ETV Bharat / sitara

ଇମୋଶନାଲ ହେଲେ ଇରଫାନ, ଭାଇରାଲ ଭିଡିଓ

author img

By

Published : Feb 12, 2020, 8:15 PM IST

କ୍ୟାନ୍ସର ସହ ଲଢି ମୃତ୍ୟୁ ନିକଟରୁ ଫେରିଥିବା ଅଭିନେତା ଇରଫାନ ଖାନ ନିଜ ଆଗାମୀ ଫିଲ୍ମ ‘ଇଂରେଜୀ ମିଡିୟମ’ ନେଇ ଫେରିବେ । ହେଲେ ଅସୁସ୍ଥତା ପାଇଁ ସେ ବର୍ତ୍ତମାନ ଫିଲ୍ମର ପ୍ରମୋଶନ କରିପାରୁନାହାଁନ୍ତି । ଏହାର ସୂଚନା ସେ ଏକ ଭିଡିଓ ମାଧ୍ୟମରେ ଦେଇଛନ୍ତି।

irrfan khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇରଫାନ ଖାନ

ମୁମ୍ବାଇ: ଦୀର୍ଘ ସମୟରୁ ଚର୍ଚ୍ଚାରେ ଫେମସ ଅଭିନେତା ଇରଫାନ ଖାନଙ୍କ ଆଗାମୀ ଫିଲ୍ମ ‘ଇଂରେଜୀ ମିଡିୟମ’। ଯାହାର ଟ୍ରେଲର ଆସନ୍ତାକାଲି ରିଲିଜ ହେବାକୁ ଯାଉଛି । ହେଲେ ଟ୍ରେଲର ରିଲିଜ ପୂର୍ବରୁ ବୁଧବାର ଇରଫାନଙ୍କ ଏକ ଭାବବିହ୍ବଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଏହି ଫିଲ୍ମ ଦେଖିବାକୁ ଦର୍ଶକଙ୍କୁ ଅପିଲ କରିଛନ୍ତି।

ତାଙ୍କ ଏହି ଭିଡିଓକୁ ସୋସିଆଲ ମିଡିଆରେ ସୁପରଷ୍ଟାର ହ୍ରିତିକ ରୋଶନ ଓ ବରୁଣ ଧୱନ ସେୟାର କରିଛନ୍ତି । ଅସୁସ୍ଥତା ପାଇଁ ଇରଫାନ ଫିଲ୍ମର ପ୍ରମୋଶନ କରିପାରୁନାହାଁନ୍ତି। ଏହାର ଖୁଲାସା ସେ ଭିଡିଓରେ କରିଛନ୍ତି ।

ଭିଡିଓରେ ‘ଇଂରେଜୀ ମିଡିୟମ’ର ସୁଟିଂ ସମୟର ଅନେକ ଫଟୋ ଦେଖିବାକୁ ମିଳୁଛି । ଭିଡିଓ ବ୍ୟାକଗ୍ରାଉଣ୍ଡରେ ଇରଫାନଙ୍କ ସ୍ବର ଶୁଣାଯାଉଛି। ସେ କହୁଛନ୍ତି, ‘ହାଲୋ ଭାଇ ଭଉଣୀ, ନମସ୍କାର ମୁଁ ଇରଫାନ ଖାନ । ମୁଁ ଆଜି ଆପଣଙ୍କ ସହ ଅଛି ଆଉ ନାହିଁ । ଏହି ଫିଲ୍ମ ଇଂରେଜୀ ମିଡିୟମ ମୋ ପାଇଁ ବହୁତ ଖାସ୍ । ବିଶ୍ବାସ କରନ୍ତୁ ମୁଁ ହୃଦୟରୁ ଚାହୁଁଥିଲି ପୁରା ସ୍ନେହରେ ଫିଲ୍ମ ପ୍ରମୋଟ କରିବାକୁ । ଯେଉଁ ପ୍ରେମରେ ଆମେ ଏହାକୁ ନିର୍ମାଣ କରିଛି । ହେଲେ ମୋ ଶରୀର ଭିତରେ କିଛି ଅତିଥି ବସିଛନ୍ତି । ବର୍ତ୍ତମାନ ତାଙ୍କ ସହ କଥାବାର୍ତ୍ତା ଚାଲିଛି ।’ ଆପଣ ମଧ୍ୟ ଦେଖନ୍ତୁ ଇରଫାନଙ୍କ ଏହି ଇମୋଶନାଲ ଭିଡିଓ...

  • " class="align-text-top noRightClick twitterSection" data="">

ପ୍ରକାଶ ଥାଉକି ଇରଫାନଙ୍କ ଅଭିନୀତ ଫିଲ୍ମ ‘ହିନ୍ଦୀ ମିଡିୟମ’ର ଏହା ସିକ୍ବେଲ ଫିଲ୍ମ । ଏହି ଫିଲ୍ମରେ ତାଙ୍କ ସହ ଅଭିନୟ କରୁଥିବାର ଦେଖାଯିବେ କରୀନା କପୁର ଖାନ ଓ ରାଧିକା ମଦାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.