ETV Bharat / sitara

‘ଭାରତରେ ଆବଶ୍ୟକ ଅଛି ଇଟାଲୀ ଭଳି ଅନୁଶାସନ’

author img

By

Published : Mar 24, 2020, 2:05 PM IST

Updated : Mar 24, 2020, 3:12 PM IST

ଟ୍ବିଟରରେ ଭିଡିଓ ସେୟାର କରି ପୁଣି ଚର୍ଚ୍ଚାରେ ଋଷି କପୁର। ଏଥର ସେ ଇଟାଲୀ ପୋଲିସର ଅନୁଶାସନର ପ୍ରଶଂସା କରିଛନ୍ତି।

rishi kapoor
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଋଷି କପୁର

ମୁମ୍ବାଇ: କୋରୋନା ଭାଇରସରେ ସଂକ୍ରମିତ ହୋଇ ପାଖାପାଖି 16 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଭାରତରେ ମଧ୍ୟ ଏହି ଭାଇରସର ଆତଙ୍କ ଖୁବ୍ ଦେଖିବାକୁ ମିଳୁଛି। ଏଯାବତ ଅନେକ ଲୋକ ଏହି ସଂକ୍ରମଣରେ ସଂକ୍ରମିତ ହୋଇସାରିଲେଣି। ଏହାକୁ ଦୃଷ୍ଟିରେ ରଖି ଅନେକ ସହରକୁ ଲକଡାଉନ କରିଦିଆଯାଇଛି।

ଫଟୋ ସୌଜନ୍ୟ: ଟ୍ବିଟର@ଋଷି କପୁର

ଜନସାଧାରଣଙ୍କଠୁ ନେଇ ବଲିଉଡ ସେଲିବ୍ରିଟି ମଧ୍ୟ ନିଜ ନିଜ ଘରେ ସମୟ ବିତାଉଛନ୍ତି। ହେଲେ ଏହା ସତ୍ତ୍ବେ ଅନେକ ଲୋକ ଏବେ ମଧ୍ୟ ଘର ବାହାରକୁ ଯାଉ ବୁଲାବୁଲି କରୁଛନ୍ତି। ଆଉ ସରକାରଙ୍କ ଚେତାବନୀକୁ ଗମ୍ଭୀରତା ରୂପେ ନେଉନାହାଁନ୍ତି। ଏହାକୁ ଆଧାର କରି ବିଶିଷ୍ଟ ଅଭିନେତା ଋଷି କପୁର ଟ୍ବିଟରରେ ଏକ ଭିଡିଓ ସୋମବାର ସେୟାର କରିଥିଲେ। ଆଉ କହିଥିଲେ ଇଟାଲୀ ଭଳି ଅନୁଶାସନ ଆମକୁ ଦରକାର।

ଇଟାଲୀର ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଲକଡାଉନ ସମୟରେ ରାସ୍ତାରେ ଚାଲି ଚାଲି ପୋଲିସ ଆଗରେ ସାହସରେ ଠିଆ ହୋଇଯାଉଛି। ସେତିକି ବେଳେ ଗାଡିରେ ଅନ୍ୟ ପୋଲିସ ଆସି ତାଙ୍କୁ ଆୟତ କରିନେଉଛନ୍ତି। ଯାହାପରେ ସେହି ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଇଟାଲୀର ଲକଡାଉନ ଭିଡିଓରେ ପୋଲିସ ବ୍ୟତୀତ ରାସ୍ତାରେ କେହି ମଧ୍ୟ ନଜର ଆସୁନାହାଁନ୍ତି। ଭିଡିଓଟିକୁ ସେୟାର କରି ଋଷି ଲେଖିଛନ୍ତି, ‘ଆମକୁ ଏପରି ଅନୁଶାସନର ଆବଶ୍ୟକ ଅଛି।’

Last Updated : Mar 24, 2020, 3:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.