ETV Bharat / sitara

ଅସଫଳତାକୁ ଖାତିର କରନ୍ତି ନାହିଁ ଜନ

author img

By

Published : Dec 30, 2019, 7:39 PM IST

ନିଜର ସବୁଠାରୁ ବଡ ଶକ୍ତି ବିଷୟରେ ଏକ ଚାର୍ଟ ଶୋରେ ଆଲୋଚନା କରିଛନ୍ତି ଜନ ଆବ୍ରାହମ। ଅସଫଳତା ତାଙ୍କୁ କେବେ ପ୍ରଭାବିତ କରେ ନାହିଁ ବୋଲି କହିଛନ୍ତି ସେ।

john abraham
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜନ ଅବ୍ରାହମ

ମୁମ୍ବାଇ: ନିକଟରେ ଜନ ଅବ୍ରାହମଙ୍କ କମେଡି ଫିଲ୍ମ ‘ପାଗଲପନ୍ତୀ’ ରିଲିଜ ହୋଇଥିଲା । ଯାହାକୁ ଦର୍ଶକ ଓ କ୍ରିଟିକ୍ସିଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା । ଫିଲ୍ମରେ ତାଙ୍କ ସହ ଅର୍ଶଦ ୱାର୍ସୀ, ପୁଲକିତ ସମ୍ରାଟ, କ୍ରିତି ଖରବନ୍ଦା, ଉର୍ବଶୀ ରୌତଲା ଓ ଇଲିୟାନା ଡିକ୍ରୁଜ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହା ମଧ୍ୟରେ ଜନଙ୍କ ଏକ ବୟାନ ସାମ୍ନାକୁ ଆସିଛି। ଯେଉଁଥିରେ ନିଜର ସବୁଠୁ ବଡ ଶକ୍ତି ବିଷୟରେ ସେ କହିଛନ୍ତି।

ସେ ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି। ଆଉ ଆଜି ମଧ୍ୟ ସେ ଜୀବନର ସଠିକ ମୂଲ୍ୟକୁ ବୁଝିପାରୁଛନ୍ତି। ତାଙ୍କର ସବୁଠାରୁ ବଡ ସଫଳତା ହେଲା ଯେ ଅସଫଳତାକୁ ସେ କେବେ ମଧ୍ୟ ଡରନ୍ତି ନାହିଁ। ଆଉ ଯଦି ଆପଣଙ୍କୁ କୌଣସି ଜିନିଷରେ ଡର ଲଗୁନାହିଁ, ଆପଣ ସବୁ କାମ ସହଜରେ କରିପାରିବେ। ଯାହା ଆପଣ ଜୀବନରେ କରିବାକୁ ଚାହୁଁଛନ୍ତି। କାରଣ ଆପଣଙ୍କୁ ସବୁବେଳେ ସଫଳତା ଓ ଅସଫଳତା ସମାନ ଭାବରେ ମିଳିବ । ତେଣୁ ଏଥିପାଇଁ ତାଙ୍କୁ ଅସଫଳତା ଅଧିକ ପ୍ରଭାବିତ କରେ ନାହିଁ ବୋଲି ନିକଟରେ ଏକ ଚାର୍ଟ ଶୋ ‘ନଟ ଜଷ୍ଟ ସୁପରଷ୍ଟାର୍ସ’ କହିଥିଲେ।

ଏହି ଶୋରେ ସେ ନିଜ ବ୍ୟକ୍ତିଗତ ଟ୍ରେନର ବିନୋଦ ଚନ୍ନାଙ୍କ ସହ ସାମିଲ ହୋଇଥିଲେ। ଏହି ଶୋ ଜି କୈଫେ ଚ୍ୟାନେଲରେ ପ୍ରସାରିତ ହୋଇଥିଲା। ଖାଲି ଏତିକି ନୁହେଁ ସେ ନିଜର ଜଣେ ବନ୍ଧୁ ତଥା ଅଟୋ ଚାଳକ ସୁକୁଙ୍କ ବିଷୟରେ ମଧ୍ୟ ଅନେକ କଥା କହିଥିଲେ।

ଯିଏ ତାଙ୍କୁ ନିୟମିତ ରୂପେ ଘରୁ ନେଇ ତାଙ୍କ କାର୍ଯ୍ୟଳୟରେ ପହଞ୍ଚାଉଥିଲେ । ଏକଦା ସେ ଓ ସୁକୁ ଏକ ତାମିଲ ଫିଲ୍ମ ‘କକ୍କା କାଖ୍ବା’ ଦେଖିବାକୁ ଯାଉଥିଲେ। ଆଉ ସୁକୁଙ୍କ ଜିଦରେ ସେ ଏହି ତାମିଲ ଫିଲ୍ମର ହିନ୍ଦୀ ରିମେକ ‘ଫୋର୍ସ’ ନିର୍ମାଣ କରିଥିଲେ।

ସାଧାରଣ ଜୀବନ ବଞ୍ଚିବାରେ ବିଶ୍ବାସ ରଖୁଥିବା ଜନ ଏହା ମଧ୍ୟ ସ୍ବୀକାର କରିଛନ୍ତି ଯେ ଅନ୍ୟଙ୍କ ପାଇଁ ବଞ୍ଚିବାକୁ ଖୁବ୍ ପସନ୍ଦ କରନ୍ତି। ଆଉ ଅନ୍ୟଙ୍କ ଖୁସିର ଅଧିକ ଚିନ୍ତା କରନ୍ତି । ଆଉ ଯାହା ସେ ପସନ୍ଦ କରନ୍ତି ନାହିଁ ସେଥିରେ ସମୟ ଆଦୌ ଖର୍ଚ୍ଚ କରିବାକୁ ଭଲ ପା’ନ୍ତି ନାହିଁ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.