ETV Bharat / sitara

ଆରମ୍ଭ ହେବ ‘ସତ୍ୟମେବ ଜୟତେ 2 ସୁଟିଂ’, ଖୁଲାସା କଲେ ନିର୍ମାତା ଜାୱେରୀ

author img

By

Published : Jun 17, 2020, 2:10 PM IST

ସୋସିଆଲ ମିଡିଆରେ ଜନଙ୍କ ସହ ଫଟୋ ସେୟାର କରି ବହୁପ୍ରତିକ୍ଷିତ ଫିଲ୍ମ ‘ସତ୍ୟମେବ ଜୟତେ 2’ର ସୁଟିଂ ସୂଚନା ଦେଲେ ନିର୍ମାତା ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ଜନ ଅବ୍ରାହମ ଫ୍ୟାନ୍ସଙ୍କୁ ଖୁବଶୀଘ୍ର ବଡ ସରପ୍ରାଇଜ ଦେବାକୁ ଯାଉଛନ୍ତି । କାରଣ ଖୁବଶିଘ୍ର ଆରମ୍ଭ ହେବାକୁ ଯାଉଛି ତାଙ୍କ ଆଗାମୀ ଚର୍ଚ୍ଚିତ ଫିଲ୍ମ ‘ସତ୍ୟମେବ ଜୟତେ 2’ର ସୁଟିଂ ଆରମ୍ଭ ହେବ । ଯାହା ପାଇଁ ଜନ ଫେମସ ଫିଲ୍ମ ନିର୍ମାତା ମିଲାପ ଜାୱେରୀଙ୍କ ସହ ସାକ୍ଷାତ କରିଛନ୍ତି ।

ଯାହାର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଜାୱେରୀ । ସେ ଟ୍ବିଟରେ ଏହି ଫଟୋ ସେୟାର କରି ଲେଖିଛନ୍ତି, ‘ମୋ ହଲ୍କଙ୍କ ସହ ପୁଣିଥରେ ସାକ୍ଷାତ । ମୋ ହିରୋ, ମୋ ରାମ, ମୋର ଜନ ଅବ୍ରାହମ । 3 ମାସ ପରେ ଦୁଇଜଣ ସାକ୍ଷାତ କରିଛୁ । ହ୍ୟାଶଟ୍ୟାଗସତ୍ୟମେବଜୟତେ2 ଉପରେ ପୁଣି କାମ ଆରମ୍ଭ ।’

ପ୍ରକାଶ ଥାଉକି ଜନ ‘ସତ୍ୟମେବ ଜୟତେ 2’ର ପ୍ରଥମ ପୋଷ୍ଟର ସୋସିଆଲ ମିଡିଆରେ ସେୟାର କରିଥିଲେ । ଯେଉଁଥିରେ ଜନଙ୍କ ଚେହେରାରେ ଜବରଦସ୍ତ ଏକ୍ସପ୍ରେସନ ଦେଖିବାକୁ ମିଳିଥିଲା । ଜନଙ୍କ ସହ ଏହି ଫିଲ୍ମରେ ନଜର ଆସିବେ ଅଭିନେତ୍ରୀ ଦିବ୍ୟା ଖୋସଲା କୁମାର ।

ସେହିପରି ପୋଷ୍ଟରର କ୍ୟାପସନରେ ଜନ ଲେଖିଥିଲେ, ‘ସତର ସବୁବେଳେ ବିଜୟ ହୁଏ । ଆସନ୍ତା ଗାନ୍ଧୀ ଜୟନ୍ତୀ, ଅକ୍ଟୋବର 2, 2020 ସତ୍ୟମେବ ଜୟତେ ଫେରିବ ।’ ଅନ୍ୟ ଫିଲ୍ମ ଭଳି କୋରୋନା ଭାଇରସ ପାଇଁ ସତ୍ୟମେବ ଜୟତେ 2ର ସୁଟିଂକୁ ସ୍ଥିଗତ ରଖାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.