ETV Bharat / sitara

17 ବର୍ଷରେ ଇରଫାନଙ୍କ ଫିଲ୍ମ ‘ହାସିଲ’, ଇମୋଶନାଲ ହେଲେ ନିର୍ଦ୍ଦେଶକ

ଆଜି ଆମ ଗହଣରେ ନଥିବା ଇରଫାନଙ୍କ ଚର୍ଚ୍ଚିତ ଫିଲ୍ମ ‘ହାସିଲ’କୁ ପୁରିଛି 17 ବର୍ଷ । ବନ୍ଧୁଙ୍କୁ ମନେ ପାକାଇ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କଲେ ନିର୍ଦ୍ଦେଶକ ତିଗମାଂଶୁ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : May 17, 2020, 7:37 PM IST

ମୁମ୍ବାଇ: ବିଶିଷ୍ଟ ଅଭିନେତା ଇରଫାନ ଖାନ ଗତ 29 ତାରିଖରେ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି । ନିଜର ଦମଦାର ଅଭିନୟ ପାଇଁ ସେ ବଲିଉଡ ଓ ହଲିଉଡରେ ଲୋକପ୍ରିୟ। ତାଙ୍କ ମୃତ୍ୟୁକୁ ଏଯାବତ କେହି ମଧ୍ୟ ବିଶ୍ବାସ କରିପାରୁନାହିଁନ୍ତି। ଇତିମଧ୍ୟରେ ତାଙ୍କର ଏକ ଅଭିନୀତ ଫିଲ୍ମ ‘ହାସିଲ’ ରିଲିଜକୁ 17 ବର୍ଷ ପୂରଣ ହୋଇଛି। ଏହି ଫିଲ୍ମରେ ସେ ନେଗେଟିଭ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ କିଣିଥିଲେ। ସେହିପରି ଫିଲ୍ମଟିର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ ତିଗମାଂଶୁ ଧୂଲିୟା।

tweet
ଫଟୋ ଟ୍ବିଟର@ତିଗମାଂଶୁ ଧୂଲିୟା

ଫିଲ୍ମ ରିଲିଜକୁ 17 ବର୍ଷ ପୂରଣ ହେବା ଅବସରରେ ତିଗମାଂଶୁ ସୋସିଆଲ ମିଡିଆରେ ଇରଫାନଙ୍କ ପାଇଁ ଏକ ଭାବବିହ୍ବଳ ପୋଷ୍ଟ ସେୟାର କରିଛନ୍ତି। ସେ ଟ୍ବିଟ କରି ଲେଖିଛନ୍ତି, ‘ମତେ ମନେ ଅଛି ଯେ 20 ବର୍ଷ ପୂର୍ବେ ଏଭରସାଇନ ନଗରରେ ଥିବା ଭଡା ଘରେ ଫିଲ୍ମର ଟାଇଟଲ ମୋ ମସ୍ତିଷ୍କରେ ଆସିଥିଲା। ହାସିଲ ରିଲିଜକୁ 17 ବର୍ଷ ପୁରିଛି । ଆମ ବନ୍ଧୁତ୍ବକୁ ମଧ୍ୟ 34 ବର୍ଷ ପୂରଣ ହୋଇସାରିଲାଣି । ଯାହା କେବେ ଶେଷ ହେବ ନାହିଁ । ତୁମେ ମୋ ମାର୍ଗଦର୍ଶନ ସବୁବେଳେ କରୁଥିବ ବନ୍ଧୁ।’

ପ୍ରକାଶ ଥାଉକି ଇରଫାନ ଓ ତିଗମାଂଶୁ ପରସ୍ପର ଭଲ ବନ୍ଧୁ । ଦୁଇଜଣ ‘ପାନ ସିଂ ତୋମର’ରେ ମଧ୍ୟ ଏକାଠି କାମ କରିଥିଲେ । ଏହି ଫିଲ୍ମ ପାଇଁ ଇରଫାନଙ୍କୁ ନ୍ୟାସନାଲ ଆୱାର୍ଡ ମିଳିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.