ETV Bharat / sitara

ଇମତିଆଜଙ୍କ କାମରେ ଖୁସି ଜମ୍ମୁ କଶ୍ମୀର ସରକାର - ଜମ୍ମୁ-କଶ୍ମୀର କଳା, ସଂସ୍କୃତିର ପ୍ରଚାର କରୁଛନ୍ତି ଇମତିଆଜ ଅଲ୍ଲୀ

ଜମ୍ମୁ-କାଶ୍ମୀର ସରକାର ସ୍ଥାନୀୟ ଚଳଚ୍ଚିତ୍ର ଓ ସଂସ୍କୃତିର ପ୍ରଚାର ପାଇଁ ଲୋକପ୍ରିୟ ନିର୍ଦ୍ଦେଶକ ଇମତିଆଜଙ୍କୁ ନିମନ୍ତ୍ରଣ କରିଥିଲେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇମତିଆଜ ଅଲ୍ଲୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇମତିଆଜ ଅଲ୍ଲୀ
author img

By

Published : Dec 16, 2020, 10:20 AM IST

ମୁମ୍ବାଇ: ଜମ୍ମୁ-କଶ୍ମୀର ସରକାର ମଙ୍ଗଳବାର ଦିନ ଜଣାଶୁଣା ବଲିଉଡ ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀଙ୍କୁ କର୍ମଶାଳା ତଥା ଆନୁଷଙ୍ଗିକ କାର୍ଯ୍ୟକଳାପ ମାଧ୍ୟମରେ ସ୍ଥାନୀୟ କଳାକାର ଏବଂ ଯୁବକମାନଙ୍କୁ ଆବଶ୍ୟକ ପ୍ଲାଟଫର୍ମ ଯୋଗାଇବା ଏବଂ ସ୍ଥାନୀୟ କଳା, ସଂସ୍କୃତିର ପ୍ରଚାର ପାଇଁ ନିମନ୍ତ୍ରଣ କରିଥିଲେ । ଜମ୍ମୁ-କଶ୍ମୀରରେ ସୁଟିଂ କରିବାର ଅଭିଜ୍ଞତା ଇମତିଆଜଙ୍କ ପାଖରେ ଅଛି । ସେ ସ୍ଥାନୀୟ ଥିମ୍, ମ୍ୟୁଜିକ୍, ଆର୍ଟ ଏବଂ ସ୍ଥାନୀୟ କଳାକାରଙ୍କ ସହ ଫିଲ୍ମ ନିର୍ମାଣ କରିବାରେ ଅନେକ ଥର ଆଗ୍ରହ ଦେଖାଇ ସାରିଛନ୍ତି ।

ଏହି ଅବସରରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା କରି ଅଲ୍ଲୀ କହିଛନ୍ତି, ‘ଜମ୍ମୁ-କଶ୍ମୀର କଳାକାରମାନଙ୍କ ମଧ୍ୟରେ ମିଳୁଥିବା ସଂସ୍କୃତି, କଳା ଏବଂ ପ୍ରତିଭାକୁ ନେଇ ମୁଁ ବିସ୍ମୟ । ଯେ ଏଠାରେ ସଂସ୍କୃତିର ସମୃଦ୍ଧତା ଏତେ ଗଭୀର ଯେ ଏହାକୁ ସମ୍ପୂର୍ଣ୍ଣ ରୂପେ ପ୍ରଦର୍ଶନ କରିବାକୁ ଅନେକ ପଦକ୍ଷେପ ନିଆଯିବ । ମୁଁ ସ୍ଥାନୀୟ କାର୍ଯ୍ୟ, କଳାକାର, ସଙ୍ଗୀତ ଏବଂ ବାଦ୍ୟଯନ୍ତ୍ର ବ୍ୟବହାର କରି ସ୍ବତନ୍ତ୍ର ଭାବରେ କାର୍ଯ୍ୟ କରିବାକୁ ଫେରିବି ।’

ନିର୍ଦ୍ଦେଶକ ଆହୁରି କହିଛନ୍ତି ଯେ ନିଜର ଦକ୍ଷତାକୁ ବିଶ୍ବକୁ ଜଣାଇବା ପାଇଁ ଯୁବକମାନଙ୍କୁ ଆଗକୁ ଆସିବାକୁ ପଡିବ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.