ମୁମ୍ବାଇ: ବହୁ ପ୍ରତିକ୍ଷିତ ମଲ୍ଟି ଷ୍ଟାରର ଫିଲ୍ମ 'କଲଙ୍କ'ର ନୂଆ ଗୀତ 'ଏରା-ଗେରା' ରିଲିଜ ହୋଇଯାଇଛି । କରନ ଜୋହରଙ୍କ ମେଗା ବଜେଟ ଫିଲ୍ମ କଲଙ୍କ ଦୀର୍ଘ ସମୟରୁ ଚର୍ଚ୍ଚାର ବିଷୟ ପାଲଟିଛି । ଇତିମଧ୍ୟରେ ଫିଲ୍ମର ନୂଆ ଗୀତ ରିଲିଜ ହୋଇଛି । ଯେଉଁଥିରେ ଲୁକାଛୁପ୍ପିର ଅଭିନେତ୍ରୀ କ୍ରିତି ସାନନ ଶାନଦାର ଅବତାରରେ ନଜର ଆସୁଛନ୍ତି ।
ଏହି ଗୀତରେ କ୍ରିତିଙ୍କ ବ୍ୟତୀତ ଅଭିନେତା ବରୁଣ ଧୱନ ଓ ଆଦିତ୍ୟ ରାୟ କପୁର ମଧ୍ୟ ଝୁମି ଝୁମି ଡାନ୍ସ କରୁଥିବାର ଦେଖାଯାଇଛନ୍ତି । ଧର୍ମା ପ୍ରଡକ୍ସନର ଅପକମିଂ ଫିଲ୍ମ କଲଙ୍କରେ ବରୁଣ, ଆଲିୟା ଭଟ୍ଟ, ଆଦିତ୍ୟ, ସୋନାକ୍ଷୀ ସିହ୍ନା, ମାଧୁରୀ ଦୀକ୍ଷିତ ନେନେ ଓ ସଞ୍ଜୟ ଦତ୍ତ ମୁଖ୍ୟ ଭୂମିକାରେ ନଜର ଆସିବେ ।
- " class="align-text-top noRightClick twitterSection" data="
">
ଫିଲ୍ମର ଟ୍ରେଲରକୁ ମଧ୍ୟ ଦର୍ଶକ ଶାନଦାର ପ୍ରତିକ୍ରିୟା ଦେଇଥିଲେ । ଆଦିତ୍ୟ, ସୋନାକ୍ଷୀ ଏବଂ ଆଲିୟା ଓ ବରୁଣଙ୍କ ପ୍ରେମ କାହାଣୀକୁ ଟ୍ରେଲରରେ ଦେଖିବାକୁ ମିଳିଥିଲା । ଫିଲ୍ମଟି ଏପ୍ରିଲ 17ରେ ରିଲିଜ ହେବାକୁ ଯାଉଛି । ଫିଲ୍ମ ଦେଖିବାକୁ ଏବେ ଠାରୁ ଦର୍ଶକ ଖୁବ୍ ଉତ୍ସାହିତ ଅଛନ୍ତି ।
ପ୍ରକାଶ ଥାଉକି କଲଙ୍କ ଫିଲ୍ମଟି 1940 ବ୍ୟାକଡ୍ରପ ଉପରେ ଆଧରିତ । ଫିଲ୍ମରେ ମୁସଲମାନ ପୁଅ ଓ ହିନ୍ଦୁ ଝିଅର ପ୍ରେମ କାହାଣୀକୁ ମଧ୍ୟ ପର୍ଯ୍ୟବେଶିତ କରାଯାଇଛି ।
- " class="align-text-top noRightClick twitterSection" data="">