ETV Bharat / sitara

ସାମ୍ନାକୁ ଆସିଲା 'ଜବରିୟା ଯୋଡି'ର ରିଲିଜ ତାରିଖ - date

ଅଗଷ୍ଟ 2ରେ ରିଲିଜ ହେବାକୁ ଯାଉଛି ସିଦ୍ଧାର୍ଥ ଓ ପରିଣୀତିଙ୍କ ଆଗାମୀ ଫିଲ୍ମ 'ଜବରିୟା ଯୋଡି' । ଗତ ଅଗଷ୍ଟ ମାସରେ ଆରମ୍ଭ ହୋଇଥିଲା ଫିଲ୍ମର ସୁଟିଂ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ପରିଣୀତି ଚୋପ୍ରା
author img

By

Published : Jun 3, 2019, 11:13 PM IST

ମୁମ୍ବାଇ: ସିଦ୍ଧାର୍ଥ ମାଲହୋତ୍ରା ଓ ପରିଣୀତି ଚୋପ୍ରାଙ୍କ ଅପକମିଂ ଫିଲ୍ମ 'ଜବରିୟା ଯୋଡି'ର ସୁଟିଂ ବର୍ତ୍ତମାନ ଜୋରସୋରରେ ଚାଲିଛି । ଏବେ ଫିଲ୍ମର ରିଲିଜ ତାରିଖ ନିର୍ଦ୍ଧାରିତ ହୋଇଯାଇଛି । ଫିଲ୍ମଟି ଅଗଷ୍ଟ 2ରେ ବଡ ପରଦାରେ ଦେଖିବାକୁ ମିଳିବ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ପ୍ରଶାନ୍ତ ସିଂହ ତୁଲାଉଛନ୍ତି । ଅନ୍ୟପଟେ ଫିଲ୍ମର ନିର୍ମାଣ ଏକତା କପୁର କରୁଛନ୍ତି । ଦୀର୍ଘ ସମୟରୁ ଏହି ଫିଲ୍ମର ସୁଟିଂ ଚାଲିଆସୁଛି ।

ଫିଲ୍ମର ସୁଟିଂ ଲକ୍ଷ୍ନୌରେ ଗତ ବର୍ଷ ଅଗଷ୍ଟରେ ଆରମ୍ଭ ହୋଇଥିଲା । ସେହି ସମୟରେ ଫିଲ୍ମର ଫାଷ୍ଟ ଲୁକ ମଧ୍ୟ ସାମ୍ନାକୁ ଆସିଥିଲା ।

ଫିଲ୍ମର କାହାଣୀ ବିହାରର ପକଡ଼ୱା ବିବାହ ଉପରେ ଆଧାରିତ । ଯେଉଁଥିରେ ପୁଅମାନଙ୍କ ବିବାହ ଜବରଦସ୍ତି କରାଯାଇଥାଏ । ମୁଖ୍ୟକଥା ଏହା ହେଲା କି ପ୍ରଥମଥର ଫିଲ୍ମରେ ସିଦ୍ଧାର୍ଥଙ୍କୁ ଭୋଜପୁରୀ ପୁଅ ଭୂମିକାରେ ଦେଖିବାକୁ ମିଳିବ । ଏହାପାଇଁ ସେ ଭୋଜପୁରୀ ଭାଷାର ଫୁଲ ଟ୍ରେନିଂ ମଧ୍ୟ ନେଇଛନ୍ତି । ଅନ୍ୟପଟେ ପରିଣୀତି ମଧ୍ୟ ଫିଲ୍ମରେ ଭୋଜପୁରୀ କହୁଥିବାର ନଜର ଆସିବେ ।

ପ୍ରକାଶ ଥାଉକି ଫିଲ୍ମର ଟାଇଟଲ ପୂର୍ବରୁ 'ଶଟଗନ ସାଦୀ' ରଖାଯାଇଥିଲା । କିନ୍ତୁ ପରେ ଏହାକୁ ପରିବର୍ତ୍ତନ କରାଯାଇ 'ଜବରିୟା ଯୋଡି' ରଖାଗଲା ।

ଦୁଇଟି ବୁଥ ପାଇଁ ଆଉଥରେ ନିର୍ବାଚନ ହେବ। ଏନେଇ ନିର୍ବାଚନ କମିଶନଙ୍କ ଅନୁମତି ମାଗିଛୁ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ପର୍ଯ୍ୟବେକ୍ଷକଙ୍କ ତଥ୍ୟକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଗଣମାଧ୍ୟମକୁ କହିଛନ୍ତି ସୁରେନ୍ଦ୍ର କୁମାର। ଯେଉଁ ଦୁଇଟି ବୁଥରେ ସାନି ନିର୍ବାଚନ ପାଇଁ ପ୍ରସ୍ତାବ ଦିଆଯାଇଛି ସେଗୁଡ଼ିକ ଭିତରେ ଗୋଟିଏ ମାଲକାନଗିରିରେ ରହିଥିବାବେଳେ ଅନ୍ୟଟି ବ୍ରହ୍ମପୁରରେ ରହିଛି। ଏଥିରୁ ଗୋଟିକରେ ଇଭିଏମ୍‌ ଫୋପାଡ଼ି ଦିଆଯାଇଥିଲା ଆଉ ଗୋଟିଏ ବୁଥରେ ପ୍ରିଜାଇଡିଂ ଅଫିସରଙ୍କ ତ୍ରୁଟି ଥିବା କହିଛନ୍ତି। ଅନ୍ୟ ଅଭିଯୋଗ ହୋଇଥିବା ବୁଥଗୁଡ଼ିକରେ ତର୍ଜମା ଚାଲିଛି। 

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.