ETV Bharat / sitara

ଓଟିଟି ମୁହାଁ ଜନ-ଇମରାନଙ୍କ ଅପକମିଂ ଫିଲ୍ମ ‘ମୁମ୍ବାଇ ସାଗା’

author img

By

Published : Jul 21, 2020, 9:58 PM IST

ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି ‘ମୁମ୍ବାଇ ସାଗା’। ସିନେମାହଲ ବନ୍ଦ ଥିବାରୁ ମୁମ୍ବାଇ ସାଗା ନିର୍ମାତା ନେଲେ ଏପରି ନିଷ୍ପତ୍ତି।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜନ ଅବ୍ରାହମ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜନ ଅବ୍ରାହମ

ମୁମ୍ବାଇ: କୋରୋନା ଭାଇରସ ପ୍ରକୋପ ପାଇଁ ଦୀର୍ଘ ସମୟରୁ ଦେଶର ସବୁ ସିନେମାହଲ ବନ୍ଦ ରହିଛି । ଏହାକୁ ଦୃଷ୍ଟିରେ ରଖି ଫିଲ୍ମ ନିର୍ମାତା ନିଜ ନିଜ ଫିଲ୍ମ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାଦ୍ବାରା କିଛି ଦିନ ମଧ୍ୟରେ ଓଟିଟି ପ୍ଲାଟଫର୍ମରେ ଅନେକ ବିଗ ବଜେଟ ଫିଲ୍ମ ରିଲିଜ ହୋଇସାରିଲାଣି । ସର୍ବପ୍ରଥମେ ଅମିତାଭ ବଚ୍ଚନ ଓ ଆୟୁଷ୍ମାନ ଖୁରାନାଙ୍କ ଚର୍ଚ୍ଚିତ ଫିଲ୍ମ ‘ଗୁଲାବୋ-ସିତାବୋ’ ରିଲିଜ ହୋଇଥିଲା । ଆଉ ଏମାସ 31 ତାରିଖରେ ଅନେକ ଫିଲ୍ମ ରିଲିଜ ହେବାକୁ ଯାଉଛି। ସେହିପରି ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚେରା’ ଆସନ୍ତା 24 ତାରିଖରେ ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ ହେବ। ଇତିମଧ୍ୟରେ ଆଉ ଏକ ଦମଦାର ଫିଲ୍ମ ଓଟିଟି ପ୍ଲାଟଫର୍ମ ମୁହାଁ ହୋଇଛି। ଯାହା କଥା ଶୁଣି ଖୁସି ହୋଇଯିବେ ଦର୍ଶକ ।

ଆଜ୍ଞା ହଁ, ହ୍ୟାଣ୍ଡସମ ଆକ୍ଟର ଜନ ଅବ୍ରାହମ ଓ ଇମରାନ ହାସମୀଙ୍କଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ମୁମ୍ବାଇ ସାଗା’ ସିନେମାହଲରେ ନୁହେଁ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି । ହେଲେ ଏଯାବତ ମେକର୍ସ ଘୋଷଣା କରିନାହିଁନ୍ତି କେଉଁ ଓଟିଟି ପ୍ଲାଟଫର୍ମରେ ଏହାକୁ ରିଲିଜ କରିବେ।

ପ୍ରକାଶ ଥାଉକି ଫିଲ୍ମର ଅଧା ସୁଟିଂ ଏଯାବତ ବାକି ଅଛି। ଯାହାର ସୁଟିଂ ହାଇଦ୍ରାବାଦରେ ହେବାର ଥିଲା । ଆଉ 10 ଦିନ ସୁଟିଂ ପାଇଁ ପୁରା ଟିମକୁ ହାଇଦ୍ରାବାଦ ଯାଇଥାଆନ୍ତେ। ହେଲେ କୋରୋନା ପ୍ରକୋପ ଦେଖି ସୁଟିଂ ବର୍ତ୍ତମାନ ସ୍ଥଗିତ ରଖିଛନ୍ତି ମେକର୍ସ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.