ହାଇଦ୍ରାବାଦ: ନିକଟରେ ବଲିଉଡକୁ ଅଲବିଦା କହିଥିବା ଜାଏରା ବସିମ ତାଙ୍କ ଶେଷ ଫିଲ୍ମ ‘ସ୍କାଏ ଇଜ ପିଙ୍କ’ର ପ୍ରମୋସନରେ ଯୋଗ ଦେବେନି ବୋଲି ନିର୍ଦ୍ଦେଶକ ସୋନାଲି ବୋଷଙ୍କୁ ଅନୁରୋଧ କରିଛନ୍ତି । ଫିଲ୍ମଟି ଅକ୍ଟୋବରରେ ରିଲିଜ ହେବାକୁ ଥିବାବେଳେ ଅଗଷ୍ଟ ଶେଷ ବେଳକୁ ଏହାର ପ୍ରମୋସନ ଆରମ୍ଭ କରାଯିବ ।
ଫିଲ୍ମରେ ଫରହାନ ଅଖତର ଓ ପ୍ରିୟଙ୍କା ଚୋପ୍ରା ଜୋନାସଙ୍କୁ ଦେଖିବାକୁ ମିଳିବ । ଜାଏରା ଏଥିରେ ଜଣେ ବକ୍ତା ଭାବରେ ନଜର ଆସିବେ । ପ୍ରକାଶଥାଉକି, ନିକଟରେ ଜାଏରା ସୋସିଆଲ ମିଡିଆ ଜରିଆରେ ବଲିଉଡରୁ ସନ୍ୟାସ ନେଇଥିଲେ । ଅଭିନୟ କ୍ୟାରିୟର ପାଇଁ ଧର୍ମରେ ବାଧା ସୃଷ୍ଟି ହେଉଛି ବୋଲି କହିଥିଲେ ଜାଏରା ।
ତେବେ ଜାଏରାଙ୍କ ନିଷ୍ପତ୍ତିକୁ ଅନେକ ସମର୍ଥନ କରିଥିବାବେଳେ ଅନେକ ନାପସନ୍ଦ ମଧ୍ୟ କରିଛନ୍ତି । ବଲିଉଡ କଳାକାରଙ୍କ ସହ ଅନେକ ରାଜନେତା ମଧ୍ୟ ନିଜ ମତ ରଖିଛନ୍ତି । ଜମ୍ମୁ କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଉମର ଅବଦୁଲା ଜାଏରାଙ୍କୁ ସମର୍ଥନ କରିଥିଲେ ।