ETV Bharat / sitara

ଫ୍ୟାନ୍ସଙ୍କୁ ସୌନ୍ଦର୍ଯ୍ୟ ଟିପ୍ସ ବାଣ୍ଟିଲେ ଶ୍ରୀଲଙ୍କା ସୁନ୍ଦରୀ

ସୋସିଆଲ ମିଡିଆରେ ଜ୍ୟାକଲୀନଙ୍କ ବ୍ୟୁଟି ହ୍ୟାକ୍ସ ବର୍ତ୍ତମାନ ଚର୍ଚ୍ଚାରେ । ଫ୍ୟାନ୍ସଙ୍କ ସ୍କିନ ସମସ୍ୟା ଦୂର କରିବାକୁ ସୋସିଆଲ ମିଡିଆରେ ସେୟାର କରୁଛନ୍ତି ଅନେକ ଉପାୟ ।

author img

By

Published : Jul 17, 2019, 2:19 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜ୍ୟାକଲୀନ ଫର୍ଣ୍ଣଡେଜ

ମୁମ୍ବାଇ: ବଲିଉଡ ସୁନ୍ଦରୀ ଅଭିନେତ୍ରୀ ଜ୍ୟାକଲୀନ ଫର୍ଣ୍ଣାଡିଜ ଯେତେ ଫିଟ ସେତେ ସୁନ୍ଦରୀ ମଧ୍ୟ । ତାଙ୍କ ସ୍କିନ ସବୁବେଳେ ଚିକଣିଆ ଦେଖାଯିବା ସହ ସ୍ପଟ ଫ୍ରି ମଧ୍ୟ ଦେଖାଯାଏ । ନିଜ ତ୍ବଚାର ସୁନ୍ଦରତା ବଜାଇ ରଖିବା ପାଇଁ ସେ କିଛି ବ୍ୟୁଟି ହ୍ୟାକ୍ସର ବ୍ୟବହାର କରନ୍ତି । ଏହି କଥାର ଖୁଲାସା ସେ ନିକଟରେ କରିଥିଲେ । ବର୍ତ୍ତମାନ ସେ ନିଜର ଏହି କ୍ବାଲିଟି ଜରିଆରେ ଫ୍ୟାନ୍ସଙ୍କ ବ୍ୟୁଟି ସମସ୍ୟା ଦୂର କରିବାରେ ଲାଗି ପଡିଛନ୍ତି ।

ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ଜ୍ୟାକିଲୀନ ନିକଟରେ ବିନା ମେକଅପରେ ନିଜର କିଛି ଫଟୋ ସେୟାର କରିଥିଲେ । ଯେଉଁଥିରେ ତାଙ୍କ ଚେହେରାର ଦାଗ, ପୋର୍ସ ଏବଂ ବୟସ ରେଖା କିଛି ମଧ୍ୟ ଦେଖା ଯାଉନଥିଲା । ସେହି ଫଟୋ ସହ ସେ ମା'ଙ୍କ ଟିପ୍ସ ମଧ୍ୟ ଫ୍ୟାନ୍ସଙ୍କ ପାଇଁ ସେୟାର କରିଥିଲେ ।

photo

ଏହାକୁ ସେୟାର କରି ସେ କ୍ୟାପସନରେ ଲେଖିଥିଲେ ଖୋଲା ପୋର୍ସ, ବୟସ ରେଖା । ଆପଣଙ୍କ ତ୍ବଚାର କଣ ସମସ୍ୟା ଅଛି ? ବୟସ ରେଖା ମୋ ପାଇଁ କୌଣସି ସମସ୍ୟା ନୁହେଁ । କାରଣ ଏହାକୁ ଦୂର କରିବା ପାଇଁ ମୋତେ ମୋ ମା'ଙ୍କ ଟିପ୍ସ ମିଳିଛି ।

ତାଙ୍କର ଏହି ପୋଷ୍ଟ ପରେ ଫ୍ୟାନ୍ସ ତାଙ୍କୁ ନିଜ ସ୍କିନ ସମସ୍ୟା କହିବା ଆରମ୍ଭ କରିଦେଇଥିଲେ । ଫ୍ୟାନ୍ସଙ୍କ ସମସ୍ୟା ଦୂର କରିବା ପାଇଁ ଜ୍ୟାକିଲୀନ ଅନେକ ଟିପ୍ସ ମଧ୍ୟ ସେୟାର କରିଛନ୍ତି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.