ହାଇଦ୍ରାବାଦ: ସାଉଥ ସିନେମାର ଫେମସ ଅଭିନେତ୍ରୀ ଏବଂ ବି-ଟାଉନର ସିଂଘମ ଅଜୟ ଦେବଗନଙ୍କ ସହ ଫିଲ୍ମ କରିସାରିଥିବା କାଜଲ ଅଗ୍ରୱାଲଙ୍କ ଫ୍ୟାନ୍ସ ପାଇଁ ଖୁସି ଖବର । ଖୁବଶୀଘ୍ର ତାଙ୍କ ମହମ ପ୍ରତିମୂର୍ତ୍ତି ସିଙ୍ଗାପୁରର ମ୍ୟାଡମ ତୁଷାଦରେ ସ୍ଥାନ ପାଇବାକୁ ଯାଉଛି । ଏହାର ସୂଚନା ସେ ସୋସିଆଲ ମିଡିଆରେ ନିଜର ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଦେଇଛନ୍ତି । ଏହାସହ ସେ ଇମୋଶନାଲଭରା ପୋଷ୍ଟ ମଧ୍ୟ ଲେଖିଛନ୍ତି ।
- " class="align-text-top noRightClick twitterSection" data="
">
ମ୍ୟାଡମ ତୁଷାଦରେ ମହମ ପ୍ରତିମୂର୍ତ୍ତି ସ୍ଥାପନ ହେବାକୁ ନେଇ କାଜଲଙ୍କ ଖୁସି ନକହିଲେ ସରେ । ଯାହାକୁ ନେଇ ଖୁବ୍ ଉତ୍ସାହିତ ମଧ୍ୟ ସେ । ଇମୋଶନାଲ ପୋଷ୍ଟରେ କାଜଲ ଲେଖିଛନ୍ତି, ‘ମୋର ମନେ ଅଛି ପିଲାବେଳେ ମ୍ୟାଡମ ତୁଷାଦ ବୁଲିବାକୁ ଯାଇଥିଲେ । ଆଉ ସେଠାରେ ଉପସ୍ଥିତ ଥିବା ବଡ ବଡ ବ୍ୟକ୍ତିଙ୍କ ମହମ ପ୍ରତିମୂର୍ତ୍ତି ଦେଖି ମୁଁ ବହୁତ ଖୁସି ହୋଇଥିଲି । ଆଜି ତାଙ୍କ ଗହଣରେ ନିଜକୁ ପାଇ ଗର୍ବିତ ଅନୁବଭ କରୁଛି ।’
‘ଉତ୍ସାହିତ ଏବଂ ଗର୍ବିତ ଅଛି ଯେ ମୋ ନିଜର ମହମ ପ୍ରତିମୂର୍ତ୍ତି ମ୍ୟାଡମ ତୁଷାଦରେ ଲାଗିବ । ଆସନ୍ତା ବର୍ଷ ଫେବୃଆରୀ 5ରେ ନିଜ ମହମ ପ୍ରତିମୂର୍ତ୍ତିକୁ ଆପଣଙ୍କ ସହ ପରିଚୟ କରାଇବା ପାଇଁ ସେଠାରେ ଉପସ୍ଥିତ ରହିବି’ ବୋଲି ନିଜ ଦ୍ବିତୀୟ ପୋଷ୍ଟରେ ଲେଖିଛନ୍ତି କାଜଲ । କାଜଲ ସାଉଥର ପ୍ରଥମ ଏମିତି ଅଭିନେତ୍ରୀ ଯାହାଙ୍କ ମହମ ପ୍ରତିମୂର୍ତ୍ତି ମ୍ୟାଡମ ତୁଷାଦରେ ସ୍ଥାନ ପାଇବ ।
ପ୍ରକାଶ ଥାଉକି ସୁପରଷ୍ଟାର ଅମିତାଭ ବଚ୍ଚନ, ଶାହରୁଖ ଖାନ, ସଲମାନ ଖାନ, ଐଶ୍ଚର୍ଯ୍ୟା ରାୟ ବଚ୍ଚନ, କ୍ୟାଟ୍ରିନା କୈଫ, ମାଧୁରୀ ଦୀକ୍ଷିତ, ଶାହିଦ କପୁର ଓ ହ୍ରିତିକ ରୋଶନଙ୍କ ମହମ ପ୍ରତିମୂର୍ତ୍ତି ଭିନ୍ନ ଭିନ୍ନ ମ୍ୟାଡମ ତୁଷାଦ ଦେଖିବାକୁ ମିଳୁଛି।