ETV Bharat / sitara

ସୋନୁଙ୍କ ଘରେ ଆୟକର ବିଭାଗର ଚଢାଉ, ୨୦ଘଣ୍ଟା ଧରି ଯାଞ୍ଚ କଲା ଟିମ୍‌

ସୋନୁଙ୍କ ଆକାଉଣ୍ଟରେ ଗଡବଡ ଥିବା ନେଇ ବୁଧବାର ମୁମ୍ବାଇସ୍ଥିତ କାର୍ଯ୍ୟାଳୟ ଓ ବାସଭବନରେ ଆୟକର ବିଭାଗ ଚଢାଉ କରିଥିଲା । ପ୍ରାୟ ୨୦ଘଣ୍ଟା ଧରି କାଗଜପତ୍ର ଯାଞ୍ଚ କରିଥିଲା ଆୟକର ବିଭାଗ । ଅଧିକ ପଢନ୍ତୁ...

ସୋନୁଙ୍କ ଘରେ ଆୟକର ବିଭାଗ ଚଢାଉ, ୨୦ଘଣ୍ଟା ଧରି କାଗଜପତ୍ର ଯାଞ୍ଚ କଲା ଟିମ୍‌

author img

By

Published : Sep 16, 2021, 10:50 AM IST

ମୁମ୍ବାଇ: ଆଡୁଆରେ ବଲିଉଡ ଅଭିନେତା ସୋନୁ ସୁଦ । ସୋନୁଙ୍କ ଆକାଉଣ୍ଟରେ ଗଡବଡ ଥିବା ନେଇ ବୁଧବାର ମୁମ୍ବାଇସ୍ଥିତ କାର୍ଯ୍ୟାଳୟ ଓ ବାସଭବନରେ ଆୟକର ବିଭାଗ ଚଢାଉ କରିଥିଲା । ପ୍ରାୟ ୨୦ଘଣ୍ଟା ଧରି କାଗଜପତ୍ର ଯାଞ୍ଚ କରିଥିଲା ଆୟକର ବିଭାଗ ।

ସୋନୁଙ୍କ ଘରେ ଆୟକର ବିଭାଗ ଚଢାଉ, ୨୦ଘଣ୍ଟା ଧରି କାଗଜପତ୍ର ଯାଞ୍ଚ କଲା ଟିମ୍‌

ସୂଚନାଅନୁସାରେ ଗତକାଲି(ବୁଧବାର) ଆୟକର ବିଭାଗ ଅଧିକାରୀମାନେ ସୋନୁଙ୍କ ଘରେ ଚଢାଉ ଆରମ୍ଭ କରିଥିଲେ । ଏହି ସମୟରେ ଘରେ ସୋନୁ ସୁଦ, ତାଙ୍କ ପରିବାର ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଦୀର୍ଘ ୨୦ ଘଣ୍ଟା ପରେ ଟିମ କାମ ସାରି ଘରୁ ବାହାରକୁ ଆସିଥିଲେ । ଏହି ସମୟରେ ସେମାନଙ୍କ ହାତରେ କିଛି କାଗଜପତ୍ର ଓ ଫାଇଲ ଥିବା ଦେଖିବାକୁ ମିଳିଛି ।

ଆୟକର ଟିମ ସୋନୁଙ୍କ କମ୍ପାନୀ ସହିତ ୬ଟି ସ୍ଥାନରେ ଚଢାଉ କରିଥିଲା । ଦିଲ୍ଲୀ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ଜଡିତ କାର୍ଯ୍ୟକ୍ରମରେ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ ହେବାର କିଛି ଦିନ ପରେ ଏହି ଚଢାଉ ହୋଇଛି । ନିକଟରେ ସେ ଆମ ଆଦମି ପାର୍ଟିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା ।

କୋରୋନାର ପ୍ରଥମ ଲହର ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବାରେ ବଡ ପଦକ୍ଷେପ ଗ୍ରହଣ କରିଥିଲେ ସୋନୁ । ଏହାପରେ ତାଙ୍କୁ ଚାରିଆଡୁ ଛୁଟିଥିଲା ପ୍ରଶଂସାର ସୁଅ । ଅନେକ ରାଜନୈତିକ ଦଳ ତାଙ୍କ ସହିତ କାମ କରିବାକୁ ହାତ ମିଳାଇଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.