ETV Bharat / sitara

ଦୀପିକାଙ୍କ ପ୍ରଶଂସାରେ କଙ୍ଗନା

author img

By

Published : Jan 8, 2020, 3:03 PM IST

ନିକଟରେ ରିଲିଜ ହୋଇଥିବା ବହୁ ଚର୍ଚ୍ଚିତ ଫିଲ୍ମ ‘ଛପାକ’ର ଟ୍ରେଲର କଙ୍ଗନା ରଣାୱତଙ୍କ ମନ କିଣିବାରେ ସଫଳ ହୋଇଛି । ତାଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲ ଟ୍ବିଟରରେ ଏକ ଭିଡିଓ ସେୟାର କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ କଙ୍ଗନା ।

kangana ranaut reactions
ଡିଜାଇନ ଫଟୋ

ମୁମ୍ବାଇ: ଦୀପିକା ପାଦୁକୋନଙ୍କ ଅପକମିଂ ଫିଲ୍ମ ‘ଛପାକ’ ଆସନ୍ତା ଶୁକ୍ରବାର ରିଲିଜ ହେବାକୁ ପ୍ରସ୍ତୁତ । ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର କାହାଣୀ ଜଣେ ଏସିଡ ପୀଡିତାକୁ ନେଇ ଆଧାରିତ । ନିକଟରେ ଏହି ଫିଲ୍ମର ଦମଦାର ଟ୍ରେଲର ରିଲିଜ ହୋଇଥିଲା । ଯାହାକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ । ଇତିମଧ୍ୟରେ ବି-ଟାଉନର କୁଇନ କଙ୍ଗନା ରଣାୱତ ମଧ୍ୟ ‘ଛପାକ’ର ଟ୍ରେଲର ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେହିପରି କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲ ମଧ୍ୟ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ।

ଯେଉଁଥିରେ କଙ୍ଗନା କହୁଥିବାର ନଜର ଆସୁଛନ୍ତି ‘ନିକଟରେ ଫିଲ୍ମ ଛପାକର ଟ୍ରେଲର ଦେଖିଥିଲେ । ଫିଲ୍ମର ଟ୍ରେଲର ଦେଖି ମୋତେ ମୋ ଭଉଣୀ ରଙ୍ଗୋଲୀଙ୍କ ସହ ହୋଇଥିବା ଏସିଡ ଆକ୍ରମଣର ସବୁ ସ୍ମୃତି ପୁଣି ମନେ ପଡିଗଲା । ନିଜ ଓ ପରିବାର ପାଇଁ ମୋ ଭଉଣୀ ରଙ୍ଗୋଲୀଙ୍କ ସାହସ ମତେ ସବୁବେଳେ ପଙ୍ଗା ନେବାକୁ ପ୍ରେରଣା ଯୋଗାଉଛି । ତାଙ୍କର ହସ ଚେହେରା ହିଁ ମତେ ଯନ୍ତ୍ରଣାରେ ଲଢିବା ପାଇଁ ସାହସ ଦେଉଛି ।’

ଫଟୋ ସୌଜନ୍ୟ: ଟ୍ବିଟର@ରଙ୍ଗୋଲୀ ଚାନ୍ଦେଲ

‘ଆଜି ମୋ ପରିବାର ମେଘନା ଗୁଲଜାର ଓ ଦୀପିକାଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛି । ଏହି ପ୍ରସଙ୍ଗ ଉପରେ ଫିଲ୍ମ ନିର୍ମାଣ କରି ବହୁତ ଭଲ କାମ କରିଛନ୍ତି । ଏହି ଫିଲ୍ମ ଜରିଆରେ ଏସିଡ ପୀଡିତାଙ୍କୁ ବଞ୍ଚିବାର ନୂଆ ସାହସ ମିଳିବ । ସେହିପରି ଏସିଡ ପିଙ୍ଗୁଥିବା ପୁଅଙ୍କୁ ଏହି ଫିଲ୍ମ ପାଇଁ ନୂଆ ଶିକ୍ଷା ମଧ୍ୟ ମିଳିବ ବୋଲି ଭିଡିଓରେ କହିଛନ୍ତି କଙ୍ଗନା ।’ ଆପଣ ମଧ୍ୟ ଦେଖନ୍ତୁ କଙ୍ଗନାଙ୍କ ଏହି ଭିଡିଓ...

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.