ETV Bharat / sitara

କ୍ରେନ ଦୁର୍ଘଟଣା: କମଲଙ୍କୁ କ୍ରାଇମବ୍ରାଞ୍ଚରୁ ମିଳିଲା ସମନ

author img

By

Published : Mar 3, 2020, 1:08 PM IST

କ୍ରାଇମବ୍ରାଞ୍ଚ ପୋଲିସ ତରଫରୁ ଲୋକପ୍ରିୟ ଅଭିନେତା କମଲ ହାସନଙ୍କୁ ମିଳିଛି ସମନ । ‘ଇଣ୍ଡିଆନ-2’ ସେଟରେ କ୍ରେନ ଦୁର୍ଘଟଣାକୁ ନେଇ ପଚାରାଉଚରା କରିବ ପୋଲିସ ।

kamal haasan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କମଲ ହାସନ

ଚେନ୍ନାଇ: ନିକଟରେ ତାମିଲ ସୁପରଷ୍ଟାର ତଥା ରାଜନେତା କମଲ ହାସନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଇଣ୍ଡିଆନ-2’ ସେଟରେ କ୍ରେନ ପଡିବାରୁ 3 ଜଣଙ୍କ ମୃତ୍ୟୁ ହେବା ସହ 12ରୁ ଅଧିକ ଲୋକ ଆହତ ହୋଇଥିଲେ । ଯାହାକୁ ଆଧାର କରି ବର୍ତ୍ତମାନ କେନ୍ଦ୍ରୀୟ କ୍ରାଇମବ୍ରାଞ୍ଚ ପୋଲିସ ତାଙ୍କୁ ସମନ ଜାରି କରିଛି ।

ଫେବୃଆରୀ 19 ରାତିରେ ଇଭିପି ଫିଲ୍ମ ସିଟିରେ ‘ଇଣ୍ଡିଆନ 2’ ପାଇଁ ସେଟ ନିର୍ମାଣ କରୁଥିବା ସମୟରେ ହଠାତ୍ କ୍ରେନ ଖସିପଡିଥିଲା । ଯାହାଦ୍ବାରା ଘଟଣାସ୍ଥଳରେ ତିନି ଜଣ ଟେକ୍ନିସିଆନ ମଧୁ, ଚନ୍ଦ୍ରନ୍ ଓ କ୍ରିଷ୍ଣାଙ୍କ ମୃତ୍ୟୁ ହୋଇଥିବା ବେଳେ 12 ଜଣ ଆହତ ହୋଇଥିଲେ । ସେହି ସମୟରେ ସେଟରେ ଉପସ୍ଥିତ ଥିଲେ କମଲ, କାଜଲ ଅଗ୍ରୱାଲ ଓ ନିର୍ଦ୍ଦେଶକ ଶଙ୍କର । । ଆହତମାନଙ୍କୁ ମେଡିକାଲ ଭର୍ତ୍ତି କରିବାରେ ଏହି ଷ୍ଟାରକାଷ୍ଟ କ୍ରୁ ମେମ୍ବରଙ୍କୁ ସାହାଯ୍ୟ ମଧ୍ୟ କରିଥିଲେ।

ଦୁର୍ଘଟଣାର କାରଣ ଜାଣିବା ପାଇଁ ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଥିବା ସବୁ ଲୋକଙ୍କୁ ଡକାଇଛି । ସେଟରେ ନିଆଯାଇଥିବା ସୁରକ୍ଷା ସାବଧାନତା ଏବଂ ଅନ୍ୟାନ୍ୟ ବିବରଣୀ ବିଷୟରେ ସେମାନେ ଜାଣିବାକୁ ଚାହୁଁଛନ୍ତି। ପ୍ରକାଶ ଥାଉକି ‘ଇଣ୍ଡିଆନ-2’ ବ୍ୟତୀତ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ କମଲ ସହଯୋଗ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.