ETV Bharat / sitara

ଜୱାନୀ ଗୀତରେ ନାଚିଲେ କୋରିଆନ କଳାକାର

author img

By

Published : Apr 29, 2019, 1:52 PM IST

ଜୱାନୀ ଗୀତର ଫିଭର । ଏଥିରେ ନାଚିଛନ୍ତି କୋରିଆନ କଳାକାର । ଦକ୍ଷିଣ କୋରିଆର କେ-ପପ ଗ୍ରୁପ ଜୱାନୀ ଗୀତରେ ନାଚି ଭିଡିଓ ପୋଷ୍ଟ କରିଛନ୍ତି । ଏହାକୁ ସେୟାର କରିଛନ୍ତି କରଣ ଜୋହର ।

ଫାଇଲ ଫଟୋ

ହାଇଦ୍ରାବାଦ: ଷ୍ଟୁଡେଣ୍ଟ ଅଫ ଦି ଇୟର-2 ର ପପୁଲାର ଗୀତ ଜୱାନୀ ଗୀତ 'ଗିଲିି ଗିଲି ଅଖା 'ରେ ନାଚିଛନ୍ତି ଦକ୍ଷିଣ କୋରିଆର କେ-ପପ୍ ଗ୍ରୁପ । ଏହାର ଏକ ଭିଡିଓ ନିଜ ଟ୍ବିଟରରେ ପୋଷ୍ଟ କରିଛି କେ-ପପ୍ ଗ୍ରୁପ । ଭିଡିଓରେ 7ଜଣ ନାଚୁଥିବାର ଦେଖାଯାଇଛି । ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦି ଇୟର-2ର ନିର୍ମାତା କରଣ ଜୋହର ଭିଡିଓକୁ ନିଜ ଟ୍ବିଟରରେ ସେୟାର କରିଛନ୍ତି ।

karan johar
ଫଟୋ ସୌଜନ୍ୟ: କରଣ ଜୋହର ଟ୍ବିଟର

କରଣ ସେୟାର କରି ଲେଖିଛନ୍ତି ଯେ, ପୁରା ବିଶ୍ବ ଗିଲି ଗିଲି ଅଖା ଗୀତର ବାନ୍ଧି ହୋଇଯାଇଛି! ଓ ଏହାସହ କେ-ପପ୍ ଗ୍ରୁପର ପ୍ରଶଂସା ମଧ୍ୟ କରିଛନ୍ତି । ଏହି ଗ୍ରୁପ 2001 ମସିହାରୁ କିଛି ପୁଅଙ୍କୁ ନେଇ ଗଠନ କରାଯାଇଥିଲା । ଏହି ଗ୍ରୁପ ଅଲଗା ଅଲଗା ଭାଷାର ଗୀତରେ ନାଚି ଭିଡିଓକୁ ସେୟାର କରିଥାନ୍ତି । ଟ୍ବିଟରରେ ଇନ2ଆଇଟି ନାମରେ ଅଛି ।

ତେବେ ଷ୍ଟୁଡେଣ୍ଟ ଅଫ ଦି ଇୟର ରିଲିଜ ହେବା ପୂର୍ବରୁ ହିଁ ଫିଲ୍ମର ଗୀତ ଗୁଡିକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ଫିଲ୍ମରେ ଟାଇଗର ସ୍ରର୍ଫ, ତାରା ସୁତାରିଆ, ଅନନ୍ୟା ପାଣ୍ଡେଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ଫିଲ୍ମଟି 10 ମେ ରେ ରିଲିଜ ହେବ ।

Intro:Body:

SHREEMAYEE

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.