ETV Bharat / sitara

ଆସିଲା 'ପଙ୍ଗା'ର ଫାଷ୍ଟ ଲୁକ

ଚର୍ଚ୍ଚାରେ କଙ୍ଗନା ରଣାୱତଙ୍କ ଆଗାମୀ ଫିଲ୍ମ 'ପଙ୍ଗା' । ଆସନ୍ତା ବର୍ଷ ଗଣତନ୍ତ୍ର ଦିବସରେ ରିଲିଜ ହେବାର ଯୋଜନ କରାଯାଇଛି । ଫିଲ୍ମଟି କବାଡୀ ଖେଳାଳୀଙ୍କ ଉପରେ ଆଧାରିତ । ଇତିମଧ୍ୟରେ ଜାରି ହୋଇଛି ଫିଲ୍ମର ଫାଷ୍ଟ ଲୁକ ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
author img

By

Published : Mar 9, 2019, 4:37 AM IST

ହାଇଦ୍ରାବାଦ: ଏବର୍ଷ ଗଣତନ୍ତ୍ର ଦିବସରେ 'ମଣିକର୍ଣ୍ଣିକା' ରିଲିଜ ପରେ କଙ୍ଗନା ରଣାୱତ ଆସନ୍ତା ବର୍ଷ ଗଣତନ୍ତ୍ର ଦିବସର ସ୍ଲଟ ନିଜ ଫିଲ୍ମ 'ପଙ୍ଗା' ପାଇଁ ବୁକ କରିସାରିଛନ୍ତି । ଏହି ଫିଲ୍ମରେ ସେ କବାଡୀ ଖେଳାଳୀ ରୋଲ ପ୍ଲେ କରୁଥିବାର ନଜର ଆସିବେ । ଫିଲ୍ମଟି ଅଶ୍ବିନୀ ଆୟ୍ୟର ତିୱାରୀଙ୍କ ନିର୍ଦ୍ଦେଶନାରେ ତିଆରି କରାଯାଇଛି । ଅଭିନେତ୍ରୀ ନୀନା ଗୁପ୍ତା ଏବଂ ରିଚା ଚଡ୍ଡା ମଧ୍ୟ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ ।

ଖବର ଅନୁଯାୟୀ ଫିଲ୍ମରେ କଙ୍ଗନାଙ୍କ ସହ ଜସ୍ସୀ ଗିଲ ମଧ୍ୟ ଦେଖାଯିବେ । ଇତିମଧ୍ୟରେ ମେକର୍ସ ଫିଲ୍ମର ଫାଷ୍ଟ ଲୁକ ଜାରି କରିଛନ୍ତି । ଯେଉଁଥିରେ କଙ୍ଗନା ଓ ଜସ୍ସୀ ହସୁଥିବାର ଦେଖାଯାଇଛନ୍ତି । ଅଶ୍ବିନୀ ସୋସିଆଲ ମିଡିଆରେ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, "ଫିଲ୍ମ ଜାନୁଆରୀ 24,2020 ରିଲିଜ ହେବ ।"

ପୂର୍ବରୁ ଶୁଣିବାକୁ ମିଳୁଥିଲା କି ଅଶ୍ବିନୀ, କଙ୍ଗନାଙ୍କ ଠାରୁ ନୋ ଇଣ୍ଟରଫିୟରେନ୍ସ କ୍ଲାଜ ସାଇନ କରାଇଛନ୍ତି । କିନ୍ତୁ ଅନ୍ୟପଟେ ଅଶ୍ବିନୀ ଏହି ଖବରକୁ ଖଣ୍ଡନ କରିଥିଲେ ।

Intro:Body:

ମୁମ୍ବାଇ: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଫିଲ୍ମନିର୍ମାତା କରଣ ଜୋହର ବି-ଟାଉନ ଫ୍ୟାନ୍ସଙ୍କୁ ଦେଇଛନ୍ତି ଗୋଟିଏ ବଡ ସରପ୍ରାଇଜ । କରଣଙ୍କ ବହୁଅପେକ୍ଷିତ ମଲ୍ଟିଷ୍ଟାରର ଫିଲ୍ମ 'କଲଙ୍କ'କୁ ନେଇ ଅନେକ ଚର୍ଚ୍ଚା ଚାଲିଥିବାବେଳେ ଆଜି କରଣ ଫିଲ୍ମରେ ସମସ୍ତ ଷ୍ଟାରଙ୍କ ଲୁକ ରିଲିଜ କରିଛନ୍ତି ।

କରଣ ପ୍ରଥମେ ଆଲିୟାଙ୍କ ଲୁକ ରିଲିଜ କରି ଶୀର୍ଷକରେ ଲେଖିଛନ୍ତି, 'ଟୁ ଲଭ ହର ଇଜ ଟୁ ଲଭ ଫାୟାର, ଏ ହେଉଛନ୍ତି ରୂପ !' ପୋଷ୍ଟରରେ ଆଲିୟା ରୟାଲ ବୋହୂ ବେଶରେ ନଜର ଆସି ଲାଲ ରଙ୍ଗର ଓଢଣୀରେ ଦିଶୁଛନ୍ତି ଖୁବ ସୁନ୍ଦର ।

ଆଲିୟାଙ୍କ ପରେ କରଣ, ସୋନାକ୍ଷୀଙ୍କ ଲୁକ ରିଲିଜ କରିଛନ୍ତି । ପୋଷ୍ଟରରେ ସୋନାକ୍ଷୀ ସାଧାରଣ ଲୁକରେ ଲାଲ ବିନ୍ଦି ଓ ସିନ୍ଦୁର ପିନ୍ଧିଥିବାବେଳେ ଫଟୋର ଶୀର୍ଷକରେ ଲେଖାଯାଇଛି, 'ଏ ହେଉଛନ୍ତି ସତ୍ୟା'।                                                                                                                                                                                                                            

ସୋନାକ୍ଷୀଙ୍କ ପରେ କରଣ ରିଭିଲ କରିଥିଲେ ଧକଧକ ଗର୍ଲ ମାଧୁରୀଙ୍କ ଲୁକ । ମାଧୁରୀ ଲାଲ ରଙ୍ଗର ଟ୍ରାଡିଶନାଲ ଓଢଣୀରେ ବେଶ ସୁନ୍ଦର ଦିଶୁଥିବାବେଳେ ଏହାର ଶୀର୍ଷକରେ ସେ ଲେଖିଛନ୍ତି, 'ଆଉ କାହା ଛାଇକୁ ପିଛା ନକରି ସେ ଅନ୍ଧାରରେ ଏକା ଚାଲିବାକୁ ପସନ୍ଦ କରିବେ । ବାହାର ବେଗମ ।'                                                                                                                                                               ପ୍ରକାଶ ଥାଉକି, ଗତକାଲି କରଣ ଫିଲ୍ମର ପୁରୁଷ ଷ୍ଟାରମାନଙ୍କ ଲୁକ ରିଲିଜ କରିଥିଲେ । ବରୁଣ ଧୱନ ଜାଫର, ଆଦିତ୍ୟ ରୟ କପୁର ଦେବ ଚୌଧୁରୀ ଓ ସଞ୍ଜୟ ଦତ୍ତ ବଲରାଜ ଚୌଧୁରୀଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମଟି ଅଭିଶେକ ବର୍ମନଙ୍କ ଦ୍ବାରା ନିର୍ଦ୍ଦେଶିତ ଓ କରଣ ଜୋହରଙ୍କ ଦ୍ବାରା ପ୍ରଯୋଜିତ, ଯାହାକି ଏପ୍ରିଲ 19ତାରିଖରେ ରିଲିଜ ହେବ ।                           

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.