ETV Bharat / sitara

ଶ୍ରୀଦେବୀଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ, ଭାବବିହ୍ବଳ ପରିବାର - ଖୁସି କପୁରଙ୍କ ନ୍ୟୁଜ

ସୋସିଆଲ ମିଡିଆରେ ଶ୍ରୀଦେବୀଙ୍କୁ ମନେ ପକାଇଲେ ପରିବାର ଲୋକେ। ଆଜିଠୁ ଠିକ୍ 3 ବର୍ଷ ପୂର୍ବେ ସମସ୍ତଙ୍କୁ ଛାଡି ଚାଲିଯାଇଥିଲେ ବଲିଉଡର ଚାନ୍ଦିନୀ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Feb 24, 2021, 12:40 PM IST

ମୁମ୍ବାଇ: ଆଜି ବଲିଉଡର ପ୍ରଥମ ଲେଡି ସୁପରଷ୍ଟାର ଶ୍ରୀଦେବୀଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ । 2018 ଫେବୃଆରୀ 24ରେ ସମସ୍ତଙ୍କୁ ଅଲବିଦା କହି ଚାଲିଯାଇଥିଲେ ଆରପାରିକୁ । ଦୁବାଇର ଏକ ହୋଟେଲରେ ହୋଇଥିଲା ତାଙ୍କ ମୃତ୍ୟୁ । ସେପଟେ ଆଜି ଭଳି ଦିନରେ ମା'ଙ୍କୁ ମନେ ପକାଇ ଭାବବିହ୍ବଳ ଲାଡଲୀ ଜାହ୍ନବୀ କପୁର ।

ସେ ଇନଷ୍ଟାଗ୍ରାମରେ ସେୟାର କରିଥିବା ପୋଷ୍ଟ ଫ୍ୟାନ୍ସଙ୍କ ଆଖିରେ ମଧ୍ୟ ଆଣି ଦେଇଛି ଲୁହ । ଜାହ୍ନବୀ ମା'ଙ୍କ ହାତ ଲେଖା ଏକ ଚିଠି ସେୟାର କରିଛନ୍ତି । ଯେଉଁଥିରେ ଲେଖା ହୋଇଛି, ‘ଆଇ ଲଭ ୟୁ ଲାବୁ, ୟୁ ଆର ଦ ବେଷ୍ଟ ବେବି ଇନ୍ ଦ ୱାର୍ଲ୍ଡ ।’ ଏହାର କ୍ୟାପସନରେ ଜାହ୍ନବୀ ‘ମିସ୍ ୟୁ’ ବୋଲି ଲେଖିଛନ୍ତି ।

ଅନ୍ୟପଟେ ଜାହ୍ନବୀଙ୍କ ସାନ ଭଉଣୀ ଖୁସି କପୁର ମଧ୍ୟ ଇନଷ୍ଟାଗ୍ରାମରେ ବାପା-ମା'ଙ୍କ ଏକ ଫଟୋ ପୋଷ୍ଟ କରି ମା'ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେହିପରି ଜାହ୍ନବୀଙ୍କ ବ୍ୟତୀତ ଶ୍ରୀଦେବୀଙ୍କ ସ୍ବାମୀ ତଥା ନିର୍ମାତା ବୋନି କପୁର ମଙ୍ଗଳବାର ପତ୍ନୀଙ୍କ ପାଇଁ ଘରେ ଏକ ପୂଜାର ଆୟୋଜନ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.