ETV Bharat / sitara

ଉଦୟପୁରରେ କଙ୍ଗନାଙ୍କ ଭାଇ କରିବେ ଡେଷ୍ଟିନେସନ ଓ୍ବେଡିଙ୍ଗ, ସେୟାର କଲେ କାର୍ଡ

author img

By

Published : Nov 8, 2020, 10:42 PM IST

ନିକଟରେ କଙ୍ଗନା ସୋସିଆଲ ମିଡିଆରେ ତାଙ୍କ ଭାଇଙ୍କ ବିବାହ କାର୍ଡ ମଧ୍ୟ ସେୟାର କରିଛନ୍ତି । ଅଭିନେତ୍ରୀଙ୍କ ଭାଇ ଉଦୟପୁରରେ ଡେଷ୍ଟିନେସନ ଓ୍ବେଡିଙ୍ଗ କରିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ...

kangana-brother-destination-wedding-invitation-card
ଉଦୟପୁରରେ ହେବ କଙ୍ଗନାଙ୍କ ଭାଇଙ୍କ ଡେଷ୍ଟିଙ୍ଗନେସନ ଓ୍ବେଡିଙ୍ଗ,ସେୟାର କଲେ କାର୍ଡ

ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗନାଙ୍କ ଘରେ ବିବାହ ଋତୁ । କଙ୍ଗନା ଏବେ ତାଙ୍କ ସାନଭାଇଙ୍କ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି ।

ନିକଟରେ କଙ୍ଗନା ସୋସିଆଲ ମିଡିଆରେ ତାଙ୍କ ଭାଇଙ୍କ ବିବାହ କାର୍ଡ ମଧ୍ୟ ସେୟାର କରିଛନ୍ତି ।

ଅଭିନେତ୍ରୀଙ୍କ ଭାଇ ଉଦୟପୁରରେ ଡେଷ୍ଟିନେସନ ଓ୍ବେଡିଙ୍ଗ କରିବାକୁ ଯାଉଛନ୍ତି । ବିବାହରେ ବହୁ କମ ଅତିଥି ଆସିବେ, ଯାହାର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଅଭିନେତ୍ରୀ ଟ୍ବିଟ୍ କରି ତାଙ୍କ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି ।

କଙ୍ଗନା ଲେଖିଛନ୍ତି, ଏହା ମୋ ପାଇଁ ଏବଂ ମୋ ପରିବାର ପାଇଁ ଏକ ବିଶେଷ ଉତ୍ସବ । ମୁଁ ଉଦୟପୁରରେ ମୋ ଭାଇର ଡେଷ୍ଟିନେସନ ଓ୍ବେଡିଙ୍ଗର ଆୟୋଜନ କରୁଛି । କିନ୍ତୁ କୋରୋନା ହେତୁ ଏକ ଛୋଟ ସମାବେଶ ରଖାଯାଇଛି ।

କାର୍ଡରେ କୁହାଯାଇଛି ଯେ, କଙ୍ଗନାଙ୍କ ଭାଇ ନଭେମ୍ବର 10 ରେ ବିବାହ କରିବେ। ତାଙ୍କର ଡେଷ୍ଟିନେସନ ଓ୍ବେଡିଙ୍ଗ ଉଦୟପୁରର ଶିଶ ମହଲରେ କରାଯାଉଛି । ରାତ୍ରୀ ଭୋଜନର ବ୍ୟବସ୍ଥା କରାଯାଇଛି ।

କିଛି ଦିନ ପୂର୍ବରୁ, ନାଲାଗଡର ମହାରାଜା କଙ୍ଗନାଙ୍କ ପାଇଁ ଏକ ରାତ୍ରି ରାଜ ଭୋଜନର ଆୟୋଜନ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.