ମୁମ୍ବାଇ: ନିର୍ଦ୍ଦେଶକ ଏସ.ଏସ ରାଜମୌଲୀଙ୍କ ବହୁ ପ୍ରତିକ୍ଷିତ ଆକ୍ସନ ଡ୍ରାମା ଫିଲ୍ମ 'RRR'ର ଲିଡ଼ ଆକ୍ଟରଙ୍କ ଦେଖିବାକୁ ମିଳିଛି ଝଲକ । ଏହି ଫିଲ୍ମର ରିଲିଜ ତାରିଖକୁ ଦର୍ଶକ ଚାତକ ପରି ଚାହିଁ ରହିଥିବା ବେଳେ ମୁଖ୍ୟ କଳାକାରଙ୍କ ଫଟୋକୁ ସୋସିଆଲ ମିଡ଼ିଆରେ ସେୟାର କରି ଦର୍ଶକଙ୍କୁ ଆହୁରି ଉତ୍ସାହିତ କରିଛନ୍ତି ମେକର୍ସ । ଫିଲ୍ମଟି ଆସନ୍ତା ୨୦୨୨ ଜାନୁଆରୀ ୭ ତାରିଖରେ ରିଲିଜ ହେବାକୁ ଯାଉଛି । ଏକ ଭିଡ଼ିଓ ମାଧ୍ୟମରେ ଫିଲ୍ମର ଝଲକକୁ ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ସେୟାର କରିଛନ୍ତି ଆଲିଆଙ୍କ ସମେତ ଫିଲ୍ମର ଅନ୍ୟ କଳାକାର ।
-
A glimpse into India's biggest action drama, in its fiercest form!🔥🌊
— Alia Bhatt (@aliaa08) November 1, 2021 " class="align-text-top noRightClick twitterSection" data="
See you in the cinemas from 7th Jan, 2022. #RRRMovie🤍https://t.co/vhfMAUA0a6#RRRGlimpse@ssrajamouli @tarak9999 @AlwaysRamCharan @ajaydevgn @oliviamorris891 @RRRMovie @DVVMovies @PenMovies
">A glimpse into India's biggest action drama, in its fiercest form!🔥🌊
— Alia Bhatt (@aliaa08) November 1, 2021
See you in the cinemas from 7th Jan, 2022. #RRRMovie🤍https://t.co/vhfMAUA0a6#RRRGlimpse@ssrajamouli @tarak9999 @AlwaysRamCharan @ajaydevgn @oliviamorris891 @RRRMovie @DVVMovies @PenMoviesA glimpse into India's biggest action drama, in its fiercest form!🔥🌊
— Alia Bhatt (@aliaa08) November 1, 2021
See you in the cinemas from 7th Jan, 2022. #RRRMovie🤍https://t.co/vhfMAUA0a6#RRRGlimpse@ssrajamouli @tarak9999 @AlwaysRamCharan @ajaydevgn @oliviamorris891 @RRRMovie @DVVMovies @PenMovies
ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସାଉଥ ସୁପରଷ୍ଟାର ରାମ ଚରଣ ଓ ଜୁନିଅର NTR ଏବଂ ବଲିଉଡ଼ର ସିଘଂମ ଅଜୟ ଦେବଗନ ଓ ଡିମ୍ପଲ ଗର୍ଲ ଆଲିଆ ଭଟ୍ଟ । ସୋମବାର ମେକର୍ସ ଏହି ବହୁ ପ୍ରତିକ୍ଷିତ ଫିଲ୍ମର ଛୋଟିଆ ଝଲକ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଏହି ଫିଲ୍ମଟି ପରାଧୀନ ଭାରତର କାହାଣୀ ଉପରେ ହୋଇଛି ଆଧାରିତ । ଏଥିରେ ସ୍ବାଧୀନତା ସଂଗ୍ରାମୀ କୋମରାମ ଭୀମ ଓ ଆଲୁରି ସିତାରାମ ରାଜୁଙ୍କ ଭୂମିକାରେ ଜୁନିଅର ଏନଟିଆର ଓ ରାମ ଚରଣ ନଜର ଆସିବେ ।
- " class="align-text-top noRightClick twitterSection" data="">
ଏହି ପ୍ରୋଜେକ୍ଟଟି ରାଜମୌଲୀଙ୍କ ନେତୃତ୍ବରେ ଆଗେଇ ଚାଲିଛି । ରେକର୍ଡ ବ୍ରେକିଂ ସିରିଜ 'ବାହୁବଳୀ'ର ମାଷ୍ଟର ମାଇଣ୍ଡ ଥିଲେ ରାଜମୌଲୀ । ଏହି ଫିଲ୍ମଟି ୨୦୨୦ ମସିହା ଜୁଲାଇ ୩୦ ତାରିଖରେ ରିଲିଜ ହେବାର ଯୋଜନା ରହିଥିଲା । କିନ୍ତୁ କୋରୋନା ମହାମାରୀ ପାଇଁ ଫିଲ୍ମର ରିଲିଜ ତାରିଖକୁ ଘୁଞ୍ଚାଯାଇଥିଲା । ଏହାସହିତ ସୁଟିଂ ସମୟରେ ଜୁନିଅର ଏନଟିଆର ଓ ରାମ ଆହତ ହୋଇଥିଲେ । ଏଥିଲାଗି ଫିଲ୍ମର ସୁଟିଂ ମଧ୍ୟ ରୋକାଯାଇଥିଲା । ଫଳରେ ରିଲିଜ ତାରିଖରେ ହୋଇଛି ବିଳମ୍ବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ