ETV Bharat / sitara

କୃଷ୍ଣସାର ମୃଗ ଶିକାର ମାମଲା: ସଲମାନଙ୍କୁ ଆଶ୍ବସ୍ତି, ମାର୍ଚ୍ଚ 10ରେ ଶୁଣାଣି

author img

By

Published : Feb 25, 2021, 9:01 AM IST

ସଲମାନଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ରାଜସ୍ଥାନରେ ଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଖାନଙ୍କୁ ମିଳିଲା ଆଶ୍ବସ୍ତି । ମାର୍ଚ୍ଚ 10ରେ ହେବ ଆଗାମୀ ଶୁଣାଣି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଯୋଧପୁର: କୃଷ୍ଣସାର ମୃଗ ଶିକାର ମାମଲାରେ ସୁପରଷ୍ଟାର ସଲମାନ ଖାନ ଯୋଧପୁରର ଜିଲ୍ଲା ତଥା ଅଧିବେଶନ କୋର୍ଟରେ ତାଙ୍କ ଉପସ୍ଥିତି ପଞ୍ଜିକରଣରୁ ଆଶ୍ବସ୍ତି ପାଇଛନ୍ତି। ଏଥିପାଇଁ ସଲମାନଙ୍କ ତରଫରୁ ଏକ ଆବେଦନ କରାଯାଇଥିଲା ଯାହା ବୁଧବାର କୋର୍ଟ ଗ୍ରହଣ କରିଛନ୍ତି। ବର୍ତ୍ତମାନ ମାର୍ଚ୍ଚ 10ରେ ଏହି ମାମଲାର ଶୁଣାଣି ହେବାକୁ ଯାଉଛି ।

ସଲମାନ ତାଙ୍କ ଓକିଲ ହସ୍ତିମଲ ସରସ୍ବତଙ୍କ ମାଧ୍ୟମରେ ଉପସ୍ଥିତିରୁ ଛୁଟି ପାଇଁ କୋର୍ଟରେ ଆବେଦନ କରିଥିଲେ। ଫିଲ୍ମରେ ସୁଟିଂରେ ବ୍ୟସ୍ତ ଥିବାରୁ ସଲମାନ କୋର୍ଟରେ ହାଜର ହୋଇପାରିବେ ନାହିଁ ବୋଲି ଓକିଲ ଆବେଦନ କହିଥିଲେ। 1998 ଅକ୍ଟୋବର 15ରେ ଲୁନି ପୋଲିସ ଷ୍ଟେସନରେ ସଲମାନଙ୍କ ବିରୋଧରେ ଆର୍ମ୍ସ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା ଯେଉଁଥିରେ 2017 ଜୁନଆରୀ 1ରେ ଟ୍ରାଏଲ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଏହି ନିର୍ଦ୍ଦୋଷ ବିରୋଧରେ ରାଜ୍ୟ ସରକାର ଯୋଧପୁରର ଜିଲ୍ଲା ଏବଂ ଅଧିବେଶନ କୋର୍ଟରେ ଆବେଦନ କରିଛନ୍ତି। ଯାହାର ଶୁଣାଣି ହେବ ।

ପ୍ରକାଶ ଥାଉକି 2018 ଏପ୍ରିଲ 5ରେ ସଲମାନଙ୍କୁ ଏହି ମାମଲାରେ ଟ୍ରାଏଲ କୋର୍ଟ ଦୋଷୀ ସାବ୍ୟସ୍ତ କରି ପାଞ୍ଚ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ମାମଲାରେ ସହ-ଅଭିଯୁକ୍ତ ଅଭିନେତା ସୈଫ ଅଲ୍ଲୀ ଖାନ, ଅଭିନେତ୍ରୀ ନୀଲମ, ତବ୍ବୁ ଏବଂ ସୋନାଲି ବିନ୍ଦ୍ରେଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା । ଏଥି ସହ ସଲମାନଙ୍କୁ ଗିରଫ କରାଯାଇ ଯୋଧପୁର ଜେଲକୁ ପଠାଯାଇଥିଲା। ତିନି ଦିନ ପରେ କୋର୍ଟରୁ ମିଳିଥିବା ଜାମିନ ଆଧାରରେ ତାଙ୍କୁ ମୁକ୍ତ କରାଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.