ETV Bharat / sitara

‘ମିଶନ ମଙ୍ଗଲ’କୁ ଇସ୍ରୋର ଶୁଭେଚ୍ଛା

author img

By

Published : Jul 21, 2019, 6:31 PM IST

‘ମିଶନ ମଙ୍ଗଲ’ ପାଇଁ ଅକ୍ଷୟ କୁମାରଙ୍କୁ ଶୁଭେଚ୍ଛା ଜଣାଇଛି ଇସ୍ରୋ । ଫିଲ୍ମର ଟ୍ରେଲରକୁ ଖୁବ ପ୍ରଶଂସା କରିଛି ଇସ୍ରୋ ।

ଫଟୋ ସୌଜନ୍ୟ: ଟ୍ବିଟର/@akshaykumar

ହାଇଦ୍ରାବାଦ: ନିକଟରେ ‘ମିଶନ ମଙ୍ଗଲ’ର ଟ୍ରେଲର ରିଲିଜ ହୋଇଛି । ଟ୍ରେଲରର ରିଲିଜ ପରେ ଫ୍ୟାନ୍ସଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଭାରତୀୟ ସ୍ପେଶ ରିସର୍ଚ୍ଚ ସଂସ୍ଥାନ(ଇସ୍ରୋ) ମିଶନ ମଙ୍ଗଲ ପାଇଁ ଅକ୍ଷୟ କୁମାରଙ୍କୁ ଶୁଭେଚ୍ଛା ଜଣାଇଛି ।

ISRO twitter
ଫଟୋ ସୌଜନ୍ୟ: ଟ୍ବିଟର/@akshaykumar

ଇସ୍ରୋ ଅଭିନନ୍ଦନ ଜଣାଇବା ସହ ଫିଲ୍ମର ବେଶ୍ ତାରିଫ ମଧ୍ୟ କରିଛନ୍ତି । ଟ୍ରେଲରରେ ଇସ୍ରୋର ପରିଶ୍ରମ ଓ ଇମୋଶନକୁ ସଠିକ୍ ଭାବରେ ପରିବେଷଣ କରାଯାଇଛି ବୋଲି ଟ୍ବିଟ କରିଛି ଇସ୍ରୋର ଅଫିସିଆଲ ଆକାଉଣ୍ଟ । ଏହାପରେ ଅକ୍ଷୟ ରି-ଟ୍ବିଟ କରି ଧନ୍ୟବାଦ ଜଣାଇଛନ୍ତି ।

‘ମିଶନ ମଙ୍ଗଲ’ର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଜଗନ ଶକ୍ତି । ଫିଲ୍ମର କାହାଣୀ ଇସ୍ରୋର ମାର୍ସ ଅରବିଟର ମିଶନ(MOM) ବିଷୟରେ ଚିତ୍ରଣ କରାଯାଇଛି । ଇସ୍ରୋ 2013ରେ ମଙ୍ଗଳକୁ ସ୍ପେଶ ଅରବିଟର ସଫଳ ପରୀକ୍ଷଣ କରିଥିଲା । ତେବେ ଫିଲ୍ମରେ ଅକ୍ଷୟଙ୍କ ସହ ବିଦ୍ୟା ବାଲନ୍, ସୋନାକ୍ଷୀ ସିହ୍ନା, କୃତି ସାନନ୍, ଶର୍ମନ ଯୋଶୀ, ତାପସୀ ପନ୍ନୁ, କ୍ରିତି କୁଲହରୀଙ୍କୁ ଦେଖିବାକୁ ମିଳିବ । ଫିଲ୍ମଟି ଅଗଷ୍ଟ 15ରେ ରିଲିଜ ହେବ ।

Intro:Body:

ROJALIN

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.