ETV Bharat / sitara

ବିଗିଡିଲା ଇରଫାନଙ୍କ ସ୍ବାସ୍ଥ୍ୟବସ୍ଥା, ଆଇସିୟୁରେ ଭର୍ତ୍ତି

ଲକଡାଉନରେ ଅସୁସ୍ଥ ହେଲେ ଅଭିନେତା ଇରଫାନ ଖାନ। ଏବେ ମେଡିକାଲରେ ଭର୍ତ୍ତି । ନିକଟରେ ତାଙ୍କ ମା' ଦୁନିଆକୁ କହିଥିଲେ ଅଲବିଦା।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇରଫାନ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇରଫାନ ଖାନ
author img

By

Published : Apr 28, 2020, 8:03 PM IST

ମୁମ୍ବାଇ: ବିଶିଷ୍ଟ ଅଭିନେତା ଇରଫାନ ଖାନ ନିକଟରେ ନିଜ ମା'ଙ୍କୁ ହରାଇ ଦୁଃଖି ଥିବା ବେଳେ ଏବେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଦୁଃଖଭରା ଖବର ସାମ୍ନାକୁ ଆସିଛି। ହଠାତ୍ ଇରଫାନଙ୍କ ଅସୁସ୍ଥ ହୋଇଯାଇଛନ୍ତି। ବର୍ତ୍ତମାନ ତାଙ୍କୁ ମୁମ୍ବାଇ ସ୍ଥିତ କୋକିଲାବେନ ମେଡିକାଲରେ ଭର୍ତ୍ତି କରାଯାଇଛି। ଏବେ ସେ ଆଇସିୟୁରେ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟକୁ ନେଇ ଏଯାବତ ଅଧିକ ସୂନଚା ସାମ୍ନାକୁ ଆସିନାହିଁ।

ଲକଡାଉନ ପାଇଁ ସେ ନିକଟରେ ଭିଡିଓ କଲିଂ ଜରିଆରେ ମା'ଙ୍କ ଅନ୍ତିମ ସଂସ୍କାର କରିଥିଲେ। ପ୍ରକାଶ ଥାଉକି ଦୁଇ ବର୍ଷ ପୂର୍ବେ ସେ ନିଜ କ୍ୟାନ୍ସର ସୂଚନା ଟ୍ବିଟ ଜରିଆରେ ଫ୍ୟାନ୍ସଙ୍କୁ ଦେଇଥିଲେ । ଯାହାପରେ ତାଙ୍କ ଚିକିତ୍ସା ନ୍ୟୁୟର୍କରେ ଚାଲିଥିଲା । ଚିକିତ୍ସା ଦ୍ବାରା ଭଲ ହୋଇ ସେ ଭାରତ ଫେରିଆସିଥିଲେ। ହେଲେ ମଝି ମଝିରେ ଅନେକଥର ଅସୁସ୍ଥ ଅନୁଭବ କରିସାରିଛନ୍ତି।

ଶେଷଥର ତାଙ୍କୁ ଚର୍ଚ୍ଚିତ ଫିଲ୍ମ ‘ଅଙ୍ଗ୍ରେଜୀ ମିଡିୟମ’ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ତାଙ୍କ ସହ କରୀନା କପୁର ଖାନ, ରାଧିକା ମଦାନ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ‘ଅଙ୍ଗ୍ରେଜୀ ମିଡିୟମ’ ତାଙ୍କ ଅଭିନୀତ ପପୁଲାର ଫିଲ୍ମ ‘ହିନ୍ଦୀ ମିଡିୟମ’ର ସିକ୍ବେଲ ଫଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.