ନୂଆଦିଲ୍ଲୀ: ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଅନୁଭବ କରନ୍ତି ଯେ ସିନେମା ହେଉଛି ଦୁନିଆର ସବୁଠାରୁ ସୁନ୍ଦର ଫ୍ରଡ ।
ନିକଟରେ ଜ୍ୟାକଲିନ୍ ଇନଷ୍ଟାଗ୍ରାମରେ ତାଙ୍କର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, "ସିନେମା .. ଦୁନିଆର ସବୁଠୁ ସୁନ୍ଦର ଫ୍ରଡ ... ଭିତରକୁ ଦେଖିବା ଭିତରେ" ।
ପୋଷ୍ଟ ହୋଇଥିବା ଫଟୋରେ ଜ୍ୟାକଲିନ୍ ଏକ ହ୍ବାଇଟ ଟପ୍ ପିନ୍ଧିଥିବା ବେଳେ କେଶକୁ ଖୋଲା ରଖିଛନ୍ତି ଏବଂ ଲାଇଟ ମେକଅପ ସହିତ ଓଠରେ ଗୋଲାପୀ ରଙ୍ଗର ଲିପଷ୍ଟିକ ଲଗାଇଥିବାର ନଜର ଆସିଛନ୍ତି ।
ଫଟୋରେ, ଜ୍ୟାକଲିନ ସାଇଡ୍ ହୋଇ ଝରକା ବାହାରକୁ ଦେଖୁଥିବାର ଦେଖିବାକୁ ମିଳିଛି ।
ପୂର୍ବରୁ ଜ୍ୟାକଲିନ୍ କୋଭିଡ-19 ମହାମାରୀକୁ ନେଇ କହିଥିଲେ ଯେ, କୋଭିଡ-19 ମହାମାରୀ ତାଙ୍କୁ ଜୀବନର ମହତ୍ତ୍ବ ଶିଖାଇଛି ।
ଏହି ମହାମାରୀ ଆମକୁ ପ୍ରତ୍ୟେକ ଦିନ ମୂଲ୍ୟବାନ ବୋଲି ଶିଖେଇଛି । ତେଣୁ ଆମେ ପ୍ରତ୍ୟେକ ଦିନକୁ ଅଧିକ ଉପଯୋଗ କରିବା ଆବଶ୍ୟକ । ପ୍ରଥମେ ଆମ ପୃଥିବୀ ମାତାକୁ ପ୍ରଶଂସା କରିବା । ପ୍ରକାଶ ଥାଉ କି, ଜ୍ୟାକଲିନଙ୍କୁ ସୁପରଷ୍ଟାର ସଲମାନ ଖାନଙ୍କ ଗୀତ "ତେରେ ବିନା" ରେ ଦେଖିବାକୁ ମିଳିଥିଲା ।
ପରବର୍ତ୍ତୀ ସମୟରେ ସେ ଜନ୍ ଆବ୍ରାହମଙ୍କ ସହିତ ଏକ ଆକ୍ସନ୍ ଫିଲ୍ମ “ଆଟାକ୍” ରେ ନଜର ଆସିବେ ।