ETV Bharat / sitara

ଝିଅ ସହ ଟିକ୍‌ ଟକ୍‌ରେ କମେଡି କିଙ୍ଗ ଜନି

author img

By

Published : Mar 18, 2020, 5:48 PM IST

ଭାଇରଲ ହେଲା ଲୋକପ୍ରିୟ ଅଭିନେତା ଜନି ଲିଭରଙ୍କ ପ୍ରଥମ ଟିକ୍‌ ଟକ୍‌ ଭିଡିଓ । ଝିଅ ସହ ମିଶି ସମସ୍ତଙ୍କୁ ହସାଇଲେ ସେ।

_johnny lever
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଫେମସ କମେଡି ଅଭିନେତା ଜନି ଲିଭର ଶାନଦାର ଅଭିନୟ ଏବଂ କମେଡି ପାଇଁ ଲୋକପ୍ରିୟତା ହାସିଲ କରିଛନ୍ତି। ଯେବେ ସେ ସ୍କ୍ରିନରେ ଆସନ୍ତି ଦର୍ଶକ ନିଜ ହସ ରୋକିପାରନ୍ତି ନାହିଁ । ଇତିମଧ୍ୟରେ ସେ ପପୁଲାର ଆପ ଟିକ ଟକରେ ଡେବ୍ୟୁ କରିଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କ ପ୍ରଥମ ଟିକ ଟକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଭିଡିଓ ସୌଜନ୍ୟ: ଟ୍ବିଟର@ଜନି ଲିଭର

ସେ ନିଜ ଝିଅ ଜ୍ୟାମି ଲିଭରଙ୍କ ସହ ମିଶି ଏହି ଭିଡିଓ ନିର୍ମାଣ କରିଛନ୍ତି। ଭିଡିଓରେ ବାପା-ଝିଅ ନିଜ ଅଭିନୀତ ଫିଲ୍ମର କମେଡି ଡାଇଲଗ ଲିପସିଂ କରୁଥିବାର ଦେଖାଯାଉଛନ୍ତି । ଜନି ଅଭିନେତା ପରେଶ ରାୱଲଙ୍କ ଅଭିନୟ କରୁଥିବା ବେଳେ ଜ୍ୟାମି ତାଙ୍କ ଅଭିନୟ କରୁଛନ୍ତି । ଏହି ମଜାଦାର ଭିଡିଓକୁ ଖୁବ୍ ପସନ୍ଦ କରିଛନ୍ତି ଫ୍ୟାନ୍ସ । ଆପଣ ମଧ୍ୟ ଦେଖନ୍ତୁ ବାପା-ଝିଅଙ୍କ ଦମଦାର କମେଡି...

ଭିଡିଓଟିକୁ ଟ୍ବିଟରେ ସେୟାର କରି ଜନି ଲେଖିଛନ୍ତି, ‘ମୋ ଝିଅ ଜ୍ୟାମି ଲିଭର ଏହା ମୋ ପାଇଁ ତିଆରି କରିଛନ୍ତି । ଆଉ ବର୍ତ୍ତମାନ ମୁଁ ଏହା ଆପଣଙ୍କ ପାଇଁ କରିଛି ବାପୁ ପରେଶ ରାୱଲ।’ ର୍ସେପଟେ ପରେଶ ମଧ୍ୟ ଏହି ଭିଡିଓ ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, ‘ଧନ୍ୟବାଦ ଜନି ଭାଇ, ଆପଣ ସବୁବେଳେ ମୋ ଫେଭରେଟ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.