ETV Bharat / sitara

କଙ୍ଗନାଙ୍କ ନାଁରେ ଅଭିଯୋଗ କଲେ ଜାଭେଦ ଅଖତର - javed akhtar files complaint kangana ranaut

କଙ୍ଗନାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଜାଭେଦ । ବାସ୍ତବରେ, କଙ୍ଗନା ଏକ ସାକ୍ଷାତକାର ସମୟରେ ଜାଭେଦଙ୍କ ବିରୋଧରେ ଏକ ମନ୍ତବ୍ୟ ଦେଇଥିଲେ, ଯାହା ଗୀତିକାରଙ୍କ ଭାବମୂର୍ତ୍ତିକୁ ଆଘାତ ଦେଇଛି । ଅଧିକ ପଢନ୍ତୁ...

javed akhtar files complaint kangana ranaut
କଙ୍ଗନାଙ୍କ ବିରୋଧରେ ଅଭିଯୋଗ ଆଣିଲେ ଜାଭେଦ ଅଖତର
author img

By

Published : Nov 3, 2020, 10:04 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ସମସ୍ୟା ଥମିବାର ନାଁ ନେଉନାହିଁ । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ପର ଠାରୁ କଙ୍ଗନା ବଲିଉଡ ଇଣ୍ଡଷ୍ଟ୍ରିକୁ ସମାଲୋଚନା କରିଆସୁଛନ୍ତି । ସେ ନେପୋଟିଜିମ ନାଁରେ ଏବଂ ବେଳେବେଳେ ଫିଲ୍ମ ମାଫିଆ ନାଁରେ ଇଣ୍ଡଷ୍ଟ୍ରିକୁ ବଦନାମ କରୁଛନ୍ତି ।

ଏଥିରେ ସେ ଅନେକ ବଲିଉଡ ସେଲିବ୍ରିଟିଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ, ସେଥିମଧ୍ୟରୁ ଭେଟେରାନ ଗୀତିକାର ଜାଭେଦ ଅଖତରଙ୍କ ନାମ ମଧ୍ୟ ରହିଛି । କିନ୍ତୁ ଜାଭେଦ ଏବେ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପ୍ରସଙ୍ଗରେ କଙ୍ଗନାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।

ଜାଭେଦ ଅନ୍ଧେରୀର ମଟ୍ରୋପଲିଟିୟନ ମାଜିଷ୍ଟ୍ରେଟଙ୍କ ନିକଟରେ ଦାଖଲ ହୋଇଥିବା ମାମଲାରେ ଭାରତୀୟ ଦଣ୍ଡବିଧାନ ସଂହିତା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି । ବାସ୍ତବରେ, କଙ୍ଗନା ଏକ ସାକ୍ଷାତକାର ସମୟରେ ଜାଭେଦଙ୍କ ବିରୋଧରେ ଏକ ମନ୍ତବ୍ୟ ଦେଇଥିଲେ, ଯାହା ଗୀତିକାରଙ୍କ ଭାବମୂର୍ତ୍ତିକୁ ଆଘାତ ଦେଇଛି ।

ଜାଭେଦ କହିଛନ୍ତି, ସୁଶାନ୍ତଙ୍କ ମୃତ୍ୟୁ ପରେ କଙ୍ଗନା ଅନାବଶ୍ୟକ ଭାବେ ତାଙ୍କ ନାଁକୁ ଏହି ମାମଲାରେ ଟାଣିଛନ୍ତି । ଯେମିତି କି ଏହି ମାମାଲାରେ ତାଙ୍କର କୌଣସି ସମ୍ପର୍କ ନାହିଁ ।

ପ୍ରକାଶ ଥାଉ କି, ନିକଟରେ ଦେଶଦ୍ରୋହ ମାମଲାରେ କଙ୍ଗନା ଏବଂ ତାଙ୍କ ଭଉଣୀ ରଙ୍ଗୋଲିଙ୍କୁ ପୁଣି ଥରେ ମୁମ୍ବାଇ ପୋଲିସ ଡକାଇଛି । ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ କଙ୍ଗନାଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.