ETV Bharat / sitara

ବଲିଉଡରେ ଆଉ ଏକ ରିମେକ, ପରଦାରେ ‘ଦ ବର୍ଣ୍ଣିଂ ଟ୍ରେନ’

author img

By

Published : Mar 11, 2020, 2:17 PM IST

1980ର ସୁପରହିଟ୍ ଫିଲ୍ମ ‘ଦ ବର୍ଣ୍ଣିଂ ଟ୍ରେନ’ର କାହାଣୀକୁ ପୁଣିଥରେ ପରଦାରେ ଦେଖିବେ ଦର୍ଶକ । ଏହାର ରିମେକ ନିର୍ମାଣ କରିବାକୁ ଯାଉଛନ୍ତି ଅଭିନେତା ଜ୍ୟାକି ଭଗନାନୀ ଓ ଜୁନେ ଚୋପ୍ରା। ସୂଚନା ଦେଲେ ତରଣ ଆଦର୍ଶ।

the burning train remake
ଫଟୋେ ସୌଜନ୍ୟ: ୟୁଟ୍ୟୁବ

ମୁମ୍ବାଇ: ବଲିଉଡରେ ବର୍ତ୍ତମାନ ରିମେକ, ସିକ୍ବେଲର ଯୁଗ ଚାଲିଛି । ମେକର୍ସ ପୁରୁଣା ଫିଲ୍ମରେ ନୂଆ ତଡକା ଲଗାଇ ଦର୍ଶକଙ୍କ ସାମ୍ନାକୁ ଆଣିବାରେ ବ୍ୟସ୍ତ । ଆଉ ଦର୍ଶକଙ୍କୁ ମଧ୍ୟ ଏହି ଫିଲ୍ମ ଖୁବ୍ ମନୋରଞ୍ଜନ କରିବାରେ ଲାଗିଛି। ଇତିମଧ୍ୟରେ ଆଉ ଏକ ପୁରୁଣା ସୁପରହିଟ୍ ଫିଲ୍ମର ରିମେକକୁ ନେଇ ଚର୍ଚ୍ଚା ଜୋର। ଆଜ୍ଞା ହଁ, ହିମ୍ୟାନ ଧର୍ମେନ୍ଦ୍ର ଓ ଡ୍ରିମ ଗାର୍ଲ ହେମା ମାଳିନୀଙ୍କ ବ୍ଲକବଷ୍ଟର ଫିଲ୍ମ ‘ଦ ବର୍ଣ୍ଣିଂ ଟ୍ରେନ’ର ରିମେକ ନିର୍ମାଣ ହେବାକୁ ଯାଉଛନ୍ତି । 1980ରେ ଆସିଥିବା ସୁପରହିଟ୍ ଫିଲ୍ମ ‘ଦ ବର୍ଣ୍ଣିଂ ଟ୍ରେନ’ ଦର୍ଶକଙ୍କ ଖୁବ୍ ମନ କିଣିଥିଲା । ଏହି ଫିଲ୍ମର ରିମେକ ପାଇଁ ଜୁନେ ଚୋପ୍ରା ଓ ଜ୍ୟାକି ଭଗନାନୀ ପ୍ରସ୍ତୁତ ହୋଇସାରିଲେଣି।

ଖୁବଶୀଘ୍ର ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ। ‘ଦ ବର୍ଣ୍ଣିଂ ଟ୍ରେନ’ରେ ଧର୍ମେନ୍ଦ୍ର-ହେମାଙ୍କ ବ୍ୟତୀତ ବିଶିଷ୍ଟ ଅଭିନେତା ବିନୋଦ ଖନ୍ନା, ଜିତେନ୍ଦ୍ର ଓ ଡ୍ୟାନି ମଧ୍ୟ ଶାନଦାର ଅଭିନୟ କରିଥିଲେ। ‘ଦ ବର୍ଣ୍ଣିଂ ଟ୍ରେନ’ର କାହାଣୀ ଏକ ଜଳନ୍ତା ଟ୍ରେନକୁ ନେଇ ଆଧାରିତ। ଫିଲ୍ମରେ ଭିଲେନ ଭୂମିକାରେ ଅଭିନୟ କରିଥିଲେ ଡ୍ୟାନି।

ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଇନଷ୍ଟାଗ୍ରାମରେ ରିମେକ ନିର୍ମାଣ ହେବାର ସୂଚନା ଦେଇଛନ୍ତି। ସେ ଜ୍ୟାକି ଓ ଜୁନେଙ୍କ ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ରବି ଚୋପ୍ରାଙ୍କ ନିର୍ଦ୍ଦେଶନାରେ 1980ରେ ନିର୍ମାଣ ହୋଇଥିବା ଫିଲ୍ମ ଦ ବର୍ଣ୍ଣିଂ ଟ୍ରେନର ରିମେକ ଜ୍ୟାକି ଓ ଜୁନେ ନିର୍ମାଣ କରିବେ। ଏବେ ଫିଲ୍ମର ସ୍କ୍ରିପ୍ଟ ଓ କାଷ୍ଟିଂ ଉପରେ କାମ ଚାଲିଛି। ଫିଲ୍ମ ନିର୍ଦ୍ଦେଶନା କରିବା ପାଇଁ ଫେମସ ନିର୍ଦ୍ଦେଶକଙ୍କ ଚୟନ ଚାଲିଛି। ଖୁବଶୀଘ୍ର ଏହି କାମ ଶେଷ କରି ସୁଟିଂ ଆରମ୍ଭ କରିବେ ମେକର୍ସ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.