ETV Bharat / sitara

ଜାଭେଦଙ୍କ ବର୍ଥଡେ ପାର୍ଟିରେ ବି-ଟାଉନ - ରିଲାଏନ୍ସ କମ୍ପାନୀର ପ୍ରମୁଖ ମୁକେଶ ଅମ୍ବାନୀ

ବର୍ତ୍ତମାନ ଲୋକପ୍ରିୟ ଲେଖକ, ସଙ୍ଗୀତକାର ଜାଭେଦ ଅଖତର 75 ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ବି-ଟାଉନ ସେଲିବ୍ରିଟିଙ୍କୁ ଦେଇଥିଲେ ଶାନଦାର ପାର୍ଟି।

javed akhtar's birthday
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାଭେଦ ଅଖତର ଫ୍ୟାନକ୍ଲବ
author img

By

Published : Jan 18, 2020, 5:54 PM IST

ମୁମ୍ବାଇ: ବି-ଟାଉନର ଫେମସ ସଙ୍ଗୀତକାର ଓ ଲେଖକ ଜାଭେଦ ଅଖତର ଶୁକ୍ରବାର ନିଜର 75ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ସେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଏକ ହୋଟେଲରେ ନିଜ ବର୍ଥଡେ ଅବସରରେ ଶାନଦାର ପାର୍ଟି ଦେଇଥିଲେ । ଯେଉଁଥିରେ ଫିଲ୍ମ ଓ ବାଣିଜ୍ୟ ଜଗତର ଅନେକ ଜଣାଶୁଣା ସେଲିବ୍ରିଟି ସାମିଲ ହୋଇଥିଲେ । ପାର୍ଟିରେ ଶାହରୁଖ ଖାନ ନିଜ ପତ୍ନୀ ଗୌରୀଙ୍କ ସହ ନଜର ଆସିଥିବା ବେଳେ ରିତିକା ରୋଶନ ନିଜ ପିତା ରାଜେଶ ରୋଶନ ଓ ମା'ଙ୍କ ସହ ଦେଖା ଯାଇଥିଲେ।

photo-3
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାଭେଦ ଅଖତର ଫ୍ୟାନକ୍ଲବ

ରିଲାଏନ୍ସ କମ୍ପାନୀର ପ୍ରମୁଖ ମୁକେଶ ଅମ୍ବାନୀ ମଧ୍ୟ ଜାଭେଦ ଅଖତରଙ୍କ ବର୍ଥଡେ ପାର୍ଟିରେ ଯୋଗ ଦେଇଥିଲେ। ତାଙ୍କ ସହ ତାଙ୍କ ବଡ ପୁଅ ଆକାଶ ଅମ୍ବାନୀ ନିଜ ପତ୍ନୀ ଶ୍ଲୋକାଙ୍କ ସହ ପହଞ୍ଚିଥିଲେ। ସେହିପରି ତାଙ୍କ ସାନ ଭାଇ ଅନିଲ ଅମ୍ବାନୀ ମଧ୍ୟ ପତ୍ନୀ ତଥା ଅଭିନେତ୍ରୀ ଟିନାଙ୍କ ସହ ନଜର ଆସିଥିଲେ।

ଅନ୍ୟପଟେ ଜାଭେଦଙ୍କ ପାର୍ଟିରେ ବି-ଟାଉନର ସେକ୍ସୀ ଅଭିନେତ୍ରୀ କ୍ୟାଟ୍ରିନା କୈଫ ହ୍ବାଇଟ ଗାଉନରେ ଖୁବ୍ ସୁନ୍ଦର ଦେଖାଯାଉଥିଲେ । ଆଉ ପଦ୍ମାବତୀ ଦୀପିକା ପାଦୁକୋନ କ୍ରିମ କଲର ଶାଢୀରେ ନଜର ଆସିଥିଲେ । ବଲିଉଡର ଏଭରଗ୍ରୀନ ରେଖା ସବୁଜ ରଙ୍ଗର ଶାଢୀ ପିନ୍ଧି ସବୁଥର ପରି ପାର୍ଟିରେ ମଧ୍ୟ ନିଜ ଜଲୱା ଦେଖାଇଥିଲେ।

photo-4

ଏହି ଷ୍ଟାର୍ସଙ୍କ ବ୍ୟତୀତ ଫିଲ୍ମ ନିର୍ମାତା କରନ ଜୋହର, ରିତେଶ ଦେଶମୁଖ, ଜେନିଲିୟା, ଦିବ୍ୟା ଦତ୍ତା, ଦିୟା ମିର୍ଜା, ତବ୍ବୁ, କିରନ ରାଓ, ଆଶୁତୋଷ ଗୋୱାରିକର, ସୁଭାଷ ଘାଈ, ସତୀଶ କୌଶିକ, ଜିତେନ୍ଦ୍ର, ଏକତା କପୁର, ଇଲା ଅରୁଣ, ଏଆର ରେହମନ, ଆନନ୍ଦ ପଣ୍ଡିତ, ଅଲ୍କା ୟାଗ୍ନିକ, ବିଶାଲ ଭାରଦ୍ବାଜ, ଅଲ୍ଲୀ ଜଫର, ରିଚା ଚଡ୍ଡା, ଅନୁପ ଜଲୋଟା, ଜାକିର ହୁସୈନ ଓ ବିନୀତ କୁମାର ସିଂ ଭଳି କଳାକାର ପାର୍ଟିରେ ସାମିଲ ହୋଇଥିଲେ।

photo-2

ପ୍ରକାଶ ଥାଉକି ଗୁରୁବାର ରାତ୍ରିରେ ମଧ୍ୟ ଜାଭେଦଙ୍କ ପାଇଁ ପାର୍ଟିର ଆୟୋଜନ ହୋଇଥିଲା। ଯେଉଁଥିରେ ଅଖତର ପରିବାର ସବୁ ସଦସ୍ୟଙ୍କ ବ୍ୟତୀତ ଅନିଲ କପୁର, ଆମୀର ଖାନ, କିରଣ ରାଓ, ଉର୍ମିଲା ମାତୋଣ୍ଡକର, ତବ୍ବୁ, ବୋନି କପୁର, ବାବା ଆଜମୀ ସାମିଲ ହୋଇଥିଲେ। ରେଟ୍ରୋ ଥିମରେ ଆୟୋଜିତ ହୋଇଥିବା ଏହି ପାର୍ଟିରେ ଷ୍ଟାର୍ସଙ୍କୁ ଭିନ୍ନ ଭିନ୍ନ ପୋଷାକରେ ନଜର ଆସିଥିଲେ।

photo-1

ଇତିମଧ୍ୟରେ ସାମ୍ନାକୁ ଆସିଛି ନୈରାଶ୍ୟଜନକ ଖବର। ଶୁଣିବାକୁ ମିଳୁଛି ଯେ ବମ୍ବେ-ପୁନେ ହାଇୱେରେ ଶବାନା ଆଜମୀ ଦୁର୍ଘଟଣାର ଶିକାର ହୋଇଛନ୍ତି। ରାସ୍ତାରେ ଯାଉଥିବା ସମୟରେ ତାଙ୍କ କାରକୁ ଏକ ଟ୍ରକ ଧକ୍କା ଦେଇଥିଲେ। ଦୁର୍ଘଟଣା ଘଟିବା ବେଳେ ଜାଭେଦ ଅଖତର ମଧ୍ୟ କାରରରେ ଉପସ୍ଥିତ ଥିଲେ। ଚିକିତ୍ସା ପାଇଁ ଶବାନାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.