ETV Bharat / sitara

ସୁଶାନ୍ତଙ୍କ ଆତ୍ମହତ୍ୟା: ମୁକେଶଙ୍କୁ କଡା ଜବାବ ଦେଲେ କଙ୍ଗନା

ପୁଣି ଚର୍ଚ୍ଚାରେ କଙ୍ଗନା ରଣାୱତ । ଏଥର ସେ ନିର୍ମାତା ମୁକେଶ ଭଟ୍ଟଙ୍କୁ ଟାର୍ଗେଟ କରିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁରେ ଭିନ୍ନ କାହାଣୀ କହୁଥିବାରୁ ମୁକେଶଙ୍କୁ କଡା ଜବାବ ଦେଇଛନ୍ତି ସେ ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jun 18, 2020, 8:05 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ଏବଂ ଚକିତ । ସୋସିଆଲ ମିଡିଆରେ ସେଲିବ୍ରିଟିଙ୍କ ଠୁ ନେଇ ଫ୍ୟାନ୍ସଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାରେ ଲାଗିଛନ୍ତି । ସେହିପରି ଆଉ କିଛି ସେଲିବ୍ରିଟି ସୁଶାନ୍ତଙ୍କ ଆତ୍ମହତ୍ୟାଙ୍କୁ ଡିପ୍ରେସନ କହି ଅନେକ କାହାଣୀ ସହ ତୁଳନା କରୁଛନ୍ତି । କିଛି ଏପରି ବୟାନ ଦେଇ ଏବେ ଚର୍ଚ୍ଚାରେ ବି-ଟାଉନର ଫେମସ ନିର୍ମାତା ମୁକେଶ ଭଟ୍ଟ । ତାଙ୍କ ବୟାନକୁ ଆଧାର କରି କୁଇନ କଙ୍ଗନା ରଣାୱତ ତାଙ୍କର କଡା ସମାଲୋଚନା କରିଛନ୍ତି ।

କଥାଟି ହେଲା ଯେ ମୁକେଶ ଏକ ସାକ୍ଷାତକାରରେ ସୁଶାନ୍ତଙ୍କ ମୃତ୍ୟୁ ଉପରେ ଆଲୋଚନା କରି କହିଥିଲେ ତାଙ୍କୁ ଧିରେ ଧିରେ ଅନୁଭବ ହେଉଥିଲା ଯେ ସୁଶାନ୍ତ ଫେମସ ଅଭିନେତ୍ରୀ ପରୱିନ ବାବିଙ୍କ ଭଳି ବ୍ୟବହାର କରୁଥିବାର ।

ମୁକେଶଙ୍କ ଏହି ଷ୍ଟେଟମେଣ୍ଟ କଙ୍ଗନାଙ୍କୁ ଆଦୌ ପସନ୍ଦ ଆସିନଥିଲା । ତାଙ୍କର ସମାଲୋଚନା କରି ସେ କହିଛନ୍ତି ଯେ ସେମାନେ ପରୱିନଙ୍କ ସହ କଣ କରିଥିଲେ ପୁରା ଦୁନିଆ ଜାଣିଛି ।

‘ହ୍ରିତିକ ରୋଶନ ଓ ମୋର ସମ୍ପର୍କ ଭାଙ୍ଗିବା ପରେ ମହେଶ ଭଟ୍ଟ କହିଥିଲେ ମୁଁ ଜୀବନ ହାରିଦେବି । ସେ ଦାବି କରିଥିଲେ ଯେ ହ୍ରିତିକ ତାଙ୍କୁ ଯେଉଁ ତଥ୍ୟ ଦେଖାଇଛନ୍ତି । ଯାହାଦ୍ବାରା ସାବ୍ୟସ୍ତ ହେଉଛି ଯେ ମୁଁ ମୋ ନିଜକୁ ନଷ୍ଟ କରିବାକୁ ଯାଉଥିଲି । ମୁଁ ଜାଣିଛି ସେ ଏମିତି କାହିଁକି କହିଥିଲେ । ସେହି କଥାକୁ 4 ବର୍ଷ ବିତିସାରିଲାଣି । ହେଲେ ମୁଁ ଏବେ ଠିକ୍ ଅଛି ଆଉ ନିଜ ସହ କିଛି ଖରାପ ମଧ୍ୟ କରିନାହିଁ । ଆଉ ଏବେ ତାଙ୍କ ଭାଇ ମୁକେଶ, ସୁଶାନ୍ତଙ୍କ ଆତ୍ମହତ୍ୟାର ଏପରି କାହାଣୀ ସମସ୍ତଙ୍କୁ ଶୁଣାଇବାରେ ଲାଗିଛନ୍ତି । ଯାହା ଆଦୌ ଠିକ୍ କଥା ନୁହେଁ’ ବୋଲି କହିଛନ୍ତି କଙ୍ଗନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.