ETV Bharat / sitara

ସିଙ୍ଗାପୁରରେ କାଜଲଙ୍କ ମହମ ପ୍ରତିମୂର୍ତ୍ତି ସ୍ଥାପନ

author img

By

Published : Feb 5, 2020, 7:47 PM IST

ମ୍ୟାଡ ତୁଷାଦରେ ସ୍ଥାନ ପାଇଲା ଆଉ ଜଣେ ସେଲିବ୍ରିଟିଙ୍କ ମହମ ପ୍ରତିମୂର୍ତ୍ତି । ଦକ୍ଷିଣ ଭାରତୀୟ ଅଭିନେତ୍ରୀ କାଜଲ ଅଗ୍ରୱାଲାଙ୍କ ମହମ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ସେ ସାଉଥର ପ୍ରମଥ ଏମିତି ଅଭିନେତ୍ରୀ ଯାହାଙ୍କ ମହମ ପ୍ରତିମୂର୍ତ୍ତି ସିଙ୍ଗାପୁର ମ୍ୟାଡ ତୁଷାଦରେ ସ୍ଥାନ ପାଇଛି ।

kajal aggarwal
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାଜଲ ଅଗ୍ରୱାଲ

ମୁମ୍ବାଇ: ଅଜୟ ଦେବଗନଙ୍କ ‘ସିଂଘମ’ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଥିବା ସାଉଥର ଫେମସ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ଫ୍ୟାନ୍ସ ପାଇଁ ଗୁଡନ୍ୟୁଜ । ସିଙ୍ଗାପୁର ମ୍ୟାଡମ ତୁଷାଦରେ ତାଙ୍କର ମହମ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । କାଜଲ ପ୍ରଥମ ସାଉଥ ଅଭିନେତ୍ରୀ ଯାହାଙ୍କ ମହମ ପ୍ରତିମୂର୍ତ୍ତି ସିଙ୍ଗାପୁର ମ୍ୟାଡମ ତୁଷାଦରେ ସ୍ଥାନ ପାଇଛି । କାଜଲ ପୁରା ପରିବାର ସହ ପ୍ରତିମୂର୍ତ୍ତିର ଲଞ୍ଚିଂ ଇଭେଣ୍ଟରେ ଯୋଗ ଦେଇଛନ୍ତି ।

ଏହି ପ୍ରତିମୂର୍ତ୍ତି ଉଦଘାଟନ ପାଇଁ କାଜଲଙ୍କ ପିତା-ମାତା, ଭାଇ ଓ ଭଉଜ ସିଙ୍ଗାପୁର ଯାଉଛନ୍ତି । କାଜଲଙ୍କ ମହମ ପ୍ରତିମୂର୍ତ୍ତିକୁ ସିଲଭରର ସିମରି ଡ୍ରେସ ପିନ୍ଧାଯାଇଛି । ଆଉ ଏହି ଇଭେଣ୍ଟରେ କାଜଲ ପର୍ପଲ କଲର ଡ୍ରେସ ପିନ୍ଧି ସବୁଥର ପରି ଖୁବ୍ ସୁନ୍ଦର ନଜର ଆସୁଛନ୍ତି । ବର୍ତ୍ତମାନ ଇଭେଣ୍ଟର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପ୍ରକାଶ ଥାଉକି ଡିସେମ୍ବରରେ କାଜଲ ମହମ ପ୍ରତିମୂର୍ତ୍ତି ନିର୍ମାଣ ହେବାର ସୂଚନା ସୋସିଆଲ ମିଡିଆରେ ସମସ୍ତଙ୍କୁ ଦେଇଥିଲେ । ଏହାର ସୂଚନା ଦେଇ କାଜଲ ଲେଖିଥିଲେ, ‘ମୁଁ ପିଲାବେଳେ ମ୍ୟାଡମ ତୁଷାଦ ବୁଲିବାକୁ ଯାଉଥିଲି । ସେହି ସମୟରେ ସବୁ ସେଲିବ୍ରିଟିଙ୍କ ମହମ ପ୍ରତିମୂର୍ତ୍ତି ମତେ ବହୁତ ମୋହିତ କରୁଥିଲେ । ସେହି ପ୍ରତିମୂର୍ତ୍ତିଙ୍କ ଅଂଶ ହେବା ଗର୍ବର କଥା । ନୂଆ ବର୍ଷର ଆରମ୍ଭ ଏହାଠୁ ଆଉ କଣ ଅଧିକ ଭଲ ହୋଇପାରିବ ।’

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.