ETV Bharat / sitara

Dance Deewaneରେ ଗଣପତି ସେଲିବ୍ରେସନ, ଚାର ଚାନ୍ଦ ଲଗାଇଲେ ଜ୍ୟାକଲିନ-ୟାମି

author img

By

Published : Sep 9, 2021, 8:17 PM IST

Dance Deewaneରେ ଗଣପତି ସେଲିବ୍ରେସନ । ସୁଟିଂ ସେଟରେ ପହଞ୍ଚି ଚାର ଚାନ୍ଦ ଲଗାଇଲେ ୨ ବଲିଉଡ ସୁନ୍ଦରୀ ଜ୍ୟାକଲିନ ଓ ୟାମି । ଅଧିକ ପଢନ୍ତୁ...

Dance Deewaneରେ ଗଣପତି ସେଲିବ୍ରେସନ, ଚାର ଚାନ୍ଦ ଲଗାଇଲେ ଜ୍ୟାକଲିନ-ୟାମି
Dance Deewaneରେ ଗଣପତି ସେଲିବ୍ରେସନ, ଚାର ଚାନ୍ଦ ଲଗାଇଲେ ଜ୍ୟାକଲିନ-ୟାମି

ମୁମ୍ବାଇ: ଆସନ୍ତାକାଲି(ଶୁକ୍ରବାର) ପୂଜା ପାଇବାକୁ ଯାଉଛନ୍ତି ବିଘ୍ନ ବିନାଶକ ତଥା ସଭିଁଙ୍କ ପ୍ରିୟ ପ୍ରଭୁ ଗଣପତି । ଏଥିଲାଗି ସମସ୍ତେ ଫେଷ୍ଟିଭ ମୁଡରେ ଥିବା ବେଳେ ଡ୍ୟାନ୍ସ ଦିୱାନେରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି । ଡ୍ୟାନ୍ସ ଦିୱାନେ ସେଟରେ ଗଣପତି ସେଲିବ୍ରେସନରେ ଚାର ଚାନ୍ଦ ଲଗାଇଛନ୍ତି ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ଜ୍ୟାକଲିନ ଓ ୟାମି ।

ଡ୍ୟାନ୍ସ ଦିୱାନେ ସେଟ୍‌ରେ ଖୁବ ମସ୍ତି କରିଛନ୍ତି ଉଭୟ ୟାମି ଓ ଜ୍ୟାକଲିନ । ଅଭିନେତ୍ରୀ ଜ୍ୟାକଲିନଙ୍କ ସହ କଣ୍ଟେଷ୍ଟାଣ୍ଟ ପୀୟୂଷଙ୍କ ମସ୍ତି ସମସ୍ତଙ୍କୁ ଖୁବ ମନୋରଞ୍ଜନ ଯୋଗାଇବ । ଏହି ଏପିସୋଡ଼ରେ ୟାମି ଓ ଜ୍ୟାକଲିନ ପ୍ରତିଯୋଗୀଙ୍କ ସହ ବାର୍ତ୍ତାଳାପ କରିଛନ୍ତି । ପୀୟୁଷଙ୍କ କ୍ୟୁଟନେସ ଦେଖି ୟାମି ତାଙ୍କୁ ପ୍ରଶ୍ନ କରିଥିଲେ ଯେ ଜ୍ୟାକଲିନ ଓ ତାଙ୍କ ମଧ୍ୟରେ ଅଧିକ କିଏ କ୍ୟୁଟ ? ଏହାର ଉତ୍ତରରେ ପୀୟୁଷ ୟାମିଙ୍କ ଆଖି ଓ ଜ୍ୟାକଲିନଙ୍କ ହସକୁ କ୍ୟୁଟ କହିଛନ୍ତି । ଏହାସହିତ ସେଟରେ ଉପସ୍ଥିତ ଥିବା ସମସ୍ତ ମହିଳାଙ୍କ ମଧ୍ୟରୁ ଜ୍ୟାକଲିନ ଖୁବ ସୁନ୍ଦର ଦେଖାଯାଉଛନ୍ତି ବୋଲି ସେ କହିଛନ୍ତି ।

ପୀୟୁଷଙ୍କ ଏଭଳି ଉତ୍ତରରେ ୟାମି ତାଙ୍କ ସହିତ ମଜାମସ୍ତି କରିଥିଲେ । ୟାମି ନିଜେ କ'ଣ ସୁନ୍ଦର ଦେଖାଯାଉନାହାନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ପୀୟୁଷଙ୍କୁ ତାଙ୍କୁ କ୍ୟୁଟ ବୋଲି କହିଥିଲେ । ସେପଟେ ଏହି ମଜାମସ୍ତି ମଧ୍ୟରେ ମାଧୁରୀ ଦୀକ୍ଷିତ ମଧ୍ୟ ଜୋକ କରିଥିବା ଦେଖିବାକୁ ମିଳିଥିଲା । ସେଟରେ ଜ୍ୟାକଲିନ ଓ ୟାମି ମାଧୁରୀଙ୍କ ସହିତ 'ଗେନ୍ଦା ଫୁଲ' ଗୀତରେ ଡ୍ୟାନ୍ସ କରିଛନ୍ତି । ତେବେ ସୂଚନା ଥାଉ କି ଏହି ଡ୍ୟାନ୍ସିଂ ଶୋ'ଟି COLORS ଚ୍ୟାନେଲରେ ପ୍ରତି ଶନିବାର ଓ ରବିବାର ପ୍ରସାରିତ ହୋଇଥାଏ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.