ETV Bharat / sitara

15 ବର୍ଷ ବୟସରୁ କବିତା ଲେଖୁଛନ୍ତି କୁଇନ - କଙ୍ଗନା ରଣାୱତଙ୍କ ବଡ ଖୁଲାସା

କଙ୍ଗନାଙ୍କ ବଡ ଖୁଲାସା । ଅଭିନୟ ସେ ଲେଖିବାକୁ ମଧ୍ୟ ଖୁବ୍ ପସନ୍ଦ କରନ୍ତି । ନିକଟରେ ଆସିଥିବା ତାଙ୍କ ‘ଆସମାନ’ କବିତା।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
author img

By

Published : May 21, 2020, 3:08 PM IST

ମୁମ୍ବାଇ: ଲକଡାଉନରେ ସେଲିବ୍ରିଟି କିଛି ନା କିଛି କ୍ରିଏଟିଭ କରୁଥିବାର ନଜର ଆସୁଛନ୍ତି। ବି-ଟାଉନର କୁଇନ କଙ୍ଗନା ରଣାୱତ ମଧ୍ୟ ନିଜ ଲେଖିବା ଦକ୍ଷତା ସମସ୍ତଙ୍କୁ ଦେଖାଇଛନ୍ତି। ଯାହାକୁ ନେଇ ଖୁସି ଫ୍ୟାନ୍ସ । ତାଙ୍କର ଏକ ଶାନଦାର କବିତା ‘ଆସମାନ’ ସେ ନିକଟରେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଆଉ କଙ୍ଗନାଙ୍କ କବିତା ପଢିବା ଅନ୍ଦାଜ ଫ୍ୟାନ୍ସଙ୍କ ମନ କିଣିଛି। ଏଥି ନିମନ୍ତେ ପ୍ରଶଂସା କରିବାରେ ଥକୁନାହାଁନ୍ତି ଫ୍ୟାନ୍ସ।

ସେପଟେ କଙ୍ଗନା ଫ୍ୟାନ୍ସଙ୍କ ପ୍ରେମ ନିଜ ବିଷୟରେ ଖାସ୍ କଥା ଜଣାଇଛନ୍ତି। ଏକ ସାକ୍ଷାତକାରରେ କଥାବାର୍ତ୍ତା କରିବା ସମୟରେ କଙ୍ଗନା କହିଥିଲେ ଯେ ସେ ପାଖାପାଖି 15 ବର୍ଷ ବୟସରୁ କବିତା ଲେଖିଆସୁଛନ୍ତି । ପ୍ରକୃତକୁ ପାଖରୁ ଦେଖୁଥିବାରୁ ସେହି ବିଷୟବସ୍ତୁ ଉପରେ ସେ ଲେଖିବାକୁ ସବୁବେଳେ ପସନ୍ଦ କରନ୍ତି। ଆଉ ତାଙ୍କ ‘ଆସମାନ’ କବିତାଟି ତାଙ୍କ ପ୍ରେମ ଓ ଚିନ୍ତାଧାରାକୁ ନେଇ ଆଧାରିତ।

ପ୍ରକାଶ ଥାଉକି ଲକଡାଉନ ପାଇଁ କଙ୍ଗନା ବର୍ତ୍ତମାନ ମନାଲୀରେ ପରିବାର ସହ ସମୟ ବିତାଉଛନ୍ତି। ଦର୍ଶକ ତାଙ୍କୁ ଖୁବଶୀଘ୍ର ପରଦାରେ ଦେଖିବାକୁ ପାଇବେ। ସେ ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ ‘ଥଲାଇଭି’ ନେଇ ଫେରିବେ। ଯାହାର ଅନେକ ଟିଜର, ପୋଷ୍ଟର ରିଲିଜ ହୋଇସାରିଛି। ଲକଡାଉନ ପାଇଁ ଏହାର ରିଲିଜକୁ ସ୍ଥିଗତ ରଖାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.