ETV Bharat / sitara

ଆଲିୟାଙ୍କ ପ୍ରଶଂସାରେ ଜାହ୍ନବୀ - alia-film-teaser-of-gangubai-kathiawadi

‘ଗଙ୍ଗୁବାଇ କାଠିଆୱାଡି’ର ଟିଜର ଦେଖି ଖୁସି ଅଛନ୍ତି ଜାହ୍ନବୀ କପୁର । ଟିଜର ଦେଖି ଜାହ୍ନବୀ ଅଭିନେତ୍ରୀଙ୍କୁ ବହୁ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ...

janhvi-kapoor-seeing-alia-bhatt-upcoming-film-teaser-of-gangubai-kathiawadi
ଆଲିୟାଙ୍କ ପ୍ରଶଂସାରେ ଜାହ୍ନବୀ
author img

By

Published : Feb 28, 2021, 4:39 PM IST

ମୁମ୍ବାଇ: ଦୀର୍ଘ ସମୟର ଅପେକ୍ଷା ପରେ ଲୋକପ୍ରିୟ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ର ଟିଜର ହୋଇଯାଇଛି । ଆଲିୟା ଭଟ୍ଟଙ୍କ ଅଭିନୀତ ଏହି ଫିଲ୍ମର ଟିମ ସଞ୍ଜୟଙ୍କ ଜନ୍ମଦିନ ଅବସରରେ ରିଲିଜ କରାଯାଇଛି । ଯେଉଁଥିରେ ଆଲିୟା ମାଫିଆ କୁଇନ ଅବତାରରେ ନଜର ଆସୁଛନ୍ତି । ମୁଖ୍ୟ କଥା ହେଲା ଯେ ଦର୍ଶକଙ୍କ ସହ ଜାହ୍ନବୀ କପୁରଙ୍କ ମନ କିଣିଛି ଆଲିୟାଙ୍କ ଦମଦାର ଅଭିନୟ ।

ଆଉ ଟିଜର ଦେଖି ସାରି ସେ ଆଲିୟାଙ୍କ ପ୍ରଶଂସା ମଧ୍ୟ କରିଛନ୍ତି ।

ଜାହ୍ନବୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ସେ ଏକ ଚେୟାରରେ ବସି 'ଗଙ୍ଗୁବାଇ କାଠିଆୱାଡି'ର ଟିଜର ଦେଖୁଛନ୍ତି । 'ଗଙ୍ଗୁବାଇ କାଠିଆୱାଡି'ର ଟିଜରରେ ଆଲିଆଙ୍କ ଅଭିନୟ ଦେଖି ଜାହ୍ନବୀ ବହୁ ପ୍ରଭାବିତ ହୋଇଥିଲେ । ଏହାସହ ଆଲିଆଙ୍କ ଫିଲ୍ମର ଟିଜର ଦେଖି ପୂର୍ବରୁ ମଧ୍ୟ ବହୁ ବଲିଉଡ ତାରକା ପ୍ରଭାବିତ ହୋଇଛନ୍ତି । ଯେଉଁଥିରେ ଶାହରୁଖ ଖାନ, ଅକ୍ଷୟ କୁମାର, ପ୍ରିୟଙ୍କା ଚୋପ୍ରା ଏବଂ କରଣ ଜୋହରଙ୍କ ନାମ ଅନ୍ତର୍ଭୁକ୍ତ ।

ପ୍ରକାଶ ଥାଉ ଯେ,‘ଗାଙ୍ଗୁବାଇ କାଠିଆୱାଡି’ ଭଂସାଲୀଙ୍କ ଏଯାବତର ସବୁଠାରୁ ବଡ ପ୍ରୋଜେକ୍ଟ ଭାବରେ ପରିଗଣିତ ହୋଇଛି । ଟିଜର ରିଲିଜ ହେବାର ଠିକ ପୂର୍ବରୁ ଆଲିୟାଙ୍କ ଏକ ପୋଷ୍ଟର ରିଲିଜ କରିଥିଲେ ମେକର୍ସ । ଯେଉଁଥିରେ ଫିଲ୍ମ ଜୁଲାଇ 30ରେ ରିଲିଜ ହେବ ବୋଲି ସୂଚନା ଦିଆଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.