ ଶାନଦାର ଅଭିନୟ ଦେଖିବାକୁ ପାଇଛନ୍ତି ଦର୍ଶକ । ‘ବରେଲି କି ବର୍ଫି’ ଭଳି ହିଟ୍ ଫିଲ୍ମର ନିର୍ଦ୍ଦେଶିକା ଅଶ୍ବନୀ ଆୟ୍ୟର ତିୱାରୀ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ।

ଫିଲ୍ମ ‘ପଙ୍ଗା’ ଜଣେ ମଧ୍ୟ ବର୍ଗୀୟ ମହିଳା ଜୟାର କାହାଣୀକୁ ନେଇ ଆଧାରିତ । ଯିଏ ବିବାହ ପରେ ସ୍ବାମୀ, ପୁଅ ସହ ଖୁସିରେ ରହୁଥିବେ ଏବଂ ରେଳବିଭାଗରେ କାମ କରୁଥିବେ । ବିବାହ ପୂର୍ବରୁ ଜୟା କବାଡି ଖେଳାଳି ଥିବେ । ଖେଳ କୋଟା ପାଇଁ ତାଙ୍କୁ ରେଳବାଇରେ ଚାକିରୀ ମିଳିଥିବ । କିନ୍ତୁ ସନ୍ତାନ ହେବା ପରେ ସେ ଖେଳରୁ ସନ୍ୟାସୀ ନେଇଥିବେ । ସ୍ବପ୍ନ କିନ୍ତୁ ସବୁବେଳେ କବାଡି ଖେଳୁଥିବାର ଦେଖୁଥିବେ । ଯାହା ଟ୍ରେଲରରେ ପର୍ଯ୍ୟବେଶିତ କରାଯାଇଛି । ଆସନ୍ତା ବର୍ଷ ଜାନୁଆରୀ 24ରେ ଫିଲ୍ମ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.