ETV Bharat / sitara

କଣ୍ଟ୍ରୋଭର୍ସି ସାଜିଲା କଣ୍ଟା ! The Ghost ଫିଲ୍ମରୁ ଜ୍ୟାକଲିନ୍ ଆଉଟ୍‌ - ଦ ଘୋଷ୍ଟରୁ ବାହାରିଲେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍

ମହା ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ବିବାଦରେ ଫସିବା ପରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସଙ୍କ ଜୀବନରୁ ସୁଖ ଶାନ୍ତି ସବୁ ଗାଏବ ହୋଇଯାଇଛି। ଅନେକ ଅସୁବିଧା ମଧ୍ୟରେ ଏବେ ଖବର ଆସିଛି ଜ୍ୟାକଲିନ୍ ଅକ୍କିନେନି ନାଗାର୍ଜୁନଙ୍କ ଫିଲ୍ମ 'The Ghost'ରୁ ବାହାରି ଯାଇଛନ୍ତି। ଅଧିକ ପଢନ୍ତୁ

ନାଗାର୍ଜୁନଙ୍କ ଫିଲ୍ମ The Ghost ରୁ ବାହାରିଲେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍

author img

By

Published : Jan 14, 2022, 11:11 AM IST

ହାଇଦ୍ରାବାଦ: ମହା ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ବିବାଦରେ ଫସିବା ପରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସଙ୍କ ଜୀବନରୁ ସୁଖ ଶାନ୍ତି ସବୁ ଗାଏବ ହୋଇଯାଇଛି। ଗତ କିଛି ମାସ ଧରି ଜ୍ୟାକଲିନ ସୁକେଶ ଚନ୍ଦ୍ରଶେଖର ମାମଲାକୁ ନେଇ ଅନେକ ଅସୁବିଧା ଦେଖାଦେଇଛି । ଏମିତି କି ତାଙ୍କର ଏବଂ ସୁକେଶଙ୍କ ବ୍ୟକ୍ତିଗତ ଫଟୋ ଭାଇରାଲ ହେବା ପରେ ସେ ଅଧିକା ବିବ୍ରତ ଥିବା ଦେଖାଯାଉଛି । ଯାହା ସମ୍ପର୍କରେ ସେ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି । ଏଥିସହିତ ଏକ ଖବର ଆସିଛି ଯେ, ସେ ଅକ୍କିନେନି ନାଗାର୍ଜୁନଙ୍କ ଫିଲ୍ମ 'The Ghost'ରୁ ବାହାରି ସାରିଛନ୍ତି ।

ଜ୍ୟାକଲିନ୍ ପ୍ରଥମେ ସୁକେଶଙ୍କ ସହ ସମ୍ପର୍କ ପାଇଁ ଚର୍ଚ୍ଚାକୁ ଆସିଥିଲେ । ଏହି ସମୟରେ ତାଙ୍କର ଆଗାମୀ ଚଳଚ୍ଚିତ୍ରକୁ ନେଇ ଏକ ବଡ ଅପଡେଟ୍ ଆସିଛି । ପିଙ୍କଭିଲ୍ଲା ରିପୋର୍ଟ ଅନୁଯାୟୀ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଅକ୍କିନେନି ନାଗାର୍ଜୁନଙ୍କ ଫିଲ୍ମ 'The Ghost'ରୁ ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି। ଜ୍ୟାକଲିନଙ୍କ ଫିଲ୍ମରୁ ବାହାରିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

କୁହାଯାଉଛି ଯେ, ଜ୍ୟାକଲିନ ଏହା କରିବାର କାରଣ ହେଉଛି ସୁକେଶ ଚନ୍ଦ୍ରଶେଖର ବିବାଦ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଜ୍ୟାକଲିନ ବାହାରିବା ପରେ ନିର୍ମାତାମାନେ ଫିଲ୍ମ ପାଇଁ କୌଣସି ନୂଆ ଅଭିନେତ୍ରୀ ଖୋଜି ନାହାଁନ୍ତି । ବୋଧହୁଏ ଫିଲ୍ମରେ ଜ୍ୟାକଲିନଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ସେ ଆଶାବାଦୀ ଅଛନ୍ତି । ଫିଲ୍ମୀ ଫ୍ୟାନ୍ସ ନାଗାର୍ଜୁନ ଏବଂ ଜ୍ୟାକଲିନଙ୍କ ଯୋଡି ଦେଖିବାକୁ ଉତ୍ସାହିତ ଥିଲେ । କିନ୍ତୁ ବର୍ତ୍ତମାନ ଏପରି କିଛି ହୋଇପାରିବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.