ETV Bharat / sitara

ଝିଅକୁ ପଢାଇବା ପାଇଁ ନିଜ ରକ୍ତ ବିକିବେ ଇରଫାନ, ଦେଖନ୍ତୁ ଭିଡିଓ

author img

By

Published : Feb 14, 2020, 3:26 AM IST

ମାର୍ଚ୍ଚ 20ରେ ରିଲିଜ ହେବାକୁ ପ୍ରସ୍ତୁତ ଇରଫାନ ଖାନଙ୍କ ଆଗାମୀ ଫିଲ୍ମ ‘ଇଂରେଜୀ ମିଡିୟମ’। ଇରଫାନଙ୍କ ଅଭିନୀତ ଫିଲ୍ମ ‘ହିନ୍ଦୀ ମିଡିୟମ’ର ଏହା ସିକ୍ବେଲ ଫିଲ୍ମ।

angrezi medium trailer released
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇରଫାନ ଖାନ

ମୁମ୍ବାଇ: ଭାଲେଣ୍ଟାଇନ ଡେକୁ ଖାସ୍ କରିବା ପାଇଁ ଶୁକ୍ରବାର ରିଲିଜ ହେବାକୁ ଯାଉଛି ଇମତିଆଜ ଅଲ୍ଲୀ ରୋମାଣ୍ଟିକ ଫିଲ୍ମ ‘ଲଭ ଆଜକଲ’। ହେଲେ ଏହାର 24 ଘଣ୍ଟା ପୂର୍ବରୁ ତଥା ଗୁରୁବାର ନିର୍ଦ୍ଦେଶକ ଦିନେଶ ବିଜନ ନିଜର ଆଗାମୀ ଫିଲ୍ମ ‘ଇଂରେଜୀ ମିଡିୟମ’ର ଜବରଦସ୍ତ ଟ୍ରେଲର ରିଲିଜ କରି ଦେଇଛନ୍ତି। ଦୀର୍ଘ ସମୟ ପରେ ଏହି ଫିଲ୍ମ ନେଇ ପରଦାକୁ ଫେରିବେ ଫେମସ ଅଭିନେତା ଇରଫାନ ଖାନ। ନିଜର ଦମଦାର ପ୍ରେମ ଟ୍ରେଲରରେ ଦେଖାଇଛନ୍ତି ସେ।

ହେଲେ ଏଥର ତାଙ୍କର ଏହି ପ୍ରେମ କେବଳ ତାଙ୍କ ଝିଅଙ୍କ ପାଇଁ ଦେଖିବାକୁ ମିଳିଛୁ । ‘ଇଂରେଜୀ ମିଡିୟମ’ ଟ୍ରେଲରରେ ବାପା-ଝିଅର ନିଆରା ପ୍ରେମ କାହାଣୀକୁ ନେଇ ପର୍ଯ୍ୟବେଶିତ। ଦୀର୍ଘ ସମୟରୁ ଫିଲ୍ମର ଟ୍ରେଲର ଦେଖିବାକୁ ଅପେକ୍ଷା କରିବସିଥିବା ଦର୍ଶକଙ୍କ ଟ୍ରେଲର ଦେଖି ଖୁବ୍ ଖୁସି ହୋଇଯାଇଛନ୍ତି।

ନିଜ ଝଅକୁ ବିଦେଶ ୟୁନିଭର୍ସିଟିରେ ଆଡମିଶନ କରାଇବା ପାଇଁ ଜଣେ ପିତା ସବୁ କିଛି କରିବାକୁ ରାଜି । ଖାଲି ଏତିକି ନୁହେଁ ସେ ନିଜ ରକ୍ତ ବିକ୍ରି କରି ଝିଅଙ୍କୁ ବିଦେଶ ପଠାଇବା କଥା ମଧ୍ୟ କହୁଛନ୍ତି । ଯାହା ଟ୍ରେଲରରେ ଦେଖିବାକୁ ମିଳୁଛି ।

ପ୍ରକାଶ ଥାଉକି ଫିଲ୍ମରେ ଇରଫାନଙ୍କ ଝିଅ ଭୂମିକାରେ ଅଭିନୟ କରୁଛନ୍ତି ଅଭିନେତ୍ରୀ ରାଧିକା ମଦାନ । ସେହିପରି କରୀନା କପୁର ଖାନ ଫିଲ୍ମରେ ବିଦେଶୀ ପୋଲିସ ଅଫିସର ଭୂମିକାରେ ଦେଖାଯାଉଛନ୍ତି । ମାର୍ଚ୍ଚ 20ରେ ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ । ଇରଫାନଙ୍କ ଅଭିନୀତ ଫିଲ୍ମ ‘ହିନ୍ଦୀ ମିଡିୟମ’ର ଏହା ସିକ୍ବେଲ ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.