ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ 2009 ମସିହାରେ ଫିଲ୍ମ 'ଅଲାଦ୍ଦିନ' ସହିତ ବଲିଉଡ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ସେ ଏହି ଇଣ୍ଡଷ୍ଟ୍ରିରେ 11 ବର୍ଷ ପୂରଣ କରିଛନ୍ତି । ଜ୍ୟାକଲିନ କହିଛନ୍ତି, ସେ ଏପର୍ଯ୍ୟନ୍ତ ଅଭିନୟ କରିଥିବା ପ୍ରତ୍ୟେକ ଭୂମିକାରୁ ବହୁ କିଛି ଶିଖିଛନ୍ତି । ଏହା ସହିତ ସେ ଦିନେ ଏକ ଆକ୍ସନ୍ ଆଇକନ୍ ହେବାକୁ ଚାହୁଁଛନ୍ତି ।
ବର୍ଷ ବର୍ଷ ଧରି ଜ୍ୟାକଲିନ୍ 'କିକ୍', 'ମର୍ଡର ୨', 'ଢିଶୁମ୍', 'ଜୁଡୱା ୨' ଏବଂ 'ରେସ୍' 'ଭଳି ଫିଲ୍ମରେ ଅଭିନୟ କରିଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବାର ସୁଯୋଗ ପାଇ ସେ ନିଜକୁ ଭାଗ୍ୟବାନ ମନେ କରନ୍ତି ।
ଜ୍ୟାକଲିନ୍ ଆଗକୁ କହିଛନ୍ତି, ମୁଁ କ୍ୟାରିୟରରେ ଏପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରିର ଜଣାଶୁଣା ବ୍ୟକ୍ତିଙ୍କ ସହ କାମ କରିବାର ସୌଭାଗ୍ୟ ପାଇଛି । ଏହା ବ୍ୟତୀତ, ମୁଁ ଇଣ୍ଡଷ୍ଟ୍ରିରେ ଭିନ୍ନ ଭିନ୍ନ ଚ୍ୟାଲେଞ୍ଜିଂ ଭୂମିକାରେ ଅଭିନୟ କରିବାର ମଧ୍ୟ ସୁଯୋଗ ପାଇଛି । ମୁଁ ଏପର୍ଯ୍ୟନ୍ତ ଫିଲ୍ମରେ ଅଭିନୟ କରିଥିବା ପ୍ରତେକ ଭୂମିକାରୁ ବହୁତ କିଛି ଜିନିଷ ଶିଖିଛି, ଯାହା ମୋତେ ଜଣେ ଭଲ କଳାକାର ଭାବରେ ଆଗକୁ ବଝିବାରେ ସାହାଯ୍ୟ କରିଛି । ମୁଁ ଆଶା କରୁଛି ଆଗକୁ ମୁଁ କିଛି ଭଲ କାମ କରିବି । ଏହାସହିତ ମୁଁ ପ୍ରତ୍ୟେକ ପ୍ରୋଜେକ୍ଟ ସହିତ ବିଭିନ୍ନ ଜିନିଷ ଶିଖିବାକୁ ଏବଂ ଅନୁଭବ କରିବାକୁ ଚାହେଁ ।
ବର୍ଷ ବର୍ଷ ଧରି ଜ୍ୟାକଲିନ୍ ଥ୍ରୀଲର, ଆକ୍ସନ୍, ଡ୍ରାମା ଏବଂ କମେଡି ଭଳି ବହୁ ଫିଲ୍ମରେ ଅଭିନୟ କରିଛନ୍ତି । ଜ୍ୟାକଲିନ୍ 'ଆକ୍ସନ୍'କୁ ବହୁତ ଉପଭୋଗ କରନ୍ତି ଏବଂ ସେ ଦିନେ ଏକ ଆକ୍ସନ୍ ଆଇକନ୍ ହେବାକୁ ଚାହାଁନ୍ତି ।
ନିକଟରେ ଜ୍ୟାକଲିନ୍ ୱେବ୍ ସିରିଜ୍ 'ମିସେଜ ସିରିଏଲ କିଲର୍'ରେ ଡିଜିଟାଲ୍ ଡେବ୍ୟୁ କରିଥିଲେ ।