ମୁମ୍ବାଇ: ବଲିଉଡରେ 'ଧଡକ' ଫିଲ୍ମରୁ ପଦାର୍ପଣ କରିଥିବା ଜାହ୍ନବୀ କପୁର ଏହି ସମୟରେ ନିଜର ଅପକମିଂ ବାୟୋପିକ ଫିଲ୍ମର ପ୍ରସ୍ତୁତିରେ ଜୁଟି ଯାଇଛନ୍ତି । ଏହି ବାୟୋପିକରେ ଜାହ୍ନବୀ ଫିମେଲ ପାଇଲଟ ଗୁଞ୍ଜନ ସକ୍ସେନାଙ୍କ ଭୂମିକାରେ ନଜର ଆସିବେ ।
ପ୍ରକାଶ ଥାଉକି 1999ରେ ଗୁଞ୍ଜନ କାରଗିଲ ଯୁଦ୍ଧରେ ଭାଗ ନେଇଥିଲେ । ଏହି ବାୟୋପିକ ଜାହ୍ନବୀଙ୍କ କ୍ୟାରିୟର ପାଇଁ ଭଲ ସାବ୍ୟସ୍ତ ହୋଇପାରେ । ଫିଲ୍ମରେ ଅଭିନୟ ପାଇଁ ଜାହ୍ନବୀ ନିଜ ଶରୀରର ଓଜନ 7ରୁ8 କେଜି ବଢାଇବାର ପ୍ଲାନିଂରେ ଅଛନ୍ତି।
ବର୍ତ୍ତମାନ ଜାହ୍ନବୀ ଫିଲ୍ମର କାମ ଆରମ୍ଭ କରିଦେଇଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜାହ୍ନବୀଙ୍କ ଫଟୋରେ ଭିନ୍ନ ଲୁକ ଦେଖିବାକୁ ମିଳୁଛି । ସେ ଫିଲ୍ମରେ ନିଜ ଲୁକକୁ ବାସ୍ତବ ଦେଖାଇବା ପାଇଁ ଖୁବ୍ ପରିଶ୍ରମ କରୁଥିବାର ନଜର ଆସୁଛନ୍ତି ।
ପ୍ରକାଶ ଥାଉକି ଜାହ୍ନବୀ କିଛି ଦିନ ପୂର୍ବରୁ ନିଜ ଦାଦା ଅର୍ଥାତ୍ ଅଭିନେତା ଅନିଲ କପୁର ଓ ରଣବୀର କପୁରଙ୍କ ସହ ରାମ୍ପରେ ଚାଲୁଥିବାର ନଜର ଆସିଥିଲେ।