ମୁମ୍ବାଇ : ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାକୁ ନେଇ କଙ୍ଗନ ରଣାୱତ ଓ ମହାରାଷ୍ଟ୍ର ସରକାର ମୁହାଁମୁହିଁ ହୋଇଛନ୍ତି । ଅନେକ କଙ୍ଗନାଙ୍କ ସମର୍ଥନରେ ଛିଡା ହୋଇଛନ୍ତି । ସୁରଟର ଟେକ୍ସଟାଇଲ ବ୍ୟବସାୟୀ ଶାଢୀରେ “I Support Kangana Ranaut” ନାମକ ପ୍ରିଣ୍ଟ କରି କଙ୍ଗନାକୁ ସମର୍ଥନ ଜଣାଇଛନ୍ତି । ଶାଢୀର କାନୀରେ କଙ୍ଗନାଙ୍କ ରାଣୀ ଝାନ୍ସି ରାଣୀର ଫଟୋ ରହିଛି ।
ସୁରଟର ୟୁନିଭର୍ସାଲ ଟେକ୍ସଟାଇଲ ମାର୍କେଟର ଆଲିଆ ଫ୍ୟାବ୍ରିକ୍ସ ଶିଳ୍ପପତି ଛୋଟୁଭାଇ ଓ ରଜତ ଡାୱରେ କଙ୍ଗନାଙ୍କୁ ସମର୍ଥନ କରି ଏକ ଶାଢୀ ଲଞ୍ଚ କରିଛନ୍ତି । ଆଲିଆ ଫ୍ୟାବ୍ରିକ୍ସ ଫ୍ୟାସନ ଛୋଟୁଭାଇ ଓ ରଜତ ଡାୱରେ କହିଛନ୍ତି, ମହାରାଷ୍ଟ୍ର ସରକାର ଜଣେ ମହିଳାଙ୍କ ସହିତ ଲଢେଇ କରୁଛନ୍ତି । ଯେଉଁଭଳି ବଲିଉଡର ଏହି ଅଭିନେତ୍ରୀଙ୍କ ଉପରେ ଯେଉଁଭଳି ବ୍ୟବହାର କରାଗଲା ତାହା ଅନ୍ୟାୟ । ହେଲେ କଙ୍ଗନାଙ୍କ ସାହସ ଦେଖି ଆମେ ଅନୁପ୍ରାଣିତ ହେବା ସହ ତାଙ୍କୁ ସମର୍ଥନରେ ଶାଢୀ ତିଆରି କରାଯାଇଛି ।
ସୂଚନାଯୋଗ୍ୟ, ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସ ସଠିକ ଯାଞ୍ଚ କରୁନଥିବା ନେଇ କଙ୍ଗନା ମୁମ୍ବାଇ ପୋଲିସକୁ ସମାଲୋଚନା କରିଥିଲେ । ଏଥିସହ ମୁମ୍ବାଇକୁ ସେ ପାକ ଅଧିକୃତ ଅଞ୍ଚଳ ଭଳି ମନେ ହେଉଥିବା ମଧ୍ୟ କହିଥିଲେ । ସେପଟେ କଙ୍ଗନାଙ୍କ ମଣିକର୍ଣ୍ଣିକା କାର୍ଯ୍ୟାଳୟକୁ ବିନା ନୋଟିସରେ ବିଏମସି ଭାଙ୍ଗିବା ପରେ ଉଭୟଙ୍କ ମଧ୍ୟରେ ବିବାଦ ବଢିଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ