ୱାଶିଂଟନ: ହଲିଉଡର ଫେମସ ଆକ୍ଟର କ୍ରିଶ ହେମ୍ସୱର୍ଥ ସବୁବେଳେ ନିଜ ଫିଟନେସ ପାଇଁ ଜଣାଯାଇଥାଆନ୍ତି । ତାଙ୍କ ବଡି ଏବଂ ଫିଟନେସ ପ୍ରାୟ ସମସ୍ତଙ୍କୁ ଦିୱାନା କରି ରଖିଛି। ‘ଦ ମେନ ଇନ ବ୍ଲାକ’ରେ ଶାନଦାର ଅଭିନୟ କରିଥିବା କ୍ରିଶ ସବୁବେଳେ ନିଜ ଫିଟନେସ ପ୍ରତି ଅଧିକ ଧ୍ୟାନ ଦିଅନ୍ତି। ତାଙ୍କ ଜିମ ୱାର୍କଆଉଟ କେବେ ମିସ ହୁଏନାହିଁ । ହେଲେ ଏବେ କୋରୋନା ଭାଇରସ ପାଇଁ ସବୁ ଜିମ ବନ୍ଦ ଅଛି।
- " class="align-text-top noRightClick twitterSection" data="
">
ଏପରି ପରିସ୍ଥିତିରେ ସେ ଘୋଷଣା କରିଛନ୍ତି ଯେ ତାଙ୍କ ଫିଟନେସ ଟିମ ଏବେ ସମସ୍ତଙ୍କୁ ଫିଟ୍ ରହିବାକୁ ଟିପ୍ସ ଦେବେ। ସେ ନିଜେ ମଧ୍ୟ ସମସ୍ତଙ୍କ ସହ ୱାର୍କଆଉଟ ପ୍ଲାନ ସେୟାର କରିବେ। ତାଙ୍କ ଫିଟନେସ ଆପ ସେଣ୍ଟର ସମସ୍ତଙ୍କୁ ଗାଇଡ କରିବ।
ଏହାର ସୂଚନା ଦେଇ ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଆଉ କହିଛନ୍ତି, ‘ମତେ ଜଣା ଅଛି ଆପଣ ଘରେ ବର୍ତ୍ତମାନ ବନ୍ଦ ଅଛନ୍ତି। ଏଥି ନିମନ୍ତେ ମୁଁ ମୋ ଫିଟନେସ ଆପକୁ ପୁରା 6 ସପ୍ତାହ ପର୍ଯ୍ୟନ୍ତ ଆପଣଙ୍କ ସହ ସେୟାର କରୁଛି ମାଗଣାରେ।’