ETV Bharat / sitara

କୁଲଦେବୀଙ୍କ ମନ୍ଦିରରେ ପହଞ୍ଚିଲେ କଙ୍ଗନା, ଫଟୋ ଭାଇରାଲ - କୁଲଦେବୀଙ୍କ ମନ୍ଦିରରେ ପହଞ୍ଚିଲେ କଙ୍ଗନା

ଲକଡାଉନରେ କଙ୍ଗନା ରାନାୱତ ତାଙ୍କ ପରିବାର ସହିତ ମନାଲିରେ ସମୟ ଅତିବାହିତ କରୁଥିଲେ । ଏହି ସମୟରେ, କଙ୍ଗନା ହିମାଚଳର ମାଣ୍ଡିରେ ଥିବା କୁଲଦେବୀଙ୍କ ମନ୍ଦିରରେ ପହଞ୍ଚିଥିଲେ । କଙ୍ଗନାଙ୍କ ଟିମ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ମନ୍ଦିରରେ ଆଶୀର୍ବାଦ ନେଉଥିବାର ନଜର ଆସିଛନ୍ତି । ଅଧିକ ପଢନ୍ତୁ...

kangana ranaut reaches kuldevi temple
କୁଲଦେବୀଙ୍କ ମନ୍ଦିରରେ ପହଞ୍ଚିଲେ କଙ୍ଗନା, ଫଟୋ ଭାଇରାଲ
author img

By

Published : Jul 19, 2020, 1:22 AM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ପ୍ରାୟତଃ ତାଙ୍କର ବିବାଦିୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।

ନିକଟରେ କଙ୍ଗନାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ମନ୍ଦିରରେ ବସିଥିବାର ନଜର ଆସିଛନ୍ତି ।

ବର୍ତ୍ତମାନ କଙ୍ଗନା ପ୍ରସିଦ୍ଧ କୁଲଦେବୀ ମନ୍ଦିର ପରିଦର୍ଶନ କରିବା ପାଇଁ ନିଜ ସହର ହିମାଚଳ ପ୍ରଦେଶରେ ପହଞ୍ଚିଛନ୍ତି । କଙ୍ଗନାଙ୍କ ଟିମ ଏହି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଏହି ସମୟରେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ କଙ୍ଗନା ସୋସିଆଲ ମିଡିଆରେ ମଧ୍ୟ ଟ୍ରେଣ୍ଡ କରୁଛନ୍ତି ।

ଉଲ୍ଲେଖନୀୟ କଥା ହେଉଛି, ସୁଶାନ୍ତ ମାମଲାରେ କଙ୍ଗନା କହିଛନ୍ତି, ନେପୋଟିଜିମ କାରଣରୁ ସୁଶାନ୍ତଙ୍କର ମୃତ୍ୟୁ ହୋଇଛି । ଯଦି ଏହା ଭୁଲ ପ୍ରମାଣିତ ହୁଏ ତେବେ ସେ ତାଙ୍କ ପଦ୍ମଶ୍ରୀଙ୍କୁ ଫେରାଇବାକୁ ପ୍ରସ୍ତୁତ ଅଛନ୍ତି ।

ପରବର୍ତ୍ତା ସମୟରେ କଙ୍ଗନା ଫିଲ୍ମ 'ଥାଲାଇବି'ରେ ନଜର ଆସିବେ । ଏହା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.