ETV Bharat / sitara

ଯୋଗ ଦିବସରେ ଭଉଣୀଙ୍କ ଦୁଃଖ ବଖାଣିଲେ କଙ୍ଗନା

author img

By

Published : Jun 21, 2021, 1:38 PM IST

ରଙ୍ଗୋଲିଙ୍କ ଫଟୋ ପୋଷ୍ଟ କରି ଯୋଗର ମହତ ବିଷୟରେ ବୁଝାଇଲେ କଙ୍ଗନା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ବି-ଟାଉନର କୁଇନ କଙ୍ଗନା ରଣାୱତ ସବୁବେଳେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ରୁହନ୍ତି । ସେ ପ୍ରାୟତଃ ନିଜ ବିବାଦୀୟ ବୟାନ ପାଇଁ ସମାଲୋଚନା ଶିକାର ମଧ୍ୟ ହୁଅନ୍ତି । ହେଲେ ସେ କାହାରିକୁ ଖାତିର କରନ୍ତି ନାହିଁ । ସବୁବେଳେ ନିଜ ବିନ୍ଦାସ ଅନ୍ଦାଜରେ ରୁହନ୍ତି । ଇତିମଧ୍ୟରେ କଙ୍ଗନା ଅନ୍ତର୍ଜାତୀୟ ଯୋଗ ଦିବସରେ ନିଜ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କ ଫଟୋ ପୋଷ୍ଟ କରିଛନ୍ତି ।

ଏହାକୁ ସେୟାର କରି ସେ ସମସ୍ତଙ୍କୁ ଜଣାଇଛନ୍ତି ଯେ ଯୋଗ ଜୀବନ ପାଇଁ ବହୁତ ଆବଶ୍ୟକ । ଏହାସହ ରଙ୍ଗୋଲିଙ୍କ ଉପରେ ହୋଇଥିବା ଏସିଡ ଆଟାକ୍ ଉପରେ ଆଲୋଚନା କରି ଭାବବିହ୍ବଳ ହୋଇପଡିଛନ୍ତି ।

ସେହିପରି ସେ ଲେଖିଛନ୍ତି, ‘ରଙ୍ଗୋଲିଙ୍କ ଯୋଗ ଷ୍ଟୋରି ସବୁଠୁ ଅଧିକ ପ୍ରେରଣା ଦାୟକ ହେବାକୁ ଯାଉଛି । ଜଣେ ପାଗଳ ପ୍ରେମୀ 21 ବର୍ଷ ବୟସରେ ରଙ୍ଗୋଲି ଉପରେ ଏସିଡ୍ ଫିଙ୍ଗିଥିଲେ । ମୁହଁର ଅଧିକାଂଶ ଜଳି ଯାଇଥିଲା, ଗୋଟିଏ ଆଖି ନଷ୍ଟ ହୋଇଯାଇଥିଲା, ଗୋଟିଏ କାନ ଜଳି ଯାଇଥିଲା ଏବଂ ସ୍ତନ ମଧ୍ୟ ଗୁରୁତର ଆହତ ହୋଇଥିଲା। ଦୁଇ ତିନି ବର୍ଷ ମଧ୍ୟରେ ରଙ୍ଗୋଲିରେ ପ୍ରାୟ 53ଟି ଅସ୍ତ୍ରୋପଚାର କରାଯାଇଥିଲା, କିନ୍ତୁ ତାହା ମଧ୍ୟ ପର୍ଯ୍ୟାପ୍ତ ନଥିଲା ।’

ସେ ଆହୁରି ଲେଖିଛନ୍ତି, ‘ମୁଁ ତାଙ୍କ ମାନସିକ ସ୍ବାସ୍ଥ୍ୟ ବିଷୟରେ ଅଧିକ ଚିନ୍ତିତ ଥିଲି । କାରଣ ସେ କହିବା ବନ୍ଦ କରିଦେଇଥିଲେ । ସେ କୌଣସି ଶବ୍ଦ କହି ନଥିଲେ, କେବଳ ଜିନିଷଗୁଡିକୁ ଦେଖୁଥିଲେ | ରଙ୍ଗୋଲି ଜଣେ ବାୟୁସେନା ଅଧିକାରୀଙ୍କ ସହ ଜଡିତ ଥିଲେ, କିନ୍ତୁ ଯେତେବେଳେ ସେ ଏସିଡ୍ ଆକ୍ରମଣ ପରେ ରଙ୍ଗୋଲିଙ୍କ ମୁହଁ ଦେଖିଥିଲେ, ସେତେବେଳେ ସେ ତାଙ୍କ ନିକଟକୁ ଆଉ ଫେରି ନଥିଲେ। କିନ୍ତୁ ତାପରେ ମଧ୍ୟ ରଙ୍ଗୋଲିଙ୍କ ଆଖିରେ ଲୁହ ଆସି ନଥିଲା କିମ୍ବା ସେ କିଛି ମଧ୍ୟ କହିନଥିଲେ । ମୁଁ ଚାହୁଁଥିଲି ସେ କିପରି ହେଉନା କାହିଁକି ମୋ ସହ କଥା ହୁଅନ୍ତୁ, ତେଣୁ ମୁଁ ତାଙ୍କୁ ସବୁ ଜାଗାରେ ସାଙ୍ଗରେ ନେଇଯିବା ଆରମ୍ଭ କଲି, ଯୋଗ କ୍ଲାସରେ ଯୋଗ ଦେଲେ। ସେ ମୋ ସହ ଯୋଗ କରିବା ଆରମ୍ଭ କଲେ ଏବଂ ମୁଁ ତାଙ୍କ ଭିତରେ ଏକ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଦେଖିଲି | ସେ କେବଳ ତାଙ୍କ ଯନ୍ତ୍ରଣା ଏବଂ ମୋର ଖରାପ ଥଟ୍ଟା ଉପରେ ପ୍ରତିକ୍ରିୟା କରିବା ଆରମ୍ଭ କରିନଥିଲେ, ବରଂ ତାଙ୍କ ଦୃଷ୍ଟି ଶକ୍ତି ମଧ୍ୟ ଫେରି ପାଇଥିଲେ । ଯୋଗ ହେଉଛି ପ୍ରତ୍ୟେକ ପ୍ରଶ୍ନର ଉତ୍ତର ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.