ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ସର୍ବଦା କିଛି ନା କିଛି କାରଣରୁ ଚର୍ଚ୍ଚାରେ ଥାଆନ୍ତି । କେବେ ନିଜ ଫିଲ୍ମକୁ ନେଇ ତ କେବେ ବିବାଦୀୟ ବୟାନ ପାଇଁ । କିଛିଦିନ ହେବ ଫିଲ୍ମ 'ମଣିକର୍ଣ୍ଣିକା'କୁ ନେଇ ବ୍ୟସ୍ତ ଥିବା କଙ୍ଗନା ଏବେ ନିକଟରେ ପୁଣି ଖୁଲୁସା କରିଛନ୍ତି ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଗୁମର ।
ମିଡିଆ ସହ କଥାବାର୍ତ୍ତା ସମୟରେ ପୁଣି ନିଜର କ୍ରୋଧ ପ୍ରକାଶ କରିଛନ୍ତି କଙ୍ଗନା । ଫିଲ୍ମକୁ ନେଇ କଙ୍ଗନାଙ୍କୁ ସମର୍ଥନ ଏତେ ମାତ୍ରାରେ ମିଳିନଥିଲା, ଯାହାକୁ ନେଇ ପ୍ରଶ୍ନ କରିଥିଲେ ସାମ୍ବାଦିକ । ଯାହାର ଜବାବରେ ସେ କହିଛନ୍ତି ଏହାକୁ ନେଇ ମୋତେ କଣ ଲାଭ ମିଳିବ । ମୁଁ 3-4ଟି ଜାତୀୟ ପୁରସ୍କାର ପାଇସାରିଛି । 31ବର୍ଷ ବୟସରେ ମୁଁ ଜଣେ ଫିଲ୍ମ ନିର୍ମାତା ମଧ୍ୟ । ସେମାନେ ନିଜକୁ ହିଁ ପ୍ରମୋଟ କରିଲେ ଭଲ ହେବ ।
- " class="align-text-top noRightClick twitterSection" data="
">
ଆଗକୁ କଙ୍ଗନା କଥାବଢାଇ କହିଛନ୍ତି, 'ଝାନସୀ ରାଣୀ ଲକ୍ଷ୍ମୀବାଈ କଣ ମୋ ଖୁଡି ? ସେ ମୋର ଯେତିକି, ତୁମର ବି ସେତିକି । ତାହେଲେ କିଛି ଲୋକ କାହିଁକି ଡରୁଛନ୍ତି । ଏମାନେ ଗୋଟିଏ ଗ୍ୟାଙ୍ଗ ଗଠନ କରି ମୋ ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି । କିନ୍ତୁ ଏବେ ମୁଁ ଏମାନଙ୍କୁ ଛାଡିବି ନାହିଁ । ସମସ୍ତଙ୍କୁ ଜଣ ଜଣଙ୍କୁ ଧରିବି ବୋଲି ସେ କହିଛନ୍ତି । ଫିଲ୍ମ 'ମଣିକର୍ଣ୍ଣିକା' ଆଗାମୀ ପୀଢି ପାଇଁ ଥିଲା ନା କି ମୋ ପାଇଁ ।'