ETV Bharat / sitara

'ବୁରି ନଜର ଓ୍ବାଲେ କି ଆଁଖେ ନୋଚ ଲି ଜାଏଗି' - surgical strike -2

ଚର୍ଚ୍ଚାରେ କଣ୍ଟ୍ରୋଭର୍ସିଆଲ ଆକ୍ଟ୍ରେସ କଙ୍ଗନା ରଣାଓ୍ୱତ 'ବୁରି ନଜର ଓ୍ବାଲେ କି ଆଁଖେ ନୋଚ ଲି ଜାଏଗି' ଡାଇଲଗ । ପୁଲୱାମା ଆତଙ୍କବାଦୀ ଆକ୍ରମଣର 12 ଦିନ ପରେ ଭାରତୀୟ ସେନା ପ୍ରତିଶୋଧ ନେଇଛନ୍ତି। ପାକିସ୍ତାନର ବାଲାକୋଟସ୍ଥିତ ଆତଙ୍କି ଆଡାସ୍ଥଳୀରେ ଭାରତୀୟ ସେନା ଏୟାର ଷ୍ଟ୍ରାଇକ କରି ସବୁ ଧ୍ସଂୱ କରିଦେଇଛନ୍ତି । କଙ୍ଗନା ମଧ୍ୟ ଇଣ୍ଡିଆନ ଏୟାରଫୋର୍ସକୁ ଧନ୍ୟବାଦ ଜଣାଇଛନ୍ତି। ପାକିସ୍ତାନକୁ ଏପରି ଧମକ ଦେଇଛନ୍ତି।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
author img

By

Published : Feb 27, 2019, 3:21 PM IST

ହାଇଦ୍ରାବାଦ: ବଲିଉଡ଼ର କଣ୍ଟ୍ରୋଭର୍ସିଆଲ ଆକ୍ଟ୍ରେସ ଭାବେ ପରିଗଣିତ ହେଉଥିବା କଙ୍ଗନା ରଣାଓ୍ୱତ ପୁଣି ଥରେ ଚର୍ଚ୍ଚାରେ । ନିକଟରେ ଅପନା ଭି ଟାଇମ ଆୟେଗା କହି ଚର୍ଚ୍ଚାରେ ରହିଥିବା ବେଳେ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି କି 'ବୁରି ନଜର ଓ୍ବାଲେ କି ଆଁଖେ ନୋଚ ଲି ଜାଏଗି ।'

ଏବେ ଆପଣ ନିହାତି ଭାବୁଥିବେ କି କଙ୍ଗନା ଏହି ଡାଇଲଗ ବଲିଉଡ ଇଣ୍ଡଷ୍ଟ୍ରି ପାଇଁ କହିଛନ୍ତି । ତେବେ ଆପଣ ସମ୍ପୂର୍ଣ୍ଣ ଭୁଲ । କଥାଟି ହେଲା କି କଙ୍ଗନା ଏହି କଥାଟି ପାକିସ୍ତାନ ପାଇଁ କହିଛନ୍ତି ।

ପୁଲୱାମା ଆତଙ୍କବାଦୀ ଆକ୍ରମଣର 12 ଦିନ ପରେ ଭାରତୀୟ ସେନା ପ୍ରତିଶୋଧ ନେଇଛି। ପାକିସ୍ତାନର ବାଲାକୋଟସ୍ଥିତ ଆତଙ୍କି ଆଡାସ୍ଥଳୀରେ ଭାରତୀୟ ସେନା ଏୟାର ଷ୍ଟ୍ରାଇକ କରି ସବୁ ଧ୍ୱସଂ କରିଦେଇଛନ୍ତି। ଇତିମଧ୍ୟରେ ବଲିଉଡ ଷ୍ଟାର୍ସ ସୋସିଆଲ ମିଡିଆରେ ନିଜ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଏହିକ୍ରମରେ କଙ୍ଗନା ମଧ୍ୟ ଇଣ୍ଡିଆନ ଏୟାରଫୋର୍ସକୁ ଧନ୍ୟବାଦ ଜଣାଇଛନ୍ତି।

କଙ୍ଗନା ନିଜ ଖୁସି ପ୍ରକାଶ କରି କହିଛନ୍ତି, "ମୁଁ ଇଣ୍ଡିଆନ ଏୟାରଫୋର୍ସକୁ ପ୍ରକୃତ ହିରୋ ପରି ଏହି ପ୍ରତିଶୋଧ ପାଇଁ ସାଲ୍ୟୁଟ କରୁଛି ।" ସେହିଠାରେ ଏଭଳି ନିଷ୍ପତ୍ତି ନିଆଯାଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ପାକିସ୍ତାନ ବିରୋଧରେ ହୋଇଥିବା ଏହି କାର୍ଯ୍ୟନୁଷ୍ଠାନକୁ ଦୃଷ୍ଟିରେ ରଖି କଙ୍ଗନା କହିଛନ୍ତି, ଏହି ଆକ୍ରମଣ ଆତଙ୍କବାଦୀ ଏବଂ ଆତଙ୍କୀ ଗତିବିଧି ବିରୋଧରେ ଦୃଢ ହୋଇସାରିଛି । ଯିଏ ଏଯାବତ ଏହି କଥାକୁ ବୁଝିପାରୁନାହାଁନ୍ତି, ତେବେ ବୁଝିଯାଆନ୍ତୁ, ଏବେ ଯିଏ ମଧ୍ୟ ଏହି ଦେଶ ଉପରେ ଖରାପ ନଜର ପକାଇବ, ତେବେ 'ତାରା ଆଂଖେ ନୋଚ ଲୀ ଜାଏଂଗୀ । ଜୟ ହିନ୍ଦ୍ ।'

undefined

ଏୟାର ଷ୍ଟ୍ରାଇକ ମାଧ୍ୟମରେ ଭାରତ 200ରୁ 300 ଆତଙ୍କବାଦୀଙ୍କୁ ନିପାତ କରିଛି । ଯାହାପରେ ପୁରା ଦେଶରେ ଏହି ପ୍ରତିଶୋଧର ଖୁସି ପାଳନ କରାଯାଉଛି। କଙ୍ଗନାଙ୍କ ବ୍ୟତୀତ ବି-ଟାଉନର ଅନେକ ଷ୍ଟାର୍ସ ଏହି ଅବସରରେ ନିଜ ନିଜର ପ୍ରତିକ୍ରିୟା ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ସ୍ଲଗ-ଆସନ୍ତା ୨୮ ରେ ବହୁ ପ୍ରତିକ୍ଷୀତ ଜାନିବିଲି ପ୍ରକଳ୍ପ ହେବ ଉଦଘାଟନ-ତରବରିଆ ଭାବରେ ପ୍ରକଳ୍ପ କାର୍ଯ୍ୟ ଉଦଘାଟନ ନେଇ ବିରୋଧି ଦଳର  ସମାଲୋଚନା...
ଫର୍ମାଟ-ପ୍ୟାକେଜ,
ରିପୋର୍ଟର-ସମୀର ଆଚାର୍ଯ୍ୟ,ବ୍ରହ୍ମପୁର,
ତାରିଖ-୨୬/୦୨/୨୦୧୯.(ଭିଜୁଆଲ majo ରେ ଯାଇଛି .)
ଆଙ୍କର-ବ୍ରହ୍ମପୁର ସହରବାସୀ ଙ୍କ ଦୀର୍ଘ ବର୍ଷ ଧରି ଅପେକ୍ଷା କରି ରହିଥିବା ଜାନିବିଲି ପାନୀୟ ଜଳ ପ୍ରକଳ୍ପ ଖୁବ୍ ଶ୍ରୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି  । ସହରବାସୀ ଏଣିକି ଜାନିବିଲି ରୁ ପାଣି ପାଇବେ । ଏଥିପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ପ୍ରାୟ ପାଞ୍ଚ ଶହ କୋଟି ଟଙ୍କା ବ୍ୟୟ କରାଯାଇ ଏହି ପ୍ରକଳ୍ପ ନିର୍ମାଣ ହୋଇଥିବା  ବେଳେ ଏହାକୁ ଆସନ୍ତା ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବେ ।ଅନ୍ୟପଟେ ତରବରିଆ ଭାବରେ ଏଭଳି ପ୍ରକଳ୍ପ କାର୍ଯ୍ୟକୁ ଉଦଘାଟନ କରିବା କୁ ନେଇ ବିରୋଧି ଦଳ ପକ୍ଷରୁ ନିର୍ବାଚନ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ପୂର୍ଣ୍ଣାଙ୍ଗ ନକରାଯାଇ ହେଉଥିବା ଅଭିଯୋଗ ଆଣିଛନ୍ତି  ।  
 (ଭି.ଓ-୧)-ବ୍ରହ୍ମପୁର ସହରବାସୀ ପାଇବେ ଜାନିବିଲି ପ୍ରକଳ୍ପ ର ପାଣି  ।ଏଣିକି ସହରରୁ ଦୂର ହେବାକୁ ଯାଉଛି ପାନୀୟ ଜଳ ସଙ୍କଟ । ଆସନ୍ତା ୩୦ ବର୍ଷକୁ ଦୃଷ୍ଟିରେ ରଖି ସରକାର ଙ୍କ ପକ୍ଷରୁ ପ୍ରାୟ ୪୯୮ କୋଟି ଟଙ୍କା ବ୍ୟୟରେ  ନିର୍ମାଣ ହୋଇଥିବା ଏହି ପ୍ରକଳ୍ପ ଆସନ୍ତା ୨୮ ତାରିଖରେ ବ୍ରହ୍ମପୁରରେ ଉଦଘାଟନ ହେବାକୁ ଯାଉଛି । ଜାନିବିଲି ରୁ ଏହି ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳ ଆସି ସହରର ଉପକଣ୍ଠ ଜଗଦଳପୁର ଗ୍ରାମ ନିକଟରେ ନିର୍ମିତ ହୋଇଥିବା ଟ୍ରିଟମେଣ୍ଟ ପ୍ଲାଣ୍ଟରେ ପହଞ୍ଚିବା ପରେ ଏହାକୁ ବିଶୋଧନା କରାଯିବା ପରେ ବ୍ରହ୍ମପୁର ସହର ସମେତ ସହରର ଉପକଣ୍ଠ ବିଭିନ୍ନ ଗ୍ରାମାଞ୍ଚଳ କୁ ପାନୀୟ ଜଳ ଯୋଗାଣ ହେବ  । ସହରବାସୀ ଙ୍କ ଦୀର୍ଘ ବର୍ଷର ଦାବୀ କୁହାଯାଉଥିବା ଜାନିବିଲି ପ୍ରକଳ୍ପ କାର୍ଯ୍ୟ ପ୍ରାୟ ଶେଷ ହୋଇଥିବା ବେଳେ ଏହାକୁ  ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ପ୍ରକଳ୍ପ କାର୍ଯ୍ୟ ପ୍ରାୟ ୮୦ ପ୍ରତିଶତ ଶେଷ ହୋଇଯାଇଥିବା ବେଳେ ଆଉ ବଳକା କାର୍ଯ୍ୟ ମଧ୍ୟ ଖୁବ୍ ଶ୍ରୀଘ୍ର ଶେଷ ହୋଇଯିବ ବୋଲି କହିଛନ୍ତି ବ୍ରହ୍ମପୁର ର ବିଧାୟକ ।  
 ବାଇଟ୍- ଡା.ରମେଶ କୁମାର ଚ୍ୟାଉପଟ୍ଟନାୟକ(ବିଧାୟକ-ବ୍ରହ୍ମପୁର)
 (ଭି.ଓ-୨)-ଅନ୍ୟପଟେ ଜାନିବିଲି ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ଶେଷ ହୋଇନଥିବା ବେଳେ ଅର୍ଦ୍ଧପନ୍ତରିଆ ପ୍ରକଳ୍ପ କୁ
ନିର୍ବାଚନ କୁ ଆଖିଆଗରେ ରଖି ତରବରିଆ ଭାବରେ  ଉଦଘାଟନ କରୁଥିବା ନେଇ ପ୍ରଶ୍ନ ଉଠାଇଛନ୍ତି  ଦୁଇ ବିରୋଧି ଦଳ ଜିଲ୍ଲା କଂଗ୍ରେସ ସହ ବିଜେପି  ।  ସହରର ବହୁ ସାହିରେ ପାଇପ୍ ବିଛାଇବା କାର୍ଯ୍ୟ ଶେଷ ହୋଇନଥିବା ବେଳେ ଉଦଘାଟନ ପରେ କେତେ ସୁଫଳ ମିଳିବ ସେ ନେଇ ସମାଲୋଚନା କରାଯାଇଛି    ।
ବାଇଟ୍- ପିତବାସ ପଣ୍ଡା(ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି-ବ୍ରହ୍ମପୁର)
ବାଇଟ୍-କାହ୍ନୁ ଚରଣ ପତି (ଜିଲ୍ଲା ବିଜେପି ସଭାପତି)

ରିପୋର୍ଟର ପି.ଟୁ.ସି(ସମୀର ଆଚାର୍ଯ୍ୟ)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.