ନୂଆଦିଲ୍ଲୀ: ବଲିଉଡର କୁଇନ କଙ୍ଗନା ରଣାୱତ ଏକ ବାୟୋପିକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ସେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ଯାହାକୁ ନେଇ ତାଙ୍କ ଫ୍ୟାନ୍ସ ଖୁବ୍ ଖୁସି ଅଛନ୍ତି । କିନ୍ତୁ ତାଙ୍କ ଫ୍ୟାନ୍ସଙ୍କୁ କଙ୍ଗନାଙ୍କ ଗୋଟିଏ କଥା ବିଷୟରେ ଜଣାନାହିଁ କି ତାଙ୍କୁ ଏହି ଫିଲ୍ମ ପାଇଁ କେତେ ଫିସ୍ ଅଫର କରାଯାଇଛି ।
ତେବେ ଜଣାଇ ଦେଉଛୁ ଯେ କଙ୍ଗନାଙ୍କୁ ଏହି ଫିଲ୍ମ ପାଇଁ 24 କୋଟି ଟଙ୍କା ଅଫର ହୋଇଛି । ଏହି ଖବର ସାମ୍ନାକୁ ଆସିବା ମାତ୍ରେ ଖୁବ୍ ଭାଇରାଲ ହେବାକୁ ଲାଗିଛି । ଏହାପରେ କଙ୍ଗନାଙ୍କୁ ଏବେ ବଲିଉଡର ମହଙ୍ଗା ଅଭିନେତ୍ରୀଙ୍କ ମଧ୍ୟରେ ଗଣାହେଲାଣି । ଇତିମଧ୍ୟରେ ଏହି ପାଉଣାକୁ ନେଇଜୟଳଳିତା ବାୟୋପିକ ନିର୍ମାତାଙ୍କ ବୟାନ ସାମ୍ନାକୁ ଆସିଛି ।
ଜୟଳଳିତା ଫିଲ୍ମ 'Thalaiva' ପ୍ରଯୋଜକ ବିଷ୍ଣୁ ଇନ୍ଦୁରୀ ଏକ ସାକ୍ଷାତକାରରେ କହିଛନ୍ତି କି କଙ୍ଗନାଙ୍କୁ ଯେଉଁ ପାଉଣା ଦିଆଯାଇଛି ତାହାର ହକଦାର ସେ । ଆମେ କଙ୍ଗନାଙ୍କୁ ଫିଲ୍ମର ଅଂଶ କରି ବହୁତ ଖୁସି । କିନ୍ତୁ ଫିସ୍ ସହ ସମ୍ପୃକ୍ତ ଥିବା ଡିଟେଲର ଖୁଲାସା କରିପାରିବୁ ନାହିଁ । କାରଣ ଏହା ଟ୍ୟାଲେଣ୍ଟ ଏବଂ ପ୍ରଯୋଜକଙ୍କ ମଧ୍ୟର ମାମଲା । ଏହା ବିଷୟରେ ଆଉ କାହାକୁ କଥା ହେବାର ଅଧିକାର ନାହିଁ ।
ଏହାପୂର୍ବରୁ ଫିଲ୍ମ ନିର୍ମାତା ଏଏଲ ବିଜୟ, କଙ୍ଗନାଙ୍କ ଫିସ୍ ନେବା ଖବରକୁ ଖଣ୍ଡନ କରି କହିଥିଲେ ଏହା କେବଳ ଉଡା ଖବର । ଜୟଳଳିତା ଫିଲ୍ମରେ କାମ କରିବା ପାଇଁ କଙ୍ଗନା ଖୁବ୍ ଉତ୍ସାହିତ ଅଛନ୍ତି । ବର୍ତ୍ତମାନ ନିଜ ରୋଲକୁ ବାସ୍ତବ କରିବା ପାଇଁ ସେ ତାମିଲ ଶିଖିବା ମଧ୍ୟ ଆରମ୍ଭ କରିଦେଇଛନ୍ତି । ଫିଲ୍ମ 'ଥାଲାଇଭା'କୁ ହିନ୍ଦୀ ଏବଂ ତାମିଲ ଭାଷାରେ ରିଲିଜ କରାଯିବ ।