ETV Bharat / sitara

କଙ୍ଗନାଙ୍କ ସମର୍ଥନରେ ବାହାରିଲେ ମା’ ଆଶା ରାଣାୱତ

ବିଏମସି ବାନ୍ଦ୍ରା ସ୍ଥିତ ପାଲି ହିଲରେ ଥିବା କଙ୍ଗନାଙ୍କ ଅଫିସ ଭଙ୍ଗାରୁଜା କରିବା ପରେ ଝିଅର ସମର୍ଥନରେ ବାହାରିଛନ୍ତି ମା’ ଆଶା ରାଣାୱତ୍ ।

author img

By

Published : Sep 11, 2020, 12:29 PM IST

କଙ୍ଗନାଙ୍କ ସମର୍ଥନରେ ବାହାରିଲେ ମାଆ ଆଶା ରାଣାୱତ

ମୁମ୍ବାଇ:ଝିଅକୁ ସମର୍ଥନ କରିବାକୁ ଆଗକୁ ଆସିଲେ ଆଶା ରାଣାୱତ । ବିଏମସି ବାନ୍ଦ୍ରା ସ୍ଥିତ ପାଲି ହିଲରେ ଥିବା କଙ୍ଗନାଙ୍କ ଅଫିସ ଭଙ୍ଗାରୁଜା କରିବା ପରେ ଝିଅର ସମର୍ଥନରେ ବାହାରିଛନ୍ତି ମା ଆଶା ରାଣାୱତ୍ ।

ଏହାରି ମଧ୍ୟରେ କଙ୍ଗନାକୁ ସମର୍ଥନ କରିଥିବାରୁ ଆଶା ରାଣାୱତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି । କିନ୍ତୁ ସେ ଶିବସେନାକୁ କଡା ନିନ୍ଦା କରିବା ସହ ଦଳକୁ କ୍ରୁର କହିଛନ୍ତି ।

ଏଥିସହ ସେ କହିଛନ୍ତି, ଭାରତ ମୋ ଝିଅକୁ ସମର୍ଥନ କରୁଛି। ଏହି ଅନ୍ୟାୟ କାହିଁକି ? ଏହା ବାଲ ଠାକରେଙ୍କ ଶିବସେନା ନୁହେଁ। ଏହା ଶିବସେନାର କ୍ରୁରତା । କି ପ୍ରକାର ସରକାର ଏହା ? ବୋଲି କଙ୍ଗନାଙ୍କ ମାଆ ଏକ ଗଣମାଧ୍ୟମ କହିଛନ୍ତି ।

ମହାରାଷ୍ଟ୍ରରେ ମୋ ଝିଅ ଜୀବନ ପ୍ରତି ବିପଦ ରହିଛି ବୋଲି ସେ କହିଛନ୍ତି । ଏହାଛଡା ସେ କହିଛନ୍ତି ପ୍ରତିଶୋଧ ନେବାର ଉଦ୍ଦେଶ୍ୟରେ କଣ ସବୁ କରାଯାଉଛି ତାହା ଉପରେ ସାରା ଦେଶରେ ନଜର ରହିଛି ।

ତେବେ ବର୍ତ୍ତମାନ କଙ୍ଗନା ଏବଂ ମହାରାଷ୍ଟ୍ର ସରକାରଙ୍କ ମଧ୍ୟ ଏକ ପ୍ରକାର ଯୁଦ୍ଧ ଆରମ୍ଭ ହୋଇଛି ବୋଲି କହିବା ଅତ୍ରୁକ୍ତି ହେବନାହିଁ । ଏହାରି ମଧ୍ୟରେ କିଛି ଲୋକ କଙ୍ଗନାଙ୍କୁ ସମର୍ଥନ କରୁଥିବା ବେଳେ କିଛି ଲୋକ ଶିବସେନାକୁ ସମର୍ଥନ କରୁଥିବା ଦେଖିବାକୁ ମିଳୁଛି । ତେବେ ଦେଖିବାକୁ ବାକି ରହିଛି ଏହି ଶୀତଳ ଯୁଦ୍ଧ କେଉଁ ମୋଡ ନେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.