ହାଇଦ୍ରାବାଦ: ଦୀର୍ଘ ସମୟ ପରେ ଜନ୍ ଆବ୍ରାହମ୍ ଗୋଟିଏ ପରେ ଗୋଟିଏ ଆକ୍ସନ୍ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଜନ୍ ତାଙ୍କର ନୂଆ ଚଳଚ୍ଚିତ୍ର ତେହରାନ ଘୋଷଣା କରିଛନ୍ତି। ଏହା ଏକ ଆକ୍ସନ୍ ପ୍ୟାକ୍ ଥ୍ରୀଲର ଫିଲ୍ମ ହେବ । ଏହାପୂର୍ବରୁ ଜନ୍ ଅନେକ ଆକ୍ସନ୍ ଫିଲ୍ମରେ ଅଭିନୟ କରୁଥିବା ଦେଖିବାକୁ ମିଳିଛି । ଏବେ ତାଙ୍କୁ ପୁଣି ସେହି ସମାନ ଅବତାରରେ ଦେଖିବାକୁ ମିଳିବ । ସେ ଏହି ଫିଲ୍ମର ପୋଷ୍ଟରକୁ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ।
-
Get set for an action packed Republic Day 2023. Thrilled to announce my next, #Tehran!
— John Abraham (@TheJohnAbraham) February 22, 2022 " class="align-text-top noRightClick twitterSection" data="
Directed by #ArunGopalan, produced by #DineshVijan, @ShobhnaYadava, @LeyzellSandeep. Written by @writish & @ashishpverma. @MaddockFilms @bakemycakefilms pic.twitter.com/qy4ZO6n5im
">Get set for an action packed Republic Day 2023. Thrilled to announce my next, #Tehran!
— John Abraham (@TheJohnAbraham) February 22, 2022
Directed by #ArunGopalan, produced by #DineshVijan, @ShobhnaYadava, @LeyzellSandeep. Written by @writish & @ashishpverma. @MaddockFilms @bakemycakefilms pic.twitter.com/qy4ZO6n5imGet set for an action packed Republic Day 2023. Thrilled to announce my next, #Tehran!
— John Abraham (@TheJohnAbraham) February 22, 2022
Directed by #ArunGopalan, produced by #DineshVijan, @ShobhnaYadava, @LeyzellSandeep. Written by @writish & @ashishpverma. @MaddockFilms @bakemycakefilms pic.twitter.com/qy4ZO6n5im
ପୋଷ୍ଟର ସେୟାର କରି ଜନ୍ ଲେଖିଛନ୍ତି, ଗଣତନ୍ତ୍ର ଦିବସ 2023ରେ ଏକ ଆକ୍ସନ୍ ଫିଲ୍ମ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ଏହା ମୋର ପରବର୍ତ୍ତୀ ଥ୍ରୀଲର ଫିଲ୍ମ । ତେହରାନର ନିର୍ଦ୍ଦେଶକ ହେଉଛନ୍ତି ଅରୁଣ ଗୋପଳର ଏବଂ ଏଥିରେ ଜନ୍ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଜନ୍ଙ୍କ ଫିଲ୍ମ ଏକ ପ୍ରକୃତ ଘଟଣା ଉପରେ ଆଧାରିତ । ତେହରାନ ବ୍ୟତୀତ ଜନଙ୍କର ଆହୁରି ଅନେକ ଚଳଚ୍ଚିତ୍ର ଅଛି । ଜନଙ୍କ 3ଟି ବଡ ଚଳଚ୍ଚିତ୍ର ଚଳିତ ବର୍ଷ ରିଲିଜ୍ ହେବାର ସମ୍ଭାବନା ଅଛି, ଯେଉଁଥିରେ ଆଟାକ୍, ଏକ ଭିଲେନ୍ ୨ ଏବଂ ପଠାନ୍ ଭଳି ଚଳଚ୍ଚିତ୍ର ମଧ୍ୟ ଅଛି ।
ଏହା ମ୍ୟାଡକ୍ ଫିଲ୍ମସ୍ ଦ୍ବାରା ନିର୍ମିତ। ଏହାପୂର୍ବରୁ ମ୍ୟାଡକ୍ସ ବାଦଲାପୁର, ସ୍ତ୍ରୀ, ବାଲା, ମିମି ପରି କିଛି ବ୍ଲକବଷ୍ଟର ଚଳଚ୍ଚିତ୍ର ଦେଇଛନ୍ତି | ସେ ନିଜ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରିବାରେ କେବେ ବିଫଳ ହୋଇନାହାଁନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ