ETV Bharat / sitara

ସର୍କିଟଙ୍କୁ ଜନଙ୍କ ବିଏମଡବ୍ଲୁ ବାଇକ ଉପହାର

author img

By

Published : Jan 13, 2020, 8:08 PM IST

ଗତ ବର୍ଷ ରିଲିଜ ହୋଇଥିବା କମେଡି ଫିଲ୍ମ ‘ପାଗଲପନ୍ତୀ’ରେ ଦର୍ଶକଙ୍କୁ ଖୁବ୍ ହସାଇଥିଲେ ଅଭିନେତା ଜନ ଅବ୍ରାହମ ଓ ଅର୍ଶଦ ୱାରସୀ । ଏବେ ମହଙ୍ଗା ଉପହାରକୁ ନେଇ ଚର୍ଚ୍ଚାରେ ଦୁଇଷ୍ଟାର ।

john abraham and arshad warsi
ଡିଜାଇନ ଫଟୋ

ମୁମ୍ବାଇ: ବି-ଟାଉନର ହ୍ୟାଣ୍ଡସମ ଆକ୍ଟର ଜନ ଅବ୍ରାହମ ନୂଆ ନୂଆ ବାଇକ୍ସର ଦିୱାନା ବୋଲି ସମସ୍ତଙ୍କୁ ଜଣା ଅଛି । ତାଙ୍କ ପରି ବି-ଟାଉନର ସର୍କିଟ ଅର୍ଶଦ ୱାରସୀ ମଧ୍ୟ ବାଇକ ରାଇଡ କରିବାକୁ ଖୁବ୍ ପସନ୍ଦ କରନ୍ତି । ଆଉ ତାଙ୍କ ପାଖରେ ଦୁକାଟି ଏବଂ ଇଣ୍ଡିଆନ ସ୍କାଉଟ ଭଳି ବାଇକ ଅଛି । ଏବେ ଆପଣ ଭାବୁଥିବେ ଯେ ଆମେ ଏଠାରେ ଦୁଇଜଣଙ୍କୁ ବାଇକ ପସନ୍ଦ ବୋଲି କାହିଁକି କହୁଛି । କାରଣ ବାଇକକୁ ନେଇ ଚର୍ଚ୍ଚାରେ ବର୍ତ୍ତମାନ ଏହି ଦୁଇ ଷ୍ଟାର । ଆଜ୍ଞା ହଁ, ଅର୍ଶଦଙ୍କୁ ମିଳିଛି ବାଇକ ଉପହାର। ତାଙ୍କୁ ଏହି ଉପହାର ଆଉ କେହି ନୁହଁନ୍ତି ବରଂ ଜନ ଦେଇଛନ୍ତି ।

ଜନ ତାଙ୍କୁ BMW ବାଇକ ଗିଫ୍ଟ କରିଛନ୍ତି । ଯାହାକୁ ନେଇ ଅର୍ଶଦଙ୍କ ଖୁସି କହିଲେ ନସରେ । ରିପୋର୍ଟ ଅନୁଯାୟୀ ଜନ, ଅର୍ଶଦଙ୍କୁ 12 ଲକ୍ଷ ଟଙ୍କାର BMW F750 GS ଦେଇଛନ୍ତି । ଯାହାର ଖୁଲାସା ଅର୍ଶଦ ଏକ ସାକ୍ଷାତକାରରେ କରିଥିଲେ । ତାଙ୍କୁ ବାଇକ ଉପହାର ଦେବା ପୂର୍ବରୁ ଜନ ତାଙ୍କୁ ତାଙ୍କ ପସନ୍ଦ ପଚାରିଥିଲେ । ପ୍ରଥମେ ସେ ଭାବିଥିଲେ ଯେ ହୁଏତଃ ଜନ ନୂଆ ବାଇକ କିଣିବା ପାଇଁ ତାଙ୍କୁ ପଚାରୁଛନ୍ତି । ହେଲେ ପରେ ତାଙ୍କୁ ଜଣାପଡିଲା ଯେ ଜନ ତାଙ୍କ ଗିଫ୍ଟ ଦେବା ପାଇଁ ଏପରି ପଚାରିଥିଲେ ।

ସେ ପ୍ରଥମେ ବାଇକ ନେବାକୁ ମନା ମଧ୍ୟ କରିଦେଇଥିଲେ କିନ୍ତୁ ଜନ ବାଇକ ନେଇ ତାଙ୍କ ଘରେ ପହଞ୍ଚିଯାଇଥିଲେ । ଏହାବ୍ୟତୀତ ଜନଙ୍କ ଭଲ ଗୁଣର ପ୍ରଶଂସା କରି ଅର୍ଶଦ କହିଥିଲେ ଯେ ଜନ ସବୁବେଲେ ନିଜ ଖାସ୍ ବନ୍ଧୁକଙ୍କ ପାଇଁ ଏମିତି ମହଙ୍ଗା ଉପହାର କିଣନ୍ତି । ହେଲେ ନିଜ ଉପରେ କେବେ ମଧ୍ୟ ଟଙ୍କା ଖର୍ଚ୍ଚ କରନ୍ତି ନାହିଁ । ପ୍ରକାଶ ଥାଉକି ଗତ ବର୍ଷ ରିଲିଜ ହୋଇଥିବା ମଲ୍ଟି ଷ୍ଟାରର କମେଡି ଫିଲ୍ମ ‘ପାଗଲପନ୍ତୀ’ରେ ଏକାଠି ନଜର ଆସିଥିଲେ ଅର୍ଶଦ ଓ ଜନ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.